Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଇସ୍ତଫାର ୩ଦିନ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଖଡ୍‌ଗେ କହିଥିଲେ କଣ ?

12/03/2020 at 11:34 AM

ଭୋପାଳ ୧୨।୦୩: ହାତ ଛାଡି ଫୁଲ ଧରିଛନ୍ତି ଗ୍ବାଲିୟର ମହାରାଜ । କଂଗ୍ରେସ ଆଗାମୀ ପିଢିର ନେତା ଭଳି ମନେ କରାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବୁଧବାର ଦିନ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ସିନ୍ଧିଆ । ତେବେ ମହାରାଜଙ୍କୁ ବିଜେପି ରାଜ୍ୟସଭା ପଠାଇବାକୁ ଚିନ୍ତା କରୁଛି ବିଜେପି ବୋଲି ଚର୍ଚ୍ଚା ହେଉଛି । ଏକଥା ମଧ୍ୟ ଚର୍ଚ୍ଚ ହେଉଛି ଯେ, ସେ କେନ୍ଦ୍ରରେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି । ସିନ୍ଧିଆଙ୍କ ଇସ୍ତଫା ନେଇ କଂଗ୍ରେସର ବିଭିନ୍ନ ନେତା, ଭିନ୍ନ  ଭିନ୍ନ କଥା କହୁଛନ୍ତି । ତେବେ ଏସବୁ ଭିତରେ କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁଲ ଖଡ୍‌ଗେ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବାର ୩ଦିନ ପୂର୍ବରୁ ମୋ ସହିତ ସାକ୍ଷାତ କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥିଲା । ଏବଂ ସିନ୍ଧିଆଙ୍କ ଖଡ୍‌ଗେ ପରାମର୍ଶ ଦେଇଥିଲେ ଯେ, ଆପଣ ଚାରିଥ ସାଂସଦ ରହିସାରିଛନ୍ତି । ଏହାସହିତ ଦଳର ବିଭିନ୍ନ ପଦ ପଦବୀରେ ମଧ୍ୟ ରହିଛନ୍ତି । ବ୍ୟକ୍ତିଗତ ଲାଭ ଓ କ୍ଷତି ସମସ୍ତଙ୍କ ଜୀବନରେ ଆସେ । ଏସବୁକୁ ଭୁଲି ଆମେ ଦଳକୁ ଦୃଢ କରି ଛିଡା କରିବାକୁ ପ୍ରୟାସ କରିବା । ଦଳ ଛାଡିବାର ଠିକ୍‌ ନୁହେଁ  କି କୌଣସି ଆବଶ୍ୟକତା ନାହିଁ ।

ଖଡ୍‌ଗେ ଏହା ମଧ୍ୟ କହିଛନ୍ତି ଯେ,  ସିନ୍ଧିଆ ଜଣେ ଯୁବ ନେତା ଏବଂ ଜଣେ ଭଲ ବକ୍ତା। ଏକ ଆଦର୍ଶ ଆଧାରରେ ଦଳ ଗଠନ କରାଯାଇଥିଲା। ସମସ୍ତେ ଏହି ଆଦର୍ଶରେ ବିଶ୍ୱାସ କରନ୍ତି। ଆମେ ଦଳକୁ ମଜବୁତ କରିବା ଉଚିତ। ସିନ୍ଧିଆ କାହା କଥା ଶୁଣୁନାହାଁନ୍ତି ଏବଂ ତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଦଳ ଛାଡିଛନ୍ତି।

   Related Posts