ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ : ମା' ବି ସଂକ୍ରମିତ, ଉଭୟ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯/୦୬ : ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି | ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ହସ୍ପିଟାଲ ସୂତ୍ର ଅନୁଯାୟୀ, ସିନ୍ଧିଆ କରୋନା ସଂକ୍ରମଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସୂଚନା ଅନୁଯାୟୀ, ଜ୍ୟୋତିଃରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ଉଭୟ କରୋନା ସଂକ୍ରମିତ ହୋଇଛନ୍ତି | ଉଭୟଙ୍କୁ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତେବେ ମା ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି |

ମିଳିଥିବା ସୂଚନା ଅନୁସାରେ, ଜ୍ୟୋତିଃରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କୁ ଗଳାରେ ଯନ୍ତ୍ରଣା ଓ ଜ୍ୱର ହୋଇଥିଲା | ଉଭୟଙ୍କୁ ସୋମବାର ଦିନ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି | ସୋମବାର ଦିନ ଉଭୟ କରୋନା ଟେଷ୍ଟ କରାଯାଇଥିଲା | ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା | ତେବେ ସେମାନେ କିଭଳି ସଂକ୍ରମଣର ଶିକାର ହୋଇଛନ୍ତି ତାହା ଏବେ ସୁଦ୍ଧା ଜଣାପଡିନାହିଁ | ସିନ୍ଧିଆଙ୍କ ପରିବାର ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.