ଅଷ୍ଟ୍ରେଲୀୟ କୋଚଙ୍କ ଦୃଢୋକ୍ତି ; ଭାରତୀୟ ବ୍ୟାଟିଂ ଉପରେ ଭାରି ପଡିବ ଷ୍ଟାର୍କ୍-କମିନ୍ସ୍ ଯୋଡି

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫/୧୧ : କଙ୍ଗାରୁ ବିପକ୍ଷରେ ୪ଟି ଟେଷ୍ଟ , ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ବେଣ୍ଟି ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି ଭାରତ । ସମସ୍ତଙ୍କ କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ ଆସିବା​‌ ପରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ଭାରତୀୟ ଖେଳାଳୀ । ତେବେ   ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି ଭାରତ ଠାରୁ ଟେଷ୍ଟ ସିରିଜ ହାରିବା ପରେ ଗତ ୨ ବର୍ଷ ମଧ୍ୟରେ କଙ୍ଗାରୁ ପେସ୍ ବାହିନୀ କିଛିଟା ସୁଧାର ଆଣିଛି । ୨୦୧୮-୧୯ରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଅଷ୍ଟ୍ରେଲିଆ ହରାଇ ପ୍ରଥମ ଥର ପାଇଁ ସିରିଜ ଜିତିଥିଲା ଟିମ ଇଣ୍ଡିଆ । ଦୁଇ ଟିମ ପୁଣି ଥରେ ଅଷ୍ଟ୍ରେଲିଆ ମାଟିରେ ଖେଳିବାକୁ ତୟାର ।

{"id":362072,"sizeSlug":"large"}

ଲାଙ୍ଗର କହିଛନ୍ତି ଯଦି ୨୦୧୮-୧୯ କଥା କୁହାଯାଏ ତେବେ ଆମେ ପର୍ଥ ଟେଷ୍ଟରେ ଜିତିବା ପରେ ମନୋବଳ ଆହୁରି ବଢିଯାଇଥିଲା । ପର ମ୍ୟାଚ ଏମସିଜିରେ ଟସ୍ ହାରିବା ପରେ ଫ୍ଲାଟ ପିଚରେ ପୁରା ୨ ଦିନ ବୋଲିଂ କରିଥିଲୁ ।  ଚମତ୍କାର କ୍ରିକେଟ ଖେଳି ସେହି ମ୍ୟାଚକୁ ଜିତି ନେଇଥିଲା ଭାରତ । ସେ ଆହୁରି କହିଛନ୍ତି ଏସସିଜିରେ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଆମକୁ ଫ୍ଲାଟ ପିଚରେ ଖେଳିବାକୁ ପଡିଲା ଯାହାକି ବହୁତ ମୁସ୍କିଲ ଥିଲା । ସେତେବେଳେ ଭାରତ ତାର ଶ୍ରେଷ୍ଠ ଫର୍ମରେ ଥିଲା ଏବଂ ପ୍ରଥମ ଥର ପାଇଁ ସିରିଜ ହାତେଇଥିଲା । ଅଷ୍ଟ୍ରେଲିଆ ଖେଳାଳୀମାନେ ଗତ ୨ ବର୍ଷ ମଧ୍ୟରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଭାରତୀୟ ଖେଳାଳୀମାନେ ମଧ୍ୟ ପୂର୍ବ ଅପେକ୍ଷା ବେଶ ଅନୁଭବ ହାସଲ କରିଛନ୍ତି ।  

{"id":362073,"sizeSlug":"large"}

ମିଶେଲ ଷ୍ଟାର୍କ, ଜୋସ ହେଜେଲଉଡ ଏବଂ ପ୍ୟାଟ କମିନ୍ସଙ୍କ ଭଳି ପେସ ବୋଲର ଭାରତ ଉପରେ ଭାରି ପଡିପାରନ୍ତି । ଅନ୍ୟପଟେ ୧୭ ଜଣିଆ କଙ୍ଗାରୁ ଟିମରେ ଜେମ୍ସ୍ ପାଟିନସନ ଏବଂ ମାଇକେଲ ନେସରଙ୍କ ଭଳି ପେସ ବିକଳ୍ପ ମଧ୍ୟ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଗତ ସିଜିନରେ ଆହତ ହେଜେଲଉଡଙ୍କ ସ୍ଥାନରେ ସାମିଲ କରାଯାଇଥିବା ପାଟିନସନଙ୍କୁ ଲାଲ ବଲରେ ଏତେଟା ଅନୁଭବ ନାହିଁ । ସେପଟେ ନେସର ଟେଷ୍ଟ ଡେବ୍ୟୁ କରିନାହାନ୍ତି କିନ୍ତୁ ସେ ବର୍ଷେ ହେବ ଟେଷ୍ଟ ଟିମରେ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.