ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ
16/03/2020 at 9:09 PM

ନୂଆଦିଲ୍ଲୀ, ୧୬|୦୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ନାମିତ କରାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ସୋମବାର ସନ୍ଧ୍ୟାରେ ନୋଟିଫିକେସନ ଜାରି କରାଯାଇ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନାମିତ କରିଥିବା ନୋଟିଫିକେସନରେ ଉଲ୍ଲେଖ ରହିଛି।
ଜଷ୍ଟିସ ଗୋଗୋଇ ଗତବର୍ଷ ନଭେମ୍ବରରେ ଅବସର ନେଇଥିଲେ। ସେ ଅଯୋଧ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ମାମାଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସେ ଅକ୍ଟୋବର ୩, ୨୦୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ନିଜର ୧୩ ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ।
Related Posts
କୂଟନୀତିଜ୍ଞ ଏବଂ ତାଙ୍କ ପରିବାରକୁ ମାଗଣାରେ ମିଳିବ କରୋନା ଭାକ୍ସିନ୍
26 January 2021