Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାହୁଲଙ୍କ ‘ବ୍ୟାକବେଞ୍ଚର’ ବୟାନକୁ ନେଇ ସିନ୍ଧିଆଙ୍କ ପ୍ରତିକ୍ରିୟା-‘ରାହୁଲ ନିଜ ଚିନ୍ତା କରନ୍ତୁ, ମୋ ଚିନ୍ତା ଛାଡି ଦିଅନ୍ତୁ, ମୁଁ ଉପରକୁ ଉଠି ସାରିଛି…’

9/03/2021 at 3:43 PM

ନୂଆଦିଲ୍ଲୀ ୦୯/୦୩ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ବ୍ୟାକବେଞ୍ଚର’ ମନ୍ତବ୍ୟ ଉପରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ପ୍ରତିକ୍ରିୟା ରଖିଛନ୍ତି। ସିନ୍ଧିଆ କହିଛନ୍ତି ରାହୁଲ ଗାନ୍ଧୀ ନିଜ ଚିନ୍ତା କରନ୍ତୁ, ମୋ ଚିନ୍ତା କରିବା ଛାଡି ଦିଅନ୍ତୁ। ଗତକାଲି ରାହୁଲ ଗାନ୍ଧୀ କହିଥିଲେ, ସିନ୍ଧିଆ ବିଜେପିରେ କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ, ତାଙ୍କୁ କଂଗ୍ରେସକୁ ଫେରିବାକୁ ହେବ।

ରାହୁଲ ଗାନ୍ଧୀଙ୍କ ‘ବ୍ୟାକବେଞ୍ଚର’ ମନ୍ତବ୍ୟ ଉପରେ ସିନ୍ଧିଆଙ୍କୁ ପଚରାଯିବାରୁ ସେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ମୁଁ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ମନ୍ତବ୍ୟ ଦେବା ଉଚିତ ବୋଲି ଭାବୁନି। ଜୀବନରେ ପ୍ରତ୍ୟେକ ଜିନିଷର ଏକ ସ୍ଥର ଥାଏ। ଗତ ବର୍ଷେ ଭିତରେ ମୁଁ ଉପରକୁ ଉଠିଯାଇଛି। ରାହୁଲ ଗାନ୍ଧୀ ଏବେ ମୋର ଯେତିକି ଚିନ୍ତା କରୁଛନ୍ତି, ମୁଁ କଂଗ୍ରେସରେ ଥିଲାବେଳେ ସେତିକି ଚିନ୍ତା କରିଥାନ୍ତେ।”

ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧୀ କହିଥିଲେ, “ମୁଁ ସିନ୍ଧିଆଙ୍କୁ କହିଥିଲି ପରିଶ୍ରମ କରନ୍ତୁ, ଦିନେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ହେବେ।” କଂଗ୍ରେସ ନେତା ସିନ୍ଧିଆଙ୍କୁ କଟାକ୍ଷ କରି କହିଥିଲେ ସିନ୍ଧିଆ ବିଜେପିରେ ବ୍ୟାକବେଞ୍ଚର।

ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ କହିଛନ୍ତି, “ଆପଣମାନେ ଲେଖି ରଖନ୍ତୁ, ସିନ୍ଧିଆ ବିଜେପିରେ କେବେ ବି ମୁଖ୍ୟମନ୍ତ୍ରୀ ହେବେନି। ତାଙ୍କୁ କଂଗ୍ରେସକୁ ଫେରିବାକୁ ହିଁ ପଡିବ।” ଯୁବ କଂଗ୍ରେସ ବୈଠକରେ ସଂଗଠନର ବରିଷ୍ଠ ପଦାଧିକାରୀ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ପୁଣି ସମ୍ଭାଳିବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହଙ୍କ ସହ ବିବାଦ ପରେ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ସିନ୍ଧିଆଙ୍କ ସହ ତାଙ୍କର ୨୦ରୁ ଅଧିକ ସମର୍ଥକ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା।

   Related Posts