Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ସଚିନ ପାଇଲଟଙ୍କୁ ସାହାଯ୍ୟ ମାଗିଲେ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ : କରୋନା ଲକଡାଉନ୍ ପାଇଁ କୋଟାରେ ଫସିଥିବା ଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ପାଇଁ କଲେ ଅନୁରୋଧ

20/04/2020 at 6:24 PM

ନୂଆଦିଲ୍ଲୀ ୨୦/୪: କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ପୂରା ଦେଶରେ ଲକଡାଉନ୍ ଚାଲିଛି। ଏହି କାରଣରୁ ଲୋକଙ୍କୁ ଅନେକ ସମସ୍ୟା ହେଉଛି। ଲୋକେ ଟ୍ବିଟ୍ କରି ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି। ଏପରି କ୍ଷେତ୍ରରେ ମଧ୍ୟ ପ୍ରଦେଶର ଗୁନାରେ ରହୁଥିବା ଆଶିଷ ଜୈନ ନିଜ ଝିଅ ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏବଂ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କଠୁ ସାହାଯ୍ୟ ମାଗିଛନ୍ତି। ତାଙ୍କ ଝିଅ ରାଜସ୍ଥାନର କୋଟାରେ ରହି ପାଠ ପଢ଼ୁଛନ୍ତି ଏବଂ ଲକଡାଉନ୍ ଯୋଗୁଁ ସେ ସେଠାରେ ଫସି ଯାଇଛନ୍ତି। ଆଶିଷ ଜୈନ କହିଛନ୍ତି ଯେ ତାଙ୍କ ଝିଅ ହଷ୍ଟେଲରେ ରୁହନ୍ତି ଏବଂ ସେ ଏବେ ଅସୁସ୍ଥ। ସେ ନିଜ ଝିଅଙ୍କଚ ଘରକୁ ଫେରାଇ ଆଣିବାକୁ ସାହାଯ୍ୟ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି।

ଆଶିଷ ଜୈନଙ୍କ ଟ୍ବିଟ୍ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକ୍ସନ ମୋଡ଼କୁ ଆସିଥିଲେ ଏବଂ ସେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଫୋନ୍ କରିଥିଲେ। ସେ ଆଶିଷ ଜୈନଙ୍କ ଝିଅ ପାଇଁ ସାହାଯ୍ୟ ମାଗିଥିଲେ।

ସିନ୍ଧିଆ ଟ୍ବିଟ୍ କରି କହିଥିଲେ ଯେ ,ପ୍ରିୟ ଆଶିଷ,ଆପଣଙ୍କ ସହ ଦୂରଭାଷରେ ଚର୍ଚ୍ଚା ଅନୁସାରେ,ତାଙ୍କର ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ଆପଣଙ୍କ ଝିଅ ଇଶିକାଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ହୋଇଛି। ଆପଣ ନିରାଶ ହୁଅନ୍ତୁ ନାହିଁ,ଆପଣଙ୍କ ଝିଅଙ୍କ ଉଚିତ୍ ଦେଖାଶୁଣା କରାଯିବ ଏବଂ ଶୀଘ୍ର ତାଙ୍କ ଘରକୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ।

ଆଉ ଏକ ଟ୍ବିଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ଅନୁରୋଧ ପରେ ରାଜସ୍ଥାନ ସହରର କୋଟାରେ ଫସିଥିବା ଗୁନା ସହରର ଇଶିକାଙ୍କୁ ଶୀଘ୍ର ନିଜ ଘରକୁ ପଠାଇବାକୁ ନେଇ ପ୍ରତିଶ୍ରୃତି ଦେଇଛନ୍ତି।

 

   Related Posts