Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଜି ବସିବ ଜଷ୍ଟିସ ରଘୁବୀର ଦାସ କମିଶନ ବୈଠକ

30/07/2018 at 5:56 AM

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ଗଠନ କରିଛନ୍ତି | ଆଜି ପୁରୀ ସର୍କିଟ ହାଉସରେ କମିଶନଙ୍କ ବୈଠକ ଅନୁଷ୍ଠିତ ହେବ | ପୂର୍ବାହ୍ନରେ ହେବାକୁ ଥିବା ଏହି ବୈଠକରେ ଜଷ୍ଟିସ ଦାସ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଘଟଣା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | ଗତ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ଖୋଲି ଗୃହର ସ୍ଥିତି ଯାଞ୍ଚ କରିବାଲାଗି ସ୍ଥିର ହୋଇଥିଲା | ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଏପ୍ରିଲ ୪ରେ ରତ୍ନ ଭଣ୍ଡାର ଯାଞ୍ଚ ଲାଗି ପଦକ୍ଷେପ ନିଆଗଲା | କିନ୍ତୁ ସେଦିନ ଯାଞ୍ଚ ସମ୍ପୂର୍ଣ ହୋଇପାରିଲା ନାହିଁ | ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାର ଘର ସ୍ଥିତି ପରଖି ଫେରି ଆସିଲା ଟିମ | ଏପ୍ରିଲ ୪ ତାରିଖ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନାର ସ୍ୱତନ୍ତ୍ର ବୈଠକ | ପରିଚାଳନା କମିଟିର ବିବରଣୀ ପଦାକୁ ଆସିବା ପରେ ରତ୍ନ ଭଣ୍ଡାର ଚାବି ହଜିଥିବା ସ୍ପଷ୍ଟ ହୋଇଥିଲା | ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା | ରାଜ୍ୟ ସରକାର ଘଟଣାର ତଦନ୍ତ ଲାଗି ଜୁନ ୮ରେ ତଦନ୍ତ କମିଶନ ବସାଇଥିଲେ | କିନ୍ତୁ ଜୁନ ୧୩ରେ ଅପ୍ରତ୍ୟାଶିତ ଭାବେ ଜିଲ୍ଲା ରେକର୍ଡ ରୁମର ଭିତର ଭଣ୍ଡାରର ନକଲି ଚାବି ମିଳିଥିଲା |

   Related Posts