ପଦ୍ମ ପୋଖରୀକୁ ଲମ୍ଫ ମାରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ: କହିଲେ 'ଜୀବନରେ ୨ଟି କଥା କେବେ ବି ଭୁଲି ପାରିବିନି'

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ୧୧/୩: ପଦ୍ମ ପୋଖରୀକୁ ଲମ୍ଫ ମାରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ। ତେବେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ଏବଂ ପରେ କେନ୍ଦ୍ରରେ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ସୋମବାର ସେ କଂଗ୍ରେସରୁ ଇସ୍ତଫା ଦେବା ପରେ ଆଉ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ସେପଟେ କମଲନାଥ ସରକାର ସଙ୍କଟରେ ପଡିଛି । ଆଉ ବିଜେପି ମଧ୍ୟ ପ୍ରଦେଶରେ ସରକାର ଗଢିବାକୁ ସଜବାଜ ଆରମ୍ଭ କରିଛି।

{"id":236726,"sizeSlug":"large"}

ଆକଳନ ସତ ହେଲା । ଶେଷରେ ପଦ୍ମ ଧରିଲେ କଂଗ୍ରସର ଟାଣୁଆ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପିରେ ସାମିଲ ହେବା ପରେ ସେହିଠାରେ ସାମ୍ବାଦିକ ସମ୍ମିଳନୀରେ ସେ ଖୋଲିଥିଲେ ମନକଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ । ୩୦ ସେପ୍ଟେମ୍ବର ୨୦୦୧ ରେ ପିତାଙ୍କୁ ହରାଇବା ଏବଂ ୧୦ ମାର୍ଚ୍ଚ ୨୦୨୦ ରେ କଂଗ୍ରେସ ଛାଡିବା ଏହି ଦୁଇଟି କଥାକୁ କେବେ ଜୀବନର  ଭୁଲିପାରିବିନି ବୋଲି କହିଥିଲେ। ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଯେଉଁ ଆଶା ଓ ଆକାଂକ୍ଷା ନେଇ ଆସିଥିଲା ତାହା ସଂପୂର୍ଣ୍ଣ ଧୁଳିସାତ ବୋଲି ସେ କହିଛନ୍ତି ।

{"id":236727,"sizeSlug":"large"}

ସେପଟେ ଜ୍ୟୋତିରାଦିତ୍ୟଙ୍କ ସହ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ ସଙ୍କଟରେ ପଡିଛି କମଲନାଥ ସରକାର। ରାଜସ୍ଥାନର ଜୟପୁରରେ ଡେରା ପକାଇଛନ୍ତି କଂଗ୍ରେସର ବିଧାୟକ। ଯେଉଁମାନଙ୍କ ଦାୟିତ୍ବ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ବାସନିକ, ବରିଷ୍ଠ ନେତା ହରୀଶ ରାୱତ ଓ ଦୀପକ ବାବରିଆଙ୍କୁ ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ଆଲୋଚନା  ପାଇଁ ଦାୟିତ୍ବ ଦିଆଯାଇଛି।

{"id":236728,"sizeSlug":"large"}

କଂଗ୍ରେସ ଯେତେଚେଷ୍ଟା ଚଳାଇଳେ ବି କମଲନାଥ ସରକାରର ପତନ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ମଧ୍ୟପ୍ରଦେଶ ବିଧାନସଭା ଗଣିତକୁ ଦେଖିଲେ ସ୍ଥିତି କିଛି ଏହା ହିଁ କହୁଛି । ବିଧାନସଭାର ମୋଟ ଆସନସଂଖ୍ୟା ୨୩୦ । ଜଣେ ବିଜେପି ଓ ଜଣେ କଂଗ୍ରେସ ସଦସ୍ୟଙ୍କ ମୃତ୍ୟୁ ଫଳରେ ଦୁଇଟି ଆସନ ଖାଲିପଡିଛି ।

{"id":236730,"sizeSlug":"large"}

 ବିଧାନସଭାରେ କଂଗ୍ରେସର ୧୧୪ ଜଣ ବିଧାୟକ ଥିବା ବେଳେ ବିଜେପିର ୧୦୭ ଜଣ ସଦସ୍ୟ ଅଛନ୍ତି । ୪ଜଣ ସ୍ବାଧୀନ, ସମାଜବାଦୀ ପାର୍ଟିର ଜଣେ ଓ ବିଏସପିର ଦୁଇଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।  ସେମାନେ କଂଗ୍ରେସକୁ ସମର୍ଥନ ଦେଉଥିଲେ। ଏବେ କଂଗ୍ରେସର ୨୨ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଛି ।  ବିଜେପି ପାଖରେ ରହିଛି ୧୦୭ ଆସନ । ୨୨ ବିଧାୟକଙ୍କ ଇସ୍ତଫା ଯୋଗୁଁ ବହୁ ମତ ପାଇଁ ଆବଶ୍ୟକ କେବଳ ୧୦୪ । ଯାହା ବିଜେପି ପାଖରେ ରହିଛି ।

{"id":236729,"sizeSlug":"large"}

ସେପଟେ ସଂସଦର ବଜେଟ୍ ଅଧିବେଶନ ସରିବା ପରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ପଠାଇ ତାଙ୍କୁ ମନ୍ତ୍ରୀ କରିପାରେ ବିଜେପି । ଯେଉଁଥିରେ ସିନ୍ଧିଆଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ। ଯଦି ବିଜେପି କ୍ଷମତାକୁ ଫେରେ ତେବେ ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.