ଜଷ୍ଟିସ୍‌ ଏନ୍‌. ଭି. ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି : ମୋହର ମାରିଲେ ରାଷ୍ଟ୍ରପତି, ଏପ୍ରିଲ ୨୪ରେ ନେବେ ଶପଥ

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୦୬/୦୪ : ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା ହେବେ ଭାରତର ୪୮ ତମ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ୍‌ ରମନାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏପ୍ରିଲ ୨୪ରେ ସେ ଶପଥ ନେବେ । ଜଷ୍ଟିସ୍‌ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍‌ । ମାର୍ଚ୍ଚ ୨୪ ତାରିଖରେ ଚିଫ୍‌ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ରମନାଙ୍କ ନାଁକୁ ସୁପାରିଶ କରିଥିଲେ । ବର୍ତ୍ତମାନର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ସେବା ନିବୃତ ହେବେ ।

୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନବରମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍‌ ନଥାଲାପତି ଭେଙ୍କଟ ରମନା । ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଥିଲେ । ସେ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖରେ ସେବା ନିବୃତ ହେବେ ।

{"width":840,"height":546}
Judges victims of unfair criticism, say CJI SA Bobde, Justice NV Ramana-  The New Indian Express

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.