ହାଁ ମେଁ କୁତ୍ତା ହୁଁ ! ଜ୍ୟୋତିରାଦିତ୍ୟ ରାଗିଲେ, ଆଉ ଏମିତି କହିଲେ କାହିଁକି ?

Published By : Prameya-News7 Bureau | October 31, 2020 IST

ଭୋପାଳ ୩୧।୧୦: ମଧ୍ୟ ପ୍ରଦେଶର ୨୮ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ମତଦାନ ହେବାକୁ ଯାଉଛି। ନେତାଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଶାସକ ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚରମରେ ରହିଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ବାରମ୍ବାର ପରାମର୍ଶ ପରେ ମଧ୍ୟ ନେତାଙ୍କ ମଧ୍ୟରେ ବାକ୍‌ ଲଢେଇ ବଢିବାରେ ଲାଗିଛି। ଶନିବାର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ କୁକୁର କହିବାର ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ହଁ ମୁଁ କୁକୁର, ଯିଏ ସର୍ବଦା ନିଜର ମାଲିକଙ୍କ ପ୍ରତି ବିଶ୍ଵସ୍ତ ରହେ।

wp:html /wp:html

ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, କମଲନାଥ ମୋତେ କୁକୁର କହିଲେ। ହଁ ମୁଁ କୁକୁର କାରଣ ଜନତା ହେଉଛନ୍ତି ମୋର ମାଲିକ ଏବଂ ମୁଁ ସେମାନଙ୍କର ସେବା କରୁଛି। ହଁ କମଲନାଥ ଜୀ ମୁଁ କୁକୁର, କାରଣ କୁକୁର ନିଜର ମାଲିକ ଏବଂ ନିଜ ଦାତାଙ୍କ ରକ୍ଷା କରିଥାଏ। ହଁ କମଲନାଥ ଜୀ ମୁଁ କୁକୁର କାରଣ ଯଦି କେହି ମୋ ମାଲିକକୁ ଆଙ୍ଗୁଠି ଦେଖାଇବ ଏବଂ ମାଲିକ ପ୍ରତି ଭ୍ରଷ୍ଟାଚାର ଓ ବିନାଶକାରୀ ନୀତି ଦେଖାଇବ ତେବେ କୁକୁର କାଟିବ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆଚରଣବିଧି ବାରମ୍ବାର ଉଲ୍ଲଂଘନ କରିବା ନେଇ ନିର୍ବାଚନ ଆୟୋଗ କମଲନାଥଙ୍କ ତାରକା ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିଛନ୍ତି। କମଲନାଥ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଶିବରାଜ ସରକାରରେ ମହିଳା କଲ୍ୟାଣ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀଙ୍କୁ ଆଇଟମ୍ କହିଥିଲେ। ଏହା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.