ମନ୍ତ୍ରୀ ହେବା ପରେ ସିନ୍ଧିଆଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌, କଂଗ୍ରେସକୁ ପ୍ରଶଂସା କରୁଥିବାର ଭିଡିଓ ପୋଷ୍ଟ କଲେ ହ୍ୟାକର

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ  ୮/୦୭: କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବାର କିଛି ଘଣ୍ଟା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ୍‌ ଆକଉଣ୍ଟ ହ୍ୟାକ୍‌ ହୋଇଛି। ଏହା ସହ ହ୍ୟାକର କେନ୍ଦ୍ରମନ୍ତ୍ରୀଙ୍କ ଫେସବୁକ୍‌ ପେଜ୍‌ରେ ଏକ ପୂରୁଣା ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଭିଡିଓରେ ସିନ୍ଧିଆ କଂଗ୍ରେସକୁ ଜୋରଦାର ପ୍ରଶଂସା କରୁଥିବା ନେଇ ଦେଖିବାକୁ ମିଳିଛି।

ବୁଧବାର ଦିନ ସିନ୍ଧିଆ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କୁ ବେସାମରିକ ମନ୍ତ୍ରଣାଳୟର ଦୟିତ୍ବ ମିଳିଛି । ଏହା ପରେ ପାଖାପାଖି ରାତି ୧ଟା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ ହୋଇଛି। ତାଙ୍କ ପେଜ୍‌ରେ କଂଗ୍ରେସକୁ ପ୍ରଶଂସା କରୁଥିବାର ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଛି। ପୋଷ୍ଟ ଭାଇରାଲ୍‌ ହେବା ପରେ ସିନ୍ଧିଆଙ୍କ ଆଇଟି ଟିମ୍‌ ତତ୍ପରତା ପ୍ରକାଶ କରିବା ସହ ଆକାଉଣ୍ଟକୁ ତୁରନ୍ତ ରିକୋଭର କରିନେଇଛନ୍ତି। ରାତିରେ ହିଁ ଭିଡିଓଟିକୁ ଡିଲିଟ୍‌ କରାଯାଇଛି।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ କିଏ ହ୍ୟାକ କରିଥିଲା ସେନେଇ କୌଣସି ସୂଚନା ମିଳିନାହିଁ। ଏନେଇ ଗ୍ବାଲିୟରର ଏକ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ସେପଟେ ସିନ୍ଧିଆଙ୍କୁ ବିଜେପି​‌ରେ ସାମିଲ ହେବା ପରେ ସମ୍ମାନ ସୁରୂପ ପ୍ରଥମେ ରାଜ୍ୟ ସଭା ସାଂସଦ ଏବଂ ଏବେ କେନ୍ଦ୍ରମନ୍ତ୍ରୀ କରିଛନ୍ତି ମୋଦୀ ସରକାର। ଏହା ପରେ ସେ ଟ୍ବିଟରରେ ଲେଖିଥିଲେ, ‘ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଏବଂ ମୋ ଉପରେ ବିଶ୍ବାସ କରିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କୁ ହୃଦୟରୁ ଧନ୍ୟବାଦ। ମୁଁ ଭରସା ଦେଉଛି ମୋତେ ଯେଉଁ ଦାୟିତ୍ବ ମିଳିଛି ପୂରା କ୍ଷମତା ଏବଂ ସମର୍ପଣ ଭାବରେ ନିର୍ବାହ କରିବି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.