Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସିନ୍ଧିଆଙ୍କ ରାଜପ୍ରାସାଦ …୧୪୬ବର୍ଷର ଏହି ମହଲ ଯେତିକି ସୁନ୍ଦର ତା’ର ମୂଲ୍ୟ ସେତିକି ଆଶ୍ଚର୍ଯ୍ୟଜନକ

13/03/2020 at 12:10 PM

ଭୋପାଳ ୧୩/୩: ଗ୍ବାଲିୟର ରାଜପରିବାରର ଅଂଶବିଶେଷ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ୍ ଛାଡ଼ି ଭାଜପାରେ ଯୋଗ ଦେବା ଯୋଗୁଁ ଗତ ଦୁଇ ଦିନରୁ ଚର୍ଚ୍ଚାରେ ଅଛନ୍ତି। ଜ୍ୟୋତିରାଦିତ୍ୟ ଜଣେ ବରିଷ୍ଠ ନେତା ହେବା ସହ ରାଜବଂଶର ମଧ୍ୟ। ଆପଣ ଜାଣିଛନ୍ତି କି ଜ୍ୟୋତିରାଦିତ୍ୟ ଯେଉଁ ରାଜପ୍ରାସାଦରେ ରୁହନ୍ତି ତାହା ୧୨ଲକ୍ଷ ବର୍ଗଫୁଟରୁ ମଧ୍ୟ ବଡ଼। ସେ ଏହି ରାଜପ୍ରାସାଦର ଏକମାତ୍ର ମାଲିକ। ଆସନ୍ତୁ ଆଜି ଜାଣିବା ଜ୍ୟୋତିରାଦିତ୍ୟଙ୍କ ପରିବାର ରହୁଥିବା ଏହି ରାଜପ୍ରାସାଦର ବିଶେଷତ୍ବ ବିଷୟରେ

ଏହି ରାଜପ୍ରାସାଦକୁ ମହାରାଜାଧିରାଜ ଜୟଜୀରାଓ୍ବ ସିନ୍ଧିଆ ଅଲିଜାହ ବାହାଦୁର ୧୮୭୪ମସିହାରେ ନିର୍ମାଣ କରିଥିଲେ। ସେତେବେଳେ ଏହାର ନିର୍ମାଣରେ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ଏହି ସୁନ୍ଦର ରାଜପ୍ରାସାଦର ମୂଲ୍ୟ ବଢ଼ି ୪୦୦୦କୋଟି ପହଞ୍ଚି ସାରିଛି।

ଏହି ରାଜପ୍ରାସାଦକୁ ଆର୍କିଟେକ୍ଟ ସର ମାଇକେଲ୍ ଡିଜାଇନ୍ କରିଥିଲେ। ଏହି ଜୟବିଳାସ ରାଜପ୍ରାସାଦ କେବଳ ସିନ୍ଧିଆ ପରିବାରର ବାସସ୍ଥଳୀ ନୁହେଁ ବରଂ ଏହା ଏକ ଭବ୍ୟ ସଂଗ୍ରହାଳୟ ମଧ୍ୟ।

ଏହି ପ୍ରାସାଦରେ ୪୦୦ରୁ ଅଧିକ ରୁମ୍ ରହିଛି ଯାହାର ଗୋଟିଏ ରୁମରେ ସଂଗ୍ରହାଳୟ ରହିଛି। ଏହାର ନିର୍ମାଣ ଓ୍ବେଲ୍ସର ରାଜକୁମାର,କିଙ୍ଗ୍ ଏଡ଼ଓ୍ବାର୍ଡ଼ ଷଷ୍ଠଙ୍କ ସ୍ବାଗତ ପାଇଁ କରାଯାଇଥିଲା। ୧୯୬୪ମସିହାରେ ଏହାକୁ ସାଧାରଣ ଜନତା ପାଇଁ ଖୋଲି ଦିଆଯାଇଥିଲା।

ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଭବ୍ୟ ପ୍ରାସାଦର ଆଇନଗତ ମାଲିକ। ଏହି ପ୍ରାସାଦର ମୂଲ୍ୟ କଥା କହିବା ଯଦି ଏହା ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବୋଲି କୁହାଯାଉଛି। ପ୍ରାସାଦର ଭବ୍ୟତାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାଆନ୍ତି। ସିନ୍ଧିଆ ପରିବାରର ଡ୍ରଇଙ୍ଗ ରୁମକୁ ଆଣ୍ଟିକ୍ ବୋଲି କୁହାଯାଇଥାଏ।

ପ୍ରାସାଦର ୪୦୦ରୁମ୍ ମଧ୍ୟରେ ଏକ ରୁମ୍ ଖାସ୍ କରି ମାଧବରାଓ ସିନ୍ଧିଆଙ୍କ ଥିଲା। ଆଜି ବି ଏହି ରୁମ୍ ତାଙ୍କ ନାଁରେ ସଂରକ୍ଷିତ ରଖାଯାଇଛି। ଏହି ରୁମରେ ମାଧବରାଓ ତାଙ୍କ ପସନ୍ଦର ଆର୍କିଟେକ୍ଟ ଏବଂ ଆଣ୍ଟିକ୍ ରଖିଥିଲେ। ପ୍ରାସାଦର ପ୍ରସିଦ୍ଧ ଦରବାର ହଲ୍ ଏହି ପ୍ରାସାଦର ଭବ୍ୟ ଅତୀତର ସାକ୍ଷୀ।

   Related Posts