'SOA' ବିଶ୍ବବିଦ୍ଯାଳୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଜଷ୍ଟିସ୍ ପିନାକିଚନ୍ଦ୍ର ଘୋଷ

Published By : Prameya-News7 Bureau | January 20, 2020 IST

ଭୁବନେଶ୍ବର୨୦/୧: ନିଷ୍ଠା ଏବଂ ଆନ୍ତରିକତା ବିନା ଶିକ୍ଷାରେ ପ୍ରକୃତ ବିକାଶ ଲାଭ କରିବା ଅସମ୍ଭବ। ବିଦ୍ୟାର୍ଥୀମାନେ ସେମାନଙ୍କ ଜୀବନରେ ତ୍ୟାଗ ଏବଂ ସେବା ମନୋବୃତ୍ତି ସହ ଉତ୍ତମ ନାଗରିକ ହୋଇ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି ଭାରତର ଲୋକପାଳ ଜଷ୍ଟିସ୍ ପିନାକିଚନ୍ଦ୍ର ଘୋଷ।

{"id":213988,"sizeSlug":"large"}

ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ସମଗ୍ର ବିଶ୍ୱର ଛାତ୍ର ସମାଜ ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ ବୋଲି ଆଜି ଦ୍ୱିତୀୟ ସୋଆ ଲେକଚର୍ ସିରିଜରେ ବକ୍ତା ଭାବେ ଯୋଗଦେଇ ଜଷ୍ଟିସ୍ ଘୋଷ ଏହା କହିଛନ୍ତି । ଛାତ୍ର ଜୀବନରେ ହାସଲ କରିଥିବା ଶିକ୍ଷାର ପ୍ରକୃତ ସଦୁପଯୋଗ ବାସ୍ତବ ଜୀବନରେ ଆମେ କେତେ ନିଖୁଣ ଏବଂ ସ୍ପଷ୍ଟ ଭାବେ କରିପାରୁଛୁ। ତାହାହିଁ ଆମର ଶିକ୍ଷାର ପ୍ରକୃତ ମୂଲ୍ୟାୟନ ବୋଲି ଜଷ୍ଟିସ୍ ଘୋଷ କହିଛନ୍ତି ।

{"id":213990,"sizeSlug":"large"}

ସୋଆ ପ୍ରେକ୍ଷାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ, ସୋଆ କୁଳପତି ପ୍ରଫେସର ଆର୍.କେ.ଚୌହାନଙ୍କ ସମେତ ଅନେକ ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.