Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ ନିଜ କୋଟି କୋଟି ଟଙ୍କା ସମ୍ପତ୍ତିର ହିସାବ : ବାର୍ଷିକ ଆୟ ପାଖାପାଖି ଦେଢ଼ କୋଟି ଟଙ୍କା

21/04/2019 at 1:33 PM

ଗୁଆଲିୟର ୨୧/୪ : ଗୁଆଲିୟର ରାଜବଂଶର କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ କୋଟି କୋଟି ଟଙ୍କାର ପୈତୃକ ସମ୍ପତ୍ତି ଅଛି | ଏହି ସମ୍ପତ୍ତିରେ ସାମିଲ ଅଛି ମହଲ, ବଡ ବଡ କୋଠା, ବ୍ୟକ୍ତିଗତ ୩ କୋଟି ଟଙ୍କାର ଏଫଡିଆର | ତାଙ୍କ ପାଖରେ ଗୋଟିଏ ପତ୍ରିକା ବିଏମଡବ୍ଲୁ କାର ମଧ୍ୟ ଅଛି | ସିନ୍ଧିଆ ଗତକାଲି ଗୁନା-ଶିବପୁରୀ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ସେ ଶପଥ ପାଠରେ ଦର୍ଶାଇଥିଲେ |


ସିନ୍ଧିଆଙ୍କ ପାଖରେ ପୈତୃକ ସମ୍ପତ୍ତିରେ ୪୦ ଏକର ବିଶିଷ୍ଟ ଗୁଆଲିୟରର ଜୟ ବିଳାସ ପେଲେସ ଅଛି | ଏହାଛଡା ମହାରାଷ୍ଟ୍ରରେ ଶ୍ରୀଗୋଣ୍ଡାରେ ୧୯ ଏକର ଏବଂ ନିମ୍ବନ ଗାଁରେ ୫୩ ଏକର ଜମି ଅଛି | ଏହାସହ ରାନି ମହଲ, ହିରନଵନ କୋଠା, ରାକେଟ କୋର୍ଟ, ଶାନ୍ତିନିକେତନ, ବିଜୟ ଭବନ, ପିକନିକ ସ୍ପଟ, ବୁଟ ବଙ୍ଗଳା, ରେଲୱେ କ୍ୟାର୍ୟ୍ଯ ଘଣ୍ଟି ଘର, ଇଲେକ୍ଟ୍ରିକ ପାୱାର ହାଉସ ଆଦି ରାଜକୀୟ ସମ୍ପତ୍ତି ଅଛି | ଏହି ସବୁ ସମ୍ପତ୍ତିର ମୂଲ୍ୟ ୨୯୭୦୦୪୮୫୦୦ ଟଙ୍କା |


ପଞ୍ଚମ ଥର ପାଇଁ ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ସିନ୍ଧିଆ | ନିଜ ଶପଥ ପତ୍ରରେ ସେ କହିଛନ୍ତି ଯେ, ତାଙ୍କ ପାଖରେ ୩୦୧,୮୭,୦୦୦ ଟଙ୍କାର ଏଫଡିଆର ଅଛି ଏବଂ ୩,୩୩,୩୯,୮୨୭ ଟଙ୍କାର ସମ୍ପତ୍ତି ଅଛି | ସିନ୍ଧିଆ ତରଫରୁ ଗତବର୍ଷ ଦାଖଲ କରାଯାଇଥିବା ଆୟକର ରିଟର୍ନରେ ତାଙ୍କ ବାର୍ଷିକ ଆମଦାନୀ ୧୫୧,୫୬, ୭୨୦ କୋଟି ଟଙ୍କା | ସିନ୍ଧିଆଙ୍କ ପତ୍ନୀ ପ୍ରୀତ୍ୟଦର୍ଶିନୀ ରାଜେଙ୍କ ବାର୍ଷିକ ଆୟ ୨୫୦,୪୦୦ ଟଙ୍କା | ମୁମ୍ବାଇରେ ସିନ୍ଧିଆଙ୍କ ୨ଟି ଘର ଅଛି | ଏହି ୨ଟି ଘର ସମୁଦ୍ର ମହଲରେ ରହିଛି | ଏହି ୨ଟି ମହଲର ମୂଲ୍ୟ ପାଖାପକ୍ଷୀ ୩୨ କୋଟି ଟଙ୍କା |


ନାମାଙ୍କନ ପତ୍ର ଅନୁଯାୟୀ, ସିନ୍ଧିଆରେ ଡେରାଡୁନର ତୁନେ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି | ଏହାପରେ ଆମେରିକାର ହାବାର୍ଡ ୟୁନିଭର୍ସିଟିରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ | ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସେ ଏମବିଏ କରିଛନ୍ତି | ସିନ୍ଧିଆଙ୍କ ୨ଟି ସନ୍ତାନ, ଗୋଟିଏ ପୁଅ ଓ ଗୋଟିଏ ଝିଅ |

   Related Posts