୧୮ ବର୍ଷ ସଂପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ: ହାତ ଛାଡ଼ି ଫୁଲ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତୁଟାଇ ଦେଲେ ସବୁ ମୋହ, ମାୟା

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ୧୧/୩: ହାତ ଛାଡ଼ି ଫୁଲ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବୁଧବାରରେ ଅର୍ଥାତ ଆଜି ବିଧିବନ୍ଧ ଭାବେ  ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସିନ୍ଧିଆ ଯୋଗ ଦେଇଛନ୍ତି। ସେ ବିଜେପିରେ ଯୋଗ ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିବା କମଲ ନାଥ ଏବେ ସଙ୍କଟରେ ମଧ୍ୟ ପଡ଼ି ଯାଇଛନ୍ତି। କମଲନାଥଙ୍କ ରାଜନୀତିର ଦୁର୍ଗ ଖୁବ ଶୀଘ୍ର ଭୁଶୁଡ଼ି ପଡ଼ିବାର ସମ୍ଭାବନା ଯଥେଷ୍ଟ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଚାଲିଛି।

ମଧ୍ୟପ୍ରଦେଶ ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ନେଉନି। ଦୀର୍ଘ ୧୮ ବର୍ଷଧରି କଂଗ୍ରେସ ସହ ଜଡିତ ଥିଲେ ସିନ୍ଧିଆ। ମଙ୍ଗଳବାରରେ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିନ୍ଧିଆ ସାକ୍ଷାତ କରିଥିଲେ। ଏହା ପରେ କଂଗ୍ରେସ ସହ ୧୮ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା। ତାହା ହିଁ ଆଜି ବାସ୍ତବରେ ପରିଣତ ହୋଇଛି। କଂଗ୍ରେସ ସହ ୧୮ ବର୍ଷ ମୋହ, ମାୟା ସଂପର୍କ ତୁଟାଇ ବିଜେପିରେ ସିନ୍ଧିଆ ଯୋଗ ଦେଇଛନ୍ତି। କଂଗ୍ରେସରୁ ସିନ୍ଧିଆ ଇସ୍ତଫା ଦେବା ପରେ କର୍ଣ୍ଣାଟକର ୨୨ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଥିଲେ। ଏହା ମଧ୍ୟ  ଜାତୀୟ କଂଗ୍ରେସକୁ ବଡ଼ ଶକ୍ତ ଝଟକା ଲାଗିଥିଲା। ତେବେ ଏହି ୨୨ ଜଣ ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ପାଖରେ ପହଞ୍ଚି ନଥିଲା। ବରଂ ସିଧା ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଥିଲା।

ତେବେ ବିଧାନସଭାରେ ସାଂସଦଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି। ଭାରତୀୟ ଜନତା ପାର୍ଟି ନିଜର ୧୦୭ ବିଧାୟକ ସହ ୧୦୩ର ଅଧା ବହୁ ମତରେ ଆସିଯିବେ। ସିନ୍ଧିଆ ନିଜ ଟ୍ବଟ୍‌ର ଆକାଉଣ୍ଟରେ ଇସଫାପତ୍ର କଥା ମଧ୍ୟ ପ୍ରକାଶ କରିଥିଲେ। ଗତ ବର୍ଷ ହେଲା ଦଳରେ ଚାଲିଥିବା ଅସନ୍ତୋ​‌ଷ ସଂପର୍କରେ ସିନ୍ଧିଆ କଂଗ୍ରେସ ମୁଖ୍ୟ ସୋନିଆଙ୍କୁ କହିଥିଲେ।୨୦୧୯ ନିର୍ବାଚନ ପରେ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ସିନ୍ଧିଆଙ୍କ ପ୍ରମୁଖ ଭୂମିକା​‌ ଥିଳା। ଯଦିଓ ମଧ୍ୟପ୍ରଦେଶରୁ ବିଜେପିକୁ ବାହାର କରିବା ପାଇଁ ସିନ୍ଧିଆ ହିଁ ଆଗୁଆ ଯାଇଥିଲେ। ତେଣୁ ତାଙ୍କ ସମର୍ଥକମାନେ ଆଶା କରିଥିଲେ ଯେ କଂଗ୍ରେସ କମଲ ନାଥଙ୍କୁ ତାଙ୍କର ଦ୍ବତୀୟ ଚାର୍ଜ ଛାଡ଼ିବାକୁ ପଡ଼ିବ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଉସୀ ଯଶୋଧରା ରାଜେ ଘୋଷଣା କରିଥିଲେ ୪୯ ବର୍ଷରେ ବିଜେପିରେ ସାମିଲ ହେବ। ଯୋଶଧରା ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରେ ଜ୍ୟୋତିରାଦିତ୍ୟଙ୍କୁ ଅଣଦେଖା କରାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.