Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

8/02/2019 at 9:26 AM

କଟକ ୮|୨: ଆଜି ଶପଥ ନେବେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ । ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ସକାଳ ୧୦. ୧୫ ମିନଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ନିକଟରେ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ପଟ୍ଟନାୟକଙ୍କୁ ଓଡିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରିଥିଲା । ଏହି ସୁପାରିଶ କ୍ରମେ ଆଇନ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା ।

ତେବେ ବର୍ତ୍ତମାନ ଝାଡଖଣ୍ଡ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ପଟ୍ଟନାୟକ ପ୍ରଥମେ ୨୦୧୪, ସେପ୍ଟମ୍ବର ୨୪ରେ ଓଡିଶା ହାଇକୋର୍ଟ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ମୁଖ୍ୟ ବିଚାରପତିକୁ ମିଶାଇ ଏବେ ହାଇକୋର୍ଟରେ ୧୪ ଜଣ ବିଚାରପତି କାର୍ଯ୍ୟରତ ଥିବାବେଳେ ଜଷ୍ଟିସ୍ ପଟ୍ଟନାୟକ ଯୋଗଦେବା ପରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିବ ।

   Related Posts