ଭୋପାଳ, ୧୬|୦୩: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂ ସୋଲାଙ୍କୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କିନ୍ତୁ ଏହି ଦୁଇ ନେତା ନିଜ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା କଂଗ୍ରେସ ଅଭିଯୋଗ କରିଛି।
{"id":239461,"width":746,"height":420,"sizeSlug":"large"}ସୋମବାର କଂଗ୍ରେସ ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସରଙ୍କ ସାମ୍ନାରେ ନିଜ ଅଭିଯୋଗ ରଖିଛି। ସିନ୍ଧିଆ ସତ୍ୟପାଠରେ ଆର୍ଥିକ ଅପରାଧ ଶାଖରେ ଥିବା ଏକ ମାମଲା ଦର୍ଶାଇନଥିବା କଂଗ୍ରେସ କହିଛି। ସିନ୍ଧିଆ ବିଜେପିରେ ସାମିଲ ହେବାର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ ପୋଲିସର ଆର୍ଥିକ ଅପରାଧ ଶାଖା ୨୦୧୪ରେ ସିନ୍ଧିଆଙ୍କ ବିରୋଧରେ ଥିବା ଜମି ହଡପ ଏକ ମାମଲାକୁ ପୁଣି ଆରମ୍ଭ କରିଥିଲା। ପୂର୍ବରୁ ୨୦୧୮ରେ ପ୍ରମାଣ ଅଭାବରୁ ଏହି ମାମଲାକୁ ବନ୍ଦ କରିଦିଆଯାଇଥିଲା।
ସେହିପରି ସୋଲାଙ୍କୀ ନାମାଙ୍କନ ଫର୍ମ ଦାଖଲ କରିବା ସମୟରେ ନିଜ ଚାକିରୀରୁ ଇସ୍ତଫା ଦେଇନଥିଲେ। ସେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା କଂଗ୍ରେସ କହିଛି। ସୋମବାର ପ୍ରାର୍ଥୀପତ୍ର ଯାଞ୍ଚର ଶେଷଦିନ ଥିଲା। ତେବେ ରିଟର୍ଣ୍ଣିଂ ଅଫିସର ମଙ୍ଗଳବାର ଦିନ ୧୧ଟାରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଶୁଣାଣି କରିବେ ବୋଲି କହିଛନ୍ତି। ଏହାସହ ଏହି ଦୁଇ ନେତାଙ୍କ ନାମାଙ୍କନ ଖାରଜ କରାଯାଉ ବୋଲି କଂଗ୍ରେସ ନେତା ଦିଗବିଜୟ ସିଂ ଦାବି କରିଛନ୍ତି।