କେନ୍ଦ୍ରରୁ ଆସିଲା ଡକରା, ମହାକାଳ ଦର୍ଶନ ପରେ ଦିଲ୍ଲୀ ଅଭିମୁଖେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ଦେଲେ ଶୁଭେଚ୍ଛା

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୦୬।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି। ଏହାକୁ ନେଇ ଦିଲ୍ଲୀ ଦରବାରରେ ଅନ୍ତିମ ରୂପରେଖ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜୁଲାଇ ୮ରେ ମନ୍ତ୍ରିମଣ୍ଡଳ ବିସ୍ତାର ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଜି କେନ୍ଦ୍ର ସରକାର ୮ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହି ସବୁ ମଧ୍ୟରେ ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶର ତିନି ଦିନିଆ ଗସ୍ତକୁ ଅଧାରେ ରଖି ମଙ୍ଗଳବାର ଦିଲ୍ଲୀ ଫେରି ଯାଇଛନ୍ତି।

ସିନ୍ଧିଆ ସେହି ପ୍ରମୁଖ ଦାବିଦାରଙ୍କ ମଧ୍ୟରୁ ଜଣେ ଯାହାଙ୍କୁ କ୍ୟାବିନେଟ୍‌ରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ମିଳିପାରେ। ମଙ୍ଗଳବାର ଦିଲ୍ଲୀରୁ ଡକରା ଆସିବା ପୂର୍ବରୁ ସିନ୍ଧିଆ ଧାର୍ମିକ ନଗରୀ ଉଜ୍ଜେନରେ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ ଦର୍ଶନ ପରେ ଇନ୍ଦୋରର ଦେବୀ ଅହିଲ୍ୟାବାଇ ହୋଲକର ବିମାନ ବନ୍ଦର ପହଞ୍ଚିଥିଲେ। ସିନ୍ଧିଆଙ୍କୁ ଭେଟିବାକୁ ସ୍ଥାନୀୟ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିମାନ ବନ୍ଦରରେ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ସିନ୍ଧିଆ ହାତ ଯୋଡି ନିଜ ସମର୍ଥକଙ୍କୁ ଅଭିବାଦନ ନେଉଥିବା ଦେଖିବାକୁ ମିଳିଥିଲା। ୟୁପିଏ ଅମଳରେ ମନ୍ତ୍ରୀ ରହିଥିବା ସିନ୍ଧିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୋର ଉଜ୍ଜେନ ଗସ୍ତ ସମାପ୍ତ ହୋଇଛି। ଏବେ ମୁଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛି। ଆପଣଙ୍କ ସହ ଆସନ୍ତା ସପ୍ତାହରେ ଭେଟ ହେବ ବୋଲି ସିନ୍ଧିଆ କହିଛନ୍ତି।

wp:html /wp:html

ହେଲେ ସେ କେନ୍ଦ୍ରୀୟ କ୍ୟାବିନେଟ୍‌ରେ ସାମିଲ ନେଇ ଜାରି ଚର୍ଚ୍ଚା ଉପରେ କିଛି କହିନଥିଲେ। ସେ କେବଳ ଏତିକି କହିଥିଲେ, ଯେ ତାଙ୍କୁ ଏହି ବିଷୟରେ ଜଣା ନାହିଁ।  କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କ ସାମିଲ ନେଇ ହେଉଥିବା ଆଲୋଚନା ବିଷୟରେ ପଚରା ଯିବାରୁ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ନିଜର ଚିର ପରିଚିତ ଶୈଳୀରେ କହିଛନ୍ତି, ଯଦି ତାଙ୍କୁ କେନ୍ଦ୍ର ସରକାରରେ ମନ୍ତ୍ରୀ କରାଯାଉଛି, ତେବେ ବହୁତ ଅଭିନନ୍ଦନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.