Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପୁଣି ଓଲଟିବ କି ଇତିହାସ ? ସିନ୍ଧିଆଙ୍କ ଟ୍ୱିଟର ପେଜ୍ରୁ‌ ବିଜେପି ଆଉଟ୍, ରିଆକ୍ସନ୍ ଦେଖି ରିଆକ୍ଟ କଲେ ଜ୍ୟୋତିରାଦିତ୍ୟ

6/06/2020 at 3:26 PM

ଭୋପାଳ, ୦୬|୦୬:  ଦେଶ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଏହା ମଧ୍ୟରେ କିନ୍ତୁ ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ସରଗରମ ହୋଇଯାଇଛି । ପୁଣିଥରେ ରାଜ୍ୟରେ ବିଜେପିକୁ ଶାସନର ଡୋରି ଉପହାର ଭାବେ ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିଜ ଟ୍ୱିଟର୍ ପେଜରୁ ବିଜେପି ହଟାଇଦେଇଛନ୍ତି ।

ଏହି ଘଟଣାକୁ ନେଉ ଭୋପାଳରୁ ଦିଲ୍ଲୀ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଯେଉଁ ନେଚାଙ୍କୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି ଟିମ୍ ସ୍ୱାଗତ କରିଥିଲେ ଓ ଯେଉଁ ନେତା ବିଜେପିକୁ ମଧ୍ୟପ୍ରଦେଶରେ ସତ୍ତାର ଡୋରି ଉପହାର ସ୍ୱରୂପ ଦେଇଥିଲେ ସେ କାହିଁକି ନିଜ ପ୍ରୋଫାଇଲରୁ ବିଜେପିକୁ ଦୂରରେ ରଖିଛନ୍ତି । ଏହା ସିନ୍ଧିଆଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନା ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସିନ୍ଧିଆ କଣ ପୁଣି କଂଗ୍ରେସ ଫେରିଯିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କେହିକେହି ଆଶଙ୍କା କରୁଛନ୍ତି ।

ଏହାପୂର୍ବରୁ ଯେତେବେଳେ ସିନ୍ଧିଆ କଂଗ୍ରେସ ଛାଡିଥିଲେ ସେହି ସମୟରେ ମଧ୍ୟ ସେ ନିଜ ଟ୍ୱିଟର୍ ପେଜରୁ କଂଗ୍ରେସ ହଟାଇ ଦେଇଥିଲେ । ଏହା ପରେ ଚର୍ଚ୍ଚା ଜୋର ଧରିଥିଲା । ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଶିବରାଜ ସିଂ ଚୌହ୍ୱାନ ପୁଣି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।

ଏହି ଘଟଣା ପରେ ସିନ୍ଧିଆ ଶନିବାର ଏକ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ମିଛ ଖବର ସତଠାରୁ ଦ୍ରୁତ ବେଗରେ ଗତି କରେ । ତେବେ ଏପରି ବୁଲେଇ ବଙ୍କେଇ କହିବାର କାରଣ କଣ ତାହା ମଧ୍ୟ ଜଣାପଡୁନାହିଁ । ତେବେ ଦେଖିବାକୁ ବାକି ରହିଲା ଆଗକୁ ସିନ୍ଧିଆଙ୍କ ଆଭିମୁଖ୍ୟ କଣ ରହୁଛି । ସେ ବିଜେପିରେ ରହୁଛନ୍ତି ନା ମଧ୍ୟପ୍ରଦେଶରେ ପୁଣି ରାଜନୈତିକ ହଟଚମଟ ସୃଷ୍ଟି ହେଉଛି ।

   Related Posts