Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଜଷ୍ଟିସ ସଞ୍ଜୟ ଯାଦବ ହେଲେ ଆଲହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

13/06/2021 at 4:57 PM

ଆଲ୍ଲାବାଦ ୧୩/ ୦୬ : ଆଲହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ସଞ୍ଜୟ ଯାଦବ । ଜଷ୍ଟିସ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ । ଉତ୍ତର ପ୍ରଦେଶ ରାଜଭବନରେ ଜଷ୍ଟିସ ସଞ୍ଜୟ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆଇନ ମନ୍ତ୍ରୀ ବୃଜେଶ ପାଠକ, ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ଆର. କେ. ତିଓ୍ବାରୀଙ୍କ ସମେତ ନ୍ୟାୟମୂର୍ତ୍ତୀ ସଞ୍ଜୟ ଯାଦଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ ।


ଏପ୍ରିଲ ୧୪ ତାରିଖରେ ଜଷ୍ଟିସ ଯାଦବ ଆଲହାବାଦ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିଲା । ଆଜି ତାଙ୍କୁ ପୂର୍ଣ୍ଣକାଳୀନ ମୁଖ୍ୟ ନ୍ୟାୟମୂର୍ତ୍ତୀ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଲ୍ଲାବାଦ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଯାଦବଙ୍କୁ ର୍ଣ୍ଣକାଳୀନ ମୁଖ୍ୟ ନ୍ୟାୟମୂର୍ତ୍ତୀ ଭାବେ ଅନୁମୋଦନ ଦେବାପାରେ ତାଙ୍କୁ ଏହି ପଦରେ ଆଭୁଷିତ କରାଯାଇଛି ।


ଜଷ୍ଟିସ୍‌ ସଞ‌ୟ ଯାଦବଙ୍କ ୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୬ ଅଗଷ୍ଟ ୨୫ ତାରିଖରେ ସେ ଓକିଲତି ପାଇଁ ନିଜକୁ ପଞ୍ଜିକୃତ କରିଥିଲେ । ପ୍ରଥମେ ଜବଲପୁର ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ମଧ୍ୟ ପ୍ରଦେଶ ହାଇକୋର୍ଟର ଡେପୁଟୀ ଆଡଭୋକେଟ ମଧ୍ୟ ରହିସାରିଛନ୍ତି । ପରେ ସେ ଜବଲପୁର ହାଇକୋର୍ଟରେ ଅପର୍‌ ନ୍ୟାୟମୂର୍ତ୍ତୀ ଭାବେ ନିଯୁକ୍ତି ପାଇଥିଲେ । ଜାନୁଆରୀ ୨୦୧୦ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

   Related Posts