ଗୋଟିଏ ଦଳ କ୍ଷମତା ପାଇଁ ଜରୁରୀକାଳୀନ ସ୍ଥିତି ଲାଗୁ କଲା, ଅନ୍ୟ ଦଳ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ LOCKDOWN କଲା : ସିନ୍ଧିଆ

Published By : Prameya-News7 Bureau | July 03, 2020 IST

ଭୋପାଳ ୦୩।୦୭: ବିଜେପି ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରା ଦେଶରେ ଲକ୍‌ଡାଉନ୍ ଲଗାଇବା ନିର୍ଣ୍ଣୟକୁ ସାହସିକ ପଦକ୍ଷେପ କହିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଗୋଟିଏ ଦଳ କ୍ଷମତାରେ ରହିବା ଲାଗି ଦେଶରେ ଜରୁରୀକାଳୀନ ଲଗାଇଥିବା ବେଳେ ଅନ୍ୟ ଦଳ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲକ୍‌ଡାଉନ୍‌ ଲଗାଇଛି।

ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ନେତୃତ୍ଵାଧୀନ ବିଜେପି ସରକାରର ୧୦୦ ଦିନ ପୂରଣ ହେବା ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଡିଜିଟାଲ ରାଲିକୁ ସମ୍ବୋଧିତ କରି ସିନ୍ଧିଆ କହିଛନ୍ତି, ଗୋଟିଏ ଦଳ କ୍ଷମତାରେ ରହିବା ଲାଗି ଦେଶରେ ଜରୁରୀକାଳୀନ ଲାଗୁ କରିଥିଲା ଏବଂ ଅନ୍ୟ ଜଣେ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଲକ୍‌ଡାଉନ୍‌ ଲାଗୁ କରିବାକୁ ନିବେଦନ କଲା। ଲୋକେ ମଧ୍ୟ ନିଜର ପ୍ରଧାନସେବକଙ୍କ ଅପିଲ୍‌କୁ ଶିରୋଧାର୍ଯ୍ୟ ସ୍ଵୀକାର କରିଛନ୍ତି।

ମାର୍ଚ୍ଚରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ସିନ୍ଧିଆ କହିଛନ୍ତି, ମୁଁ କଂଗ୍ରେସ ରହି ମଧ୍ୟ ସର୍ବଦା ସତ୍ୟକୁ ସମର୍ଥନ କରିଛି ଏବଂ ସବୁ ବେଳେ ଜରୁରୀକାଳୀନକୁ ବିରୋଧ କରିଛି। କାରଣ ଯାହା ଠିକ୍ ତାହା ଠିକ୍ ଏବଂ ଯାହା ଭୁଲ୍‌ ତାହା ହିଁ ଭୁଲ୍ ଅଟେ। ସିନ୍ଧିଆ କହିଛନ୍ତି, ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ, ଲକ୍‌ଡାଉନ୍‌ରେ କଣ ମିଳିଲା। ମୁଁ ସେହି ଲୋକଙ୍କୁ ଉତ୍ତର ଦେବାକୁ ଚାହୁଁଛି ଯେ, ଯଦି ମୋର ପ୍ରଧାନମନ୍ତ୍ରୀ ଦେଶରେ ଲକ୍‌ଡାଉନ୍‌ର ଆହ୍ଵାନ କରିନଥାନ୍ତା ଭାରତ ଅନ୍ୟ ଦେଶ ତୂଳନାରେ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିଥାନ୍ତା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଧିଲ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ତାହା ଲକ୍‌ଡାଉନ୍‌ ଲାଗି ସମ୍ଭବ ହୋଇ ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.