ଘାସ କାଟିଲା ବେଳେ ମେସିନରେ କଟିଗଲା ନାବାଳିକାର ହାତ: ୧୧ ଘଣ୍ଟା ଅପରେସନ କରି ହାତ ଯୋଡ଼ିଦେଲେ ଡାକ୍ତର

Published By : Prameya-News7 Bureau | July 16, 2021 IST

ହମିରପୁର ୧୬/୦୭ : ଡାକ୍ତରମାନଙ୍କୁ କେବଳ ଭଗବାନ କୁହାଯାଏ ନାହିଁ। କରୋନା ସଙ୍କଟ ସମୟରେ ଆମେ ଏହାର ଜୀବନ୍ତ ଉଦାହରଣ ଦେଖିଛୁ। ନିଜ ଜୀବନକୁ ବାଜି ଲଗାଇ ଡାକ୍ତର କିଭଳି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଦିନ ରାତି ପରିଶ୍ରମ କରିଛନ୍ତି ତାହା ସାରା ଦୁନିଆ ଦେଖିଛି। ଡାକ୍ତର ଏକ ଶିଶୁକୁ ନୂଆ ଜୀବନ ଦାନ କରିଥିବା ମାମଲା ସାମ୍ନାକୁ ଆସିଛି। ହିମାଚଳ ପ୍ରଦେଶର ହମିରପୁରର ଜଣେ ଆଠ ବର୍ଷର ନାବାଳିକାର କଟିଯାଇଥିବା ହାତକୁ ଚଣ୍ଡିଗଡ଼ PGI ହସ୍ପିଟାଲର ଏକ ଡାକ୍ତର ଦଳ ଯୋଡି ଦେଇଛନ୍ତି। ଘାସ କଟା ମେସିନରେ ଶିଶୁର ହାତ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

wp:gallery {"ids":[481514],"linkTo":"none"} /wp:gallery

PGI ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ୧୧ ଘଣ୍ଟା ଅସ୍ତ୍ରୋପଚାର କରି ଶିଶୁର ହାତକୁ ଯୋଡ଼ିଛନ୍ତି। PGI ଉତ୍ତର ଭାରତର ପ୍ରଥମ ମେଡିକାଲ୍ ପ୍ରତିଷ୍ଠାନ ହୋଇପାରିଛି ଯେଉଁଠି ଏକ ଶିଶୁର ଅଲଗା ହୋଇଯାଇଥିବା ହାତକୁ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି । ପିଜିଆଇର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଆର.କେ ଶର୍ମା କହିଛନ୍ତି ଯେ ପିଜିଆଇରେ ଏଭଳି ଜଟିଳ ଅସ୍ତ୍ରୋପଚାର ସଫଳ ହେଉଛି। କାରଣ ପିଜିଆଇ ସମୟ ସମୟରେ ପ୍ଲାଷ୍ଟିକ୍ ସର୍ଜରୀ କ୍ଷେତ୍ରରେ ନୂଆ ଟେକ୍ନୋଲୋଜି ସହିତ କାମ କରୁଛି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡକ୍ଟର ଏସ୍ ତ୍ରିପାଠୀ, ଡକ୍ଟର ଜେରୀ ଆର ଜନ୍ ଏବଂ ପ୍ରଫେସର ଅତୁଲ ପ୍ରଶାନ୍ତ ଏହି ଅସ୍ତ୍ରୋପଚାର କରିଛନ୍ତି।

ନାବାଳିକାକୁ ହିମାଚଳ ପ୍ରଦେଶର ହମିରପୁରରେ ଗତ ଜୁନ ୨୫ ତାରିଖରେ ଶିଶୁକୁ ପିଜିଆଇର ଆଡଭାନ୍ସ ଟ୍ରମା ସେଣ୍ଟରକୁ ଅଣାଯାଇଥିଲା। ୧୦ ଦିନ ଧରି ଶିଶୁର ଚିକିତ୍ସା ଚାଲିଥିଲା। ଶେଷରେ ଶିଶୁକୁ ନୂଆ ଜୀବନ ଦାନ ଦିଆଯାଇଛି। ଅସ୍ତ୍ରୋପଚାର ସମୟରେ ଶିଶୁର କଟିଯାଇଥିବା ହାତରେ ୨୦ ଟି ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥିଲା। କଟା ହାତର ସଂଯୋଗ କରି ସ୍ନାୟୁ ଏବଂ ହାଡକୁ ପୁନଃ ସଂଯୋଗ କରାଯାଇଥିଲା। ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ଶିଶୁର ଚର୍ମକୁ ମଧ୍ୟ ପୁନଃ ପ୍ରତିରୋପିତ କରାଯାଇଛି।

ପଶୁମାନଙ୍କ ପାଇଁ ଚାରା କଟାଯାଉଥିବା ମେସିନରେ ଶିଶୁର ହାତ କଟିଯାଇଥିଲା। ଡକ୍ଟର ଏସ ତ୍ରିପାଠୀ କହିଛନ୍ତି ଯେ ଦୁର୍ଘଟଣାର ସାତରୁ ଆଠ ଘଣ୍ଟା ମଧ୍ୟରେ ଯଦି ଅଲଗା ଅଙ୍ଗର ତୁରନ୍ତ ଚିକିତ୍ସା କରାଯାଇ ତେବେ ଏହାକୁ ଶରୀର ସହିତ ପୁଣିଥରେ ଯୋଡାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.