Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୩୦ ବର୍ଷ ତଳେ ବାପା ସମ୍ଭାଳିଥିଲେ ବିମାନ ଚଳାଚଳ ବିଭାଗ, ଏବେ ପୁଅ ଜ୍ୟୋତିରାଦିତ୍ୟଙ୍କୁ ମିଳିଲା ଦାୟିତ୍ୱ

8/07/2021 at 11:28 AM

ନୂଆଦିଲ୍ଲୀ ୦୮।୦୭: ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ବିସ୍ତାର କରାଯାଇଛି । ଏଥିରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶରେ ବିଜେପିକୁ ପୁଣି ଥରେ ସରକାରକୁ ଫେରାଇ ଆଣିବାର ପ୍ରମୁଖ ଭୂମିକା ନେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନରେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚଳିତ କ୍ୟାବିନେଟ୍‌ ବିସ୍ତାରରେ ସିନ୍ଧିଆଙ୍କୁ ବେସମାରିକ ବିମାନ ଚଳାଚଳ ଓ ଉଡାଣ ବିଭାଗର ଦାୟିତ୍ୱ ଦିଆଯାଇଛି । ତେବେ ସବୁଠାରୁ ରୋଚକ କଥା ଯେ, ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ୩୦ବର୍ଷ ତଳେ ଏହି ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ ।

ଗ୍ୱାଲିୟରର ରାଜପରିବାରରେ ଜନ୍ମ ସିନ୍ଧିଆ ପଞ୍ଚମ ଥର ପାଇଁ ସଂସଦରେ ପହଞ୍ଚିଥିଲେ । ତାଙ୍କ ପିତା ମାଧବରାଓ ସିନ୍ଧିଆ କଂଗ୍ରେସର ଜଣେ ବଡ଼ ନେତା ଥିଲେ । ମାଧବାରାଓ ସିନ୍ଧିଆ ପିଭି ନରସିମ୍‌ହା ରାଓଙ୍କ ସରକାରରେ ବେସମାରିକ ବିମାନ ଚଳାଚଳ ଓ ଉଡାଣ  ବିଭାଗର ମନ୍ତ୍ରୀ ହୋଇଥିଲେ । ମାଧବରାଓ ସିନ୍ଧିଆ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ରାଓ ସରକାରରେ ବେସମାରିକ ବିମାନ ଚଳାଚଳ ଓ ଉଡାଣ ବିଭାଗର ମନ୍ତ୍ରୀ ହୋଇଥିଲା । ଏହାପରେ ମନମୋହନ ସିଂହଙ୍କ ସରକାରରେ ଶକ୍ତି ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଥିଲେ । ଆଉ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପିତାଙ୍କ ପରି ବେସମାରିକ ବିମାନ ଚଳାଚଳ ଓ ଉଡାଣ ବିଭାଗ ମନ୍ତ୍ରୀ ହୋଇଛନ୍ତି ।

ତେବେ ସବୁଠାରୁ ରୋଚକ କଥା ହେଉଛି କି, ବେସମାରିକ ବିମାନ ଚଳାଚଳ ଓ ଉଡାଣ ବିଭାଗର ମନ୍ତ୍ରୀ ହେବା ପୂର୍ବରୁ ମାଧବାରଓ  ଏବଂ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ କେନ୍ଦ୍ରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ପିତା ମାଧବାରଓ ବେସମାରିକ ବିମାନ ଚଳାଚଳ ଓ ଉଡାଣ ବିଭାଗର ମନ୍ତ୍ରୀ ହେବା ପୂର୍ବରୁ ରାଜୀବ ଗାନ୍ଧି ସରକାରରେ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେହିପରି ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନମୋହନ ସିଂହ ସରକାରରେ ସଞ୍ଚାର ଓ ଆଇଟି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଡାକ ସେବାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାର ଶ୍ରେୟ ଦିଆଯାଉଛି ।

ପିତା ମାଧବରାଓ ସିନ୍ଧିଆଙ୍କୁ ମୃତ୍ୟୁ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୨ରେ ସେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୮ ସେପ୍ଟେମ୍ବର ୨୦୦୧କେ ମାଧବରାଓ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେହି ସମୟରେ ମାଧବାରଓ ଗୁନା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲା । ଏହାପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପିତାଙ୍କ ଲୋକସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିଲେ । ଫେବୃଆରୀ ୨୦୦୨ରେ ସାଢେ ୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇ ସଂସଦ ପହଞ୍ଚିଥିଲେ ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜନୀତି ଜୀବନ ଆରମ୍ଭ କରିବା ପୂର୍ବରୁ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ମାଧବରାଓ ସିନ୍ଧିଆ ସବୁବେଳେ ନିଜ ପୁଅଙ୍କ ପାଠ ପଢା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ସେଥିଲାଗି ପାଠ ପଢା ସରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ ପିତାଙ୍କ ମୃତ୍ୟୁ ପରେ ଚାକିରି ଛାଡି ରାଜନୀତିରେ ପ୍ରବେଶ କଲେ ଏବଂ ନିଜ କ୍ୟାରିୟର କରିଥିଲେ ।

ମାଧବାରାଓ ନିଜ ପୁଅକୁ ଡୁନ୍‌ ସ୍କୁଲ ପଠା ପଢାଇବା ପାଇଁ ପଠାଇଥିଲେ । ସ୍କୁଲ ଶିକ୍ଷା ସରିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜ ସାଥୀରେ ଦିଲ୍ଲୀରେ ନେଇଯାଇଥିଲେ । ସେଠାରେ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ନେଇ ଯାଇଥିଲେ । ତେବେ କୌଣସି କାରଣରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଡମିଶନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ହୋଇପାରିନଥିଲା । ପରେ ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡମିଶନ କରିଥିଲେ ।

୧୯୯୧ରେ ନିଜ ପାଠ ପଢା ସାରି ଜ୍ୟୋତିରାଦିତ୍ୟ ସିନ୍ଧିଆ ଲସ ଆଞ୍ଜେଲସର ଅନ୍ତରାଷ୍ଟ୍ରୀୟ  କମ୍ପାନୀ ମୌରିଲ ଲିଞ୍ଚ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ କିଛି ସମୟ ପାଇଁ ନ୍ୟୁୟର୍କରେ ଜାତି ସଂଘରେ କାମ କରିଥିଲେ । ଅଗଷ୍ଟ , ୧୯୯୩ରେ ସେ ଭାରତକୁ ଫେରିଥିଲେ । ଏହାପରେ ମୁମ୍ବାଇର ମୋର୍ଟନ ଷ୍ଟେନର୍ଲ କମ୍ପାନୀରେ ଚାକିରି କରୁଥିଲେ ।  ତେବେ ନିଜ ଚାକିରି ଜୀବନରେ କିଛି ବର୍ଷ ଅତିବାହିତ ପରେ ରାଜନୀତି ଜଗତରେ ପାଦ ଥାପିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

   Related Posts