ଜଷ୍ଟିସ୍ ଏସ.ଅବଦୁଲ ନଜିରଙ୍କୁ Z ଶ୍ରେଣୀ ସୁରକ୍ଷା, ଗୁଇନ୍ଦା ବିଭାଗରୁ ମିଳିଥିଲା ବିପଦର ସୂଚନା

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ.ଅବଦୁଲ ନଜିରଙ୍କୁ କେନ୍ଦ୍ର ଗୃହ ବିଭାଗ 'ଜେଡ୍' ଶ୍ରେଣୀ ସୁରକ୍ଷା ଯୋଗାଇ ଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ସହ ତାଙ୍କୁ ତଥା ତାଙ୍କ ପରିବାର ସଦସ୍ୟଙ୍କୁ ତ୍ୱରିତ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ରାମଜନ୍ମଭୂମି ଓ ୩ ତଲାକ ମାମଲାରେ କୋର୍ଟଙ୍କ ପୀଠର ସଦସ୍ୟ ଥିଲେ ଜଷ୍ଟିସ୍ ନାଜିର। ଏଣୁ ତାଙ୍କର ତଥା ତାଙ୍କ ପରିବାର ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ବିଭାଗଙ୍କୁ ସୂଚନା ମିଳିଥିଲା।

{"id":185766,"width":575,"height":384,"sizeSlug":"large"}

ସୂଚନା ଆଧାରରେ ଗୃହବିଭାଗ ରବିବାର ବିଚାରପତି ନାଜିରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସିଆରପିଏଫ ସହିତ ସ୍ଥାନୀୟ ପୋଲିସ ଦ୍ୱାରା ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଜଷ୍ଟିସ ନଜିର ଯଦି ବେଙ୍ଗାଲୁର, ମାଙ୍ଗାଲୋର ଅଥବା ମୈସୁର ଆଦି ରାଜ୍ୟକୁ ଗସ୍ତ କରନ୍ତି ତେବେ ତାଙ୍କୁ କର୍ଣ୍ଣାଟକ କୋଟାରେ ଏହି ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବ। ବିବାଦୀୟ ମାମଲାର ରାୟ ଯୋଗୁ ଏଫପିଆଇ ଓ ଅନ୍ୟ ସଙ୍ଗଠନଙ୍କ ପଟରୁ ଜଷ୍ଟିସ ଓ ତାଙ୍କ ପରିବାର ଲାଗି ବିପଦ ଆଶଙ୍କା କରାଯାଇଥିଲା।

{"id":185763,"sizeSlug":"large"}

ଅନ୍ୟପକ୍ଷରେ ଅଯୋଧ୍ୟା ରାମଜନ୍ମଭୂମି ବିବାଦର ରାୟ ପୂର୍ବରୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କୁ ମଧ୍ୟ ସରକାର ଏହି ଶ୍ରେଣୀୟ ସୁରକ୍ଷା ଯୋଗାଇଦେଇଛନ୍ତି। ବିଚାରପତିଙ୍କ ସମେତ ତାଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ମଧ୍ୟ ଏହି ସୁରକ୍ଷା ମିଳିବ। ଯେଉଁଥିରେ ଅର୍ଦ୍ଧସୈନିକ ବଳ ଓ ପୋଲିସର ୨୨ ଜଣ ସହସ୍ତ୍ର ସୁରକ୍ଷା କର୍ମୀ ପରିବାର ଲୋକଙ୍କ ସହ ରହି ଅହର୍ନିଶି ସୁରକ୍ଷା ଯୋଗାଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.