ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଯୁବ କନ୍ଧ ସମାଜ

Published By : Prameya-News7 Bureau | July 22, 2021 IST

କଣ୍ଟାବାଞ୍ଜି ୨୨।୭: ବଲାଙ୍ଗୀର ଯୁବ କନ୍ଧ ସମାଜ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ବଙ୍ଗୋମୁଣ୍ଡା କନ୍ଧ ସମାଜ ଅଫିସଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧ ତାରିଖ ଦିନ ସିନ୍ଧେକେଲା ଥାନା ନିମୁର୍ଲା ଗାଁରେ ଗୁଣିଗାରେଡି ହେଉଥିବା ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ପରେ ଗାଁ ଲୋକେ ଓ ଦିଗସିରା ସରପଞ୍ଚ ଗୋଲକ ସିଂ ଭୋଇ ଗାଁର ବ୍ରଜ ଭୋଇଙ୍କ ପରିବାର ଏହି ଗୁଣିଗାରେଡି କରୁଥିବା ଅଭିଯୋଗ କରିଥିଲେ । ସେହି ସମୟରେ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଏହି ଘଟଣାକୁ ନେଇ ବ୍ରଜ ଭୋଇଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ ।

ଦୀର୍ଘ ୨୨ଦିନ ହେଲାଣି ବ୍ରଜ ଭୋଇ ତାଙ୍କ ପରିବାର ସହ ଏବେ ମୁଣ୍ଡପଦର ଗାଁର ଏକ ମିଶନଶକ୍ତି ଗୃହରେ ଆଶ୍ରୟ ନେଉଛନ୍ତି । ଏହି ଘଟଣାକୁ ନେଇ ଯୁବ କନ୍ଧ ସମାଜ ପକ୍ଷରୁ ପୂର୍ବରୁ ମଧ୍ୟ ବଲାଙ୍ଗୀର ଏସପିଙ୍କୁ ଦେଖା କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଏସପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆସନ୍ତା ୨୪ତାରିଖ ଦିନ  ଅନ୍ୟ ଏକ ଗାଁରେ ରହୁଛନ୍ତି । ଯୁବ କନ୍ଧ ସମାଜ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.