ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଞ୍ଚ ଉପରେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହଙ୍କୁ ଚପଲ ପିନ୍ଧାଇଲେ ସିନ୍ଧିଆ

Published By : Prameya-News7 Bureau | August 23, 2020 IST

ଗ୍ୱାଲିଅର୍ ୨୩/୦୮ : ମଧ୍ୟ ପ୍ରଦେଶ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା | କେତେବେଳେ ମନ୍ତ୍ରୀ ନାଳ ସଫା କରିଥାନ୍ତି ତ କେତେବେଳେ ସଡକ କିମ୍ବା ଶୌଚାଳୟ | ମଧ୍ୟ ପ୍ରଦେଶ ରାଜନୀତିରେ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସେ ବେସ ପରିଚିତ | କିଛି ମାସ ପୂର୍ବରୁ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ଚପଲ ନ ପିନ୍ଧିବାକୁ ପ୍ରତିଶୃତି କରିଥିଲେ | ନିଜ ଅଂଚଳର  ସମସ୍ୟା ଗୁଡିକ ଦୂର କରିବାକୁ ସେ ଏହି ସଂକଳ୍ପ ନେଇଥିଲେ | ବର୍ତମାନ ମନ୍ତ୍ରୀଙ୍କ ଅଞ୍ଚଳର ସମସ୍ୟା ଦୂର ହୋଇଥିବା ଭଳି ଜଣାପଡୁଛି | ସେଥିପାଇଁ ରବିବାର ଦିନ ଗ୍ୱାଲିଅର୍ ରେ ହୋଇଥିବା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭା ରେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ଚପଲ ପିନ୍ଧିଲେ | ମହାରାଜ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଦ୍ୟୁମ୍ନ ସିଂହଙ୍କୁ ଚପଲ ପିନ୍ଧାଇ ଆଶୀର୍ବାଦ ଦେଲେ |

{"id":319052,"sizeSlug":"large"}

ଗତ କେତେ ମାସରୁ ଚପଲ ତ୍ୟାଗ କରି କାମ କରୁଥିବା ପ୍ରଦ୍ୟୁମ୍ନ ସିଂହ ଶହ ଶହ ଲୋକଙ୍କ ସମ୍ମୁଖରେ ଚପଲ ପିନ୍ଧି ଜନତାଙ୍କ ସେବା କରିବାକୁ ସଂକଳ୍ପ ନେଇଛନ୍ତି | ଏହି ଅବସରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ପ୍ରଦ୍ୟୁମ୍ନ ସିଂହଙ୍କୁ ଚପଲ ପିନ୍ଧାଇ ଆଶୀର୍ବାଦ ଦିଅନ୍ତୁ | ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ଚପଲ ପିନ୍ଧାଇ କହିଥିଲେ ଯେ ବର୍ତ୍ତମାନଠାରୁ ଚପଲ ପିନ୍ଧି ଲୋକଙ୍କ ସେବା କରନ୍ତୁ |

wp:core-embed/youtube {"url":"https://www.youtube.com/embed/MAWMZ04ey7k","type":"rich","providerNameSlug":"embed-handler","className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/MAWMZ04ey7k
/wp:core-embed/youtube

ଗତ ମାର୍ଚ୍ଚ ମାସରେ ଯେତେବେଳେ ରାଜ୍ୟ ରାଜନୀତିରେ ସଂଘର୍ଷ ଆରମ୍ଭ ହୋଇଥିଲା ସେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କମଲନାଥ ସରକାରଙ୍କ ଠାରୁ ସମର୍ଥନ ଫେରାଇ ଆଣିଥିଲେ | ସେତେବେଳେ ଇସ୍ତାଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ସିଂହ ତୋମାରଙ୍କ ନାଁ ସାମିଲ ଥିଲା | ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହୋଇଥିଲେ | ଏହାପରେ ଯେତେବେଳେ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଥିଲା ପ୍ରଦ୍ୟୁମ୍ନ ସିଂହଙ୍କୁ ମଧ୍ୟ ମନ୍ତ୍ରୀପଦ ଦିଆଯାଇଥିଲା | ବର୍ତ୍ତମାନ ଆଗାମୀ ଉପ ନିର୍ବାଚନରେ ପ୍ରଦ୍ୟୁମ୍ନ ସିଂହ ତୋମାରଙ୍କୁ ଟିକେଟ ମିଳିବା ନେଇ ଅନୁମାନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.