ଆସନ୍ତାକାଲି ଜ୍ୟେଷ୍ଠ ମାସ ବଡ ମଙ୍ଗଳବାର : ହନୁମାନଙ୍କ ବିଶେଷ ପୁଜାର୍ଚ୍ଚନାରେ ମିଳିବ ସୁଖ, ଶାନ୍ତି ଓ ସମ୍ପଦ

Published By : Prameya-News7 Bureau | May 20, 2019 IST

ବର୍ଷକ ୧୨ ମାସ । କଥାରେ ଅଛି ୧୨ ମାସରେ ୧୩ ପର୍ବ ।  ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ଅଲଗା ଅଲଗା ମହତ୍ୱ ରହିଛି । ପ୍ରତ୍ୟେକ ମାସରେ ଲୋକେ ଲଗ୍ନ ଅନୁଯାୟୀ ଶୁଭ କାମ କରିଥାନ୍ତି । ୧୨ ମାସରୁ ଗୋଟିଏ ହେଲା ଜ୍ୟେଷ୍ଠ ମାସ । ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ଅନେକ ମହତ୍ୱ ରହିଛି । ମେ ୨୧ ତାରିଖରେ ବଡ ମଙ୍ଗଳବାର ପାଳନ କରାଯିବ । ମେ ୧୯ ତାରିଖରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଜ୍ୟେଷ୍ଠ ମାସ ରହିବ । ଏହି ମାସରେ ୪ଟି ବଡ ମଙ୍ଗଳବାର ପଡୁଛି । ମେ ୨୧ ତାରିଖରେ ପ୍ରଥମ ବଡ ମଙ୍ଗଳବାର ପଡୁଛି । ବଡ ମଙ୍ଗଳବାର ଦିନ ସର୍ବାର୍ଥ ସିଦ୍ଧି ଯୋଗ ରହିଛି । ଏହି ଦିନରେ ଅନେକ ଶୁଭ କାର୍ଯ୍ୟ ପାଇଁ ଶୁଭ ଯୋଗ ରହିଛି ।

{"id":113895}

ବଡ ମଙ୍ଗଳବାର ଦିନ ପବନପୁତ୍ର ଶ୍ରୀ ହନୁମାନଙ୍କ ବିଶେଷ ପୁଜାର୍ଚ୍ଚନା ଓ ଆରାଧନା କରାଯିବ । ଶ୍ରୀ ହନୁମାନଙ୍କୁ ଭଗବାନ ଶିବଙ୍କ ୧୧ତମ ରୁଦ୍ରାବତାର ବୋଲି ବିଶ୍ୱାସ କରାଯାଏ । ଆଜି ମଧ୍ୟ ଶ୍ରୀ ହନୁମାନ ସଶରୀରେ ପୃଥିବୀପୃଷ୍ଠରେ ଭ୍ରମଣ କରୁଛନ୍ତି ବୋଲି ବିଶ୍ୱାସ ରହିଛି ।

{"id":113896}

ଏହି ବଡ ମଙ୍ଗଳବାର ଦିନ ହନୁମାନଙ୍କ ପୁଜାପାଠ ଓ ବ୍ରତ ରଖିବା ଦ୍ୱାରା ଘରେ ସର୍ବଦା ସୁଖ, ଶାନ୍ତି ଓ ସମ୍ପଦ ବାସ କରେ ବୋଲି କୁହାଯାଏ ।

{"id":113897}

ମେ ୨୧ ପ୍ରଥମ ତାରିଖରେ ବଡ ମଙ୍ଗଳବାର । ଏହି ଦିନ ଚନ୍ଦ୍ର ଧନୁ ରାଶିରେ ରହିବେ । ଧନୁ ମଙ୍ଗଳଙ୍କ ମିତ୍ର ରାଶି ବୋଲି କୁହାଯାଏ । ଧନୁ ରାଶିର ଗୁରୁ ବୃହଷ୍ପତ୍ତି । ବୃହଷ୍ପତ୍ତି ଧର୍ମ ରକ୍ଷା କରନ୍ତି । ଶୁଭ ଯୋଗ ହୋଇଥିବା ଯୋଗୁଁ ମନୁଷ୍ୟକୁ ସବୁ କାମରେ ସଫଳତା ପ୍ରାପ୍ତ ହୋଇଥାଏ । ମେ ୨୮ ତାରିଖରେ ଦ୍ୱିତୀୟ ବଡ ମଙ୍ଗଳବାର । ଦ୍ୱିତୀୟ ବଡ ମଙ୍ଗଳବାର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପଡୁଛି । ପୂର୍ବାଭାଦ୍ରପଦ ନକ୍ଷତ୍ରଙ୍କ ସ୍ୱାମୀ ଗୁରୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.