Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବିଜେପିରେ ଯୋଗ ଦେବା ମାତ୍ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଲା ଉପହାର, ହେଲେ ରାଜ୍ୟସଭା ପ୍ରାର୍ଥୀ

11/03/2020 at 6:09 PM

ନୂଆଦିଲ୍ଲୀ ୧୧।୦୩ : ଗତକାଲି କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗ ଦେଇଥିବା ମଧ୍ୟ ପ୍ରଦେଶ ରାଜନୀତିର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚଟାପଟ୍ ପୁରସ୍କାର ଦେଇଛି ବିଜେପି। ତାଙ୍କୁ ଦେଇଛି ମଧ୍ୟ ପ୍ରଦେଶରୁ ରାଜ୍ୟସଭା ଟିକେଟ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାର ଘୋଷଣା କରିଛନ୍ତି। ବିଜେପି ମୋଟ୍ ୧୧  ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଦୁଇ ସହଯୋଗୀ ଦଳଙ୍କୁ ମଧ୍ୟ ସାମିଲ କରାଯାଇଛି।

ରାଜ୍ୟସଭା ପ୍ରାର୍ଥୀ ନେଇ ସିନ୍ଧିଆଙ୍କୁ ଶିବରାଜ ସିଂହ ଚୌହାନ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ କଂଗ୍ରେସ ଛାଡି ଥିବା ହର୍ଷ ଚୌହାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ଏହା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ସେ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ।

ବିଜେପିରେ ଯୋଗ ଦେବା ପରେ ସିନ୍ଧିଆ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ପ୍ରଦେଶରେ ରାଜନୀତି ଚରମରେ ପହଞ୍ଚିଛି।

ସିନ୍ଧିଆ ରାଜ୍ୟସଭାକୁ ଯିବା ପରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ଏଥି ସହ ରାଜ୍ୟରେ ବିଜେପି ସରକାର ଗଠନ କଲେ ସିନ୍ଧିଆଙ୍କ ଅନୁଗତଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯାଇପାରେ। ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, କଂଗ୍ରେସ ସରକାରରେ ରାଜ୍ୟର ଚାଷୀ ଓ ଯୁବ ବର୍ଗ ବିବଶ ହୋଇ ପଡିଛନ୍ତି। ରାଜ୍ୟରେ ରୋଜଗାର ହ୍ରାସ ଘଟିଛି ଏବଂ ଦୁର୍ନୀତି ବଢିଛି। ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ମନର ବ୍ୟଥାକୁ ମଧ୍ୟ ଉଲ୍ଲେଖ କରିଥିଲେ।

   Related Posts