Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପାଣିର ମହତ୍ତ୍ୱ ଦର୍ଶାଇଥାଏ ଜ୍ୟୋଷ୍ଠ ମାସ: ଏହିସବୁ ଜିନିଷ ଦାନ କଲେ ମିଳିଥାଏ ମା’ ଲକ୍ଷ୍ମୀଙ୍କ କୃପା

4/06/2021 at 3:44 PM

ଭୁବନେଶ୍ୱର ୦୪/୦୬ : ଜୁନ ୫ ତାରିଖ, ଶନିବାର ଦିନ ଜ୍ୟୋଷ୍ଠ ମାସ ଏକାଦଶୀ ତିଥି । ହିନ୍ଦୁ ପାଞ୍ଜି ଅନୁସାରେ ମେ ୨୭ ତାରିଖରେ ଜ୍ୟୋଷ୍ଠ ମାସ ଆରମ୍ଭ ହୋଇଥିଲା । ଜ୍ୟୋଷ୍ଠ ମାସରେ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋଷ୍ଠ ମାସ ଜୀବନରେ ଜଳର ମହତ୍ତ୍ୱ ଦର୍ଶାଇଥାଏ । ଏହି ମାସରେ ନିର୍ଜଳା ଏକାଦଶୀ ବ୍ରତ ପଡେ । ନିର୍ଜଳା ଏକାଦଶୀ ସବୁଠାରୁ କଠିନ ବ୍ରତ ମଧ୍ୟରୁ ଗୋଟିଏ । ଜ୍ୟୋଷ୍ଠ ମାସରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ ।
ଜ୍ୟୋଷ୍ଠ ମାସରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ମାସରେ ଅଧିକ ଖରା ଓ ଗରମ ଅନୁଭୂତ ହୁଏ । ଏହି ମାସରେ ଦିନ ବଡ ଓ ରାତି ଛୋଟ ହୋଇଥାଏ । ଗରମରେ ଜଳର ମହତ୍ତ୍ୱ ବଢିଯାଏ । ଏହି ମାସରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ବ୍ରତ ଓ ପର୍ବ ପଡିଥାଏ, ଗଙ୍ଗା ଦଶହରା ଓ ନିର୍ଜଳା ଏକାଦଶୀ ।


ଜ୍ୟୋଷ୍ଠ ମାସରେ ଜଳ ସଞ୍ଚୟ କରିବା ଉଚିତ ଏବଂ ଜଳର ସଠିକ ବ୍ୟବହାର କରିବା ଉଚିତ । ଆମେ ସମସ୍ତେ ଜାଣିଛୁ ଯେ ଜଳ ହିଁ ଜୀବନ । ବର୍ତ୍ତମାନ ଅନେକ ସ୍ଥାନରେ ଜଳ ସଙ୍କଟ ରହିଛି । ସେଥିପାଇଁ ଜଳ ସଞ୍ଚୟ କରିବା ଓ ସଠିକ ଉପଯୋଗ କରିବା ନିହାତି ଆବଶ୍ୟକ । ଜଳ ସ୍ଥର ଯେଉଁଭଳି ଭାବେ ଖସିବାରେ ଲାଗିଛି, ସଙ୍କଟ ଏଡ଼ାଇବାକୁ ଜଳ ସଂରକ୍ଷଣ କରିବା ଅତ୍ୟନ୍ତ ଜରୁରୀ ।


ଜ୍ୟୋଷ୍ଠ ମାସରେ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ଜଳ ଦାନ କରିବା ପୁଣ୍ୟ ସହ ସମାନ । ଜଳ ଦାନ କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଜଳ ଛଡା ଆଉ କଣ କଣ ଦାନ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ଜାଣନ୍ତୁ …


ପଶୁପକ୍ଷୀଙ୍କ ପାଇଁ ଜଳ ଓ ଭୋଜନ ବ୍ୟବସ୍ଥା କରିବା ଉଚିତ
ପଙ୍ଖା ଦାନ କରିବା ଉଚିତ
ମାଠିଆ ଦାନ କରିବା ଉଚିତ
ଗରମରେ ଲୋକଙ୍କୁ ପାଣି ପିଇବାକୁ ଦେଲେ ପୁଣ୍ୟ ମିଳିଥାଏ
ଜଳଛତ୍ର ସ୍ଥାପନା କରିବା ଉଚିତ
ଛତୁଆ ଓ ଗ୍ରୀଷ୍ମ ଋତୁର ଫଳ ଦାନ କରିବା ଉଚିତ
ବୃକ୍ଷକୁ ପାଣି ଦେବା ଓ ବୃକ୍ଷରୋପଣ କରିବା ଉଚିତ

   Related Posts