Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବାଉଳା ହୋଇଗଲେ ସିନ୍ଧିଆ: ବିଜେପି ପାଇଁ ପ୍ରଚାର କରିବାକୁ ଯାଇ କଂଗ୍ରେସ ପାଇଁ ମାଗିଲେ ଭୋଟ୍

1/11/2020 at 1:06 PM

ଭୋପାଲ ୦୧/୧୧ : ମଧ୍ୟ ପ୍ରଦେଶ ଉପ ନିର୍ବାଚନ ପ୍ରଚାର ସମୟରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଚାର ବେଳେ ବାଉଳି ହୋଇଯାଇଛନ୍ତି। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇ ସିନ୍ଧିଆ ହାତ ଚିହ୍ନରେ ବଟନ ଚାପି କଂଗ୍ରେସକୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଦେଲେ। ତୁରନ୍ତ ସେ ନିଜ ଭୁଲ ଜାଣିପାରିଲେ ଓ ପୁଣି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜନତାଙ୍କୁ ଅପିଲ କରିଥିଲେ। ସିନ୍ଧିଆଙ୍କ ଏହି ପ୍ରଚାରର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଭାଇରାଲ ଭିଡିଓରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁହଁରୁ ପ୍ରଥମେ କଂଗ୍ରେସ ଓ ପରେ ବିଜେପିର ନାଁ ଶୁଣିବାକୁ ମିଳିଛି। ନିର୍ବାଚନ ପ୍ରଚାର ସମୟରେ ସିନ୍ଧିଆ କହିଛନ୍ତି, ‘ମୁଠା ବନ୍ଦ ରଖି ବିଶ୍ୱାସ ଦିଅ ଯେ ୩ ତାରିଖରେ ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସ…, ପଦ୍ମ ଫୁଲରେ ଭୋଟ ଦେଇ ବିଜେପିକୁ ଜିତାଇବା।’ ସିନ୍ଧିଆଙ୍କ ଏହି ବୟାନର ଭିଡିଓ ଟ୍ୱିଟରରେ ମଧ୍ୟ ସେୟାର୍ କରାଯାଇଛି। ଲୋକେ ଏହି ଭିଡିଓକୁ ନେଇ ନାନା ମନ୍ତବ୍ୟ ଦେଉଛନ୍ତି।

ସୂଚନାଯୋଗ୍ୟ ଯେ, ୧୫ ବର୍ଷ ପରେ ୨୦୧୮ ମସିହାରେ ମଧ୍ୟ ପ୍ରଦେଶରେ କଂଗ୍ରେସ ଶାସନକୁ ଆସିଛି ଓ କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପାଖାପାଖି ୧୫ ମାସର କମଲନାଥ ସରକାର ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ ମନୋଭାବ ଦେଖାଇ କଂଗ୍ରେସ ଛାଡି ନିଜର ୨୬ ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ। ବିଧାୟକମାନେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଯାହାଫଳରେ ଗତ ମାର୍ଚ୍ଚ ମାସରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ଓ ପୁଣି ବିଜେପି ସରକାର ଶାସନକୁ ଆସିଥିଲା। ବିଧାୟକଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆସନ ପାଇଁ ବର୍ତ୍ତମାନ ଉପନିର୍ବାଚନ ହେଉଛି। ଏଥିପାଇଁ ନଭେମ୍ବର ୩ ତାରିଖରେ ମତଦାନ ଓ ୧୦ ତାରିଖରେ ଫଳାଫଳ ଘୋଷଣା ହେବ।

   Related Posts