କାନାଡ଼ା ସାଧାରଣ ନିର୍ବାଚନରେ ଲିବରାଲ ପାର୍ଟିର ବିଜୟ, ପୁଣି କ୍ଷମତାକୁ ଫେରିଲେ ଜଷ୍ଟିନ୍ ଟ୍ରୁଡୋ

Published By : Prameya-News7 Bureau | September 21, 2021 IST

ଓଟାୱା ୨୧।୯: କାନାଡା ସାଧାରଣ ନିର୍ବାଚନ ଫଳାଫଳ ଆସିଯାଇଛି। ଶାସକ ଲିବରାଲ ପାର୍ଟିକୁ ଜନାଦେଶ ମିଳିଛି। ଦେଶରେ ହୋଇଥିବା ମଧ୍ୟାବଧି ନିର୍ବାଚନରେ  ଲିବରାଲ ପାର୍ଟିକୁ ଅନ୍ୟ ରାଜନୈତିକ ଦଳଙ୍କ ତୁଳନାରେ ଅଧିକ ଭୋଟ ମିଳିଛି। ହାଉସ୍ ଅଫ କମନସରେ ପାର୍ଟିକୁ ୧୫୬ଟି ଆସନ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି କ୍ଷମତାକୁ ଫେରିଛନ୍ତି। ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଞ୍ଜରଭେଟିଭ ପାର୍ଟିକୁ ୧୨୧ଟି ଆସନ ମିଳିଥିବା ବେଳେ ବ୍ଲକ କ୍ୟୁବେକୋଇସକୁ ୩୨, ନ୍ୟୁଡେମୋକ୍ରାଟିକ ପାର୍ଟିକୁ ୨୭ ଓ ଗ୍ରୀନପାର୍ଟିକୁ ୨ଟି ଆସନ ମିଳିଛି।

କାନାଡା ନିର୍ବାଚନରେ ବିଜୟୀ ହେବାକୁ ହେଲେ କୌଣସି ପାର୍ଟିକୁ ୩୮ ପ୍ରତିଶତ ଭୋଟ ହାସଲ କରିବାକୁ ପଡିଥାଏ। ଗତ ସାଧାରଣ ନିର୍ବାଚନ ଫଳାଫଳ ଯଦିଓ ଲିବରାଲ ପାର୍ଟି ସପକ୍ଷରେ ଆସିଥିଲା ତଥାପି ସଂଖ୍ୟାଗରିଷ୍ଠତା ନଥିଲା। ଏଣୁ କୌଣସି ଆଇନ ଗୃହୀତ କରିବା ଲାଗି ସରକାରୀ ଦଳଙ୍କୁ ସଂସଦରେ ଅନ୍ୟ ଦଳର ସାଂସଦଙ୍କ ସହାୟତା ନେବାକୁ ପଡୁଥିଲା। ଏଣୁ ଟ୍ରୁଡୋ ମଧ୍ୟାବଧି ନିର୍ବାଚନ କରିବାକୁ ଗତ ଅଗଷ୍ଟ ୧୫ ତାରିଖ ଦିନ ଘୋଷଣା କରିଥିଲେ।

{"id":515227,"width":839,"height":472,"sizeSlug":"full","linkDestination":"none"}

୪୪ତମ ସାଧାରଣ ନିର୍ବାଚନରେ ଟ୍ରୁଡୋଙ୍କ ପାର୍ଟିକୁ ଯଦିଓ ବହୁମତ ମିଳିଛି ତଥାପି ଗତ ନିର୍ବାଚନ ଫଳାଫଳ ତୁଳନାରେ ସେପରି କିଛି ଅଧିକ ସଫଳତା ମିଳି ନାହିଁ। ହାଉସ୍ ଅଫ କମନସରେ ମ୍ୟାଜିକ ନମ୍ବର ୧୭୦, ତେବେ ଟ୍ରୁଡୋଙ୍କ ଦଳକୁ ଗତଥର ୧୫୫ଟି ଆସନ ସ୍ଥାନରେ ଏଥର ମାତ୍ର ଗୋଟିଏ ଅଧିକ ୧୫୬ଟି ମିଳିଛି। ଏଣୁ ସଂଖ୍ୟାଗରିଷ୍ଠତା ଲାଗି ଲିବରାଲ ପାର୍ଟିକୁ ଏଥର ମଧ୍ୟ ମେଣ୍ଟର ସାହାରା ନେବାକୁ ହେବ।

ଦେଶରେ କରୋନା ଭାଇରସ ମହାମାରୀର ଚତୁର୍ଥ ଲହରକାଳରେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ମଧ୍ୟାବଧି ନିର୍ବାଚନ ଘୋଷଣାକୁ ବିପକ୍ଷଦଳମାନେ ବିରୋଧ କରିଥିଲେ। ଏହା ସତ୍ତ୍ୱେ ଟ୍ରୁଡୋ ୨ ବର୍ଷର ଦୁର୍ବଳ ସରକାରକୁ ସମାପ୍ତ କରି ନିର୍ବାଚନକୁ ଯାଇଥିଲେ। ସେତେବେଳେ ବିରୋଧୀ ଦଳମାନେ ଏହାକୁ ସଂଖ୍ୟାଗରିଷ୍ଠ ଦଳର ନିଷ୍ପତ୍ତି କହି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ବାଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.