କୋର୍ଟରେ My lord ଓ Your lordship ସମ୍ବୋଧନ ନ କରିବାକୁ ଓକିଲଙ୍କୁ କହିଲେ ଜଷ୍ଟିସ୍ ମୂରଲୀଧର

Published By : Prameya-News7 Bureau | March 16, 2020 IST

ହରିୟାଣା ୧୬।୩: ନିକଟରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍.ମୂରଲୀଧର ଶପଥପାଠ କରିଥିଲେ। ମୁଖ୍ୟବିଚାରପତି କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ କୋର୍ଟରେ ତାଙ୍କୁ ସମ୍ବୋଧିତ କରିବା ବେଳେ ’ମାଇଁ ଲର୍ଡ’ ଓ ’ୟୋର ଲର୍ଡସିପ୍’ ଭଳି ଶବ୍ଦ ବ୍ୟବହାର ନ କରିବାକୁ ଓକିଲମାନଙ୍କୁ ନିବେଦନ କରିଛନ୍ତି। କୋର୍ଟଙ୍କ ପକ୍ଷରୁ ଜାରି କଜ୍ ଅଫ କେସ୍ ନୋଟିସ୍‌ରେ ଏନେଇ ଓକିଲଙ୍କୁ ମାନନୀୟ ବିଚାରପତି ଏଭଳି ସମ୍ବୋଧନକୁ ବାଦ ଦେବାକୁ କହିଛନ୍ତି।

{"id":239106,"sizeSlug":"large"}

ସୂଚନାଯୋଗ୍ୟଯେ କିଛିବର୍ଷ ପୂର୍ବେ ହାଇକୋର୍ଟ ବାର ଆସୋସିଏସନ ଜଜ୍‌ମାନଙ୍କୁ ‘ସାର’ ଅଥବା ’ ୟୋର ଅନର’ ସମ୍ବୋଧନ କରିବା ଲାଗି ସଦସ୍ୟମାନଙ୍କୁ କହିଥିଲେ। ତଥାପି ଅନେକ ଓକିଲ ଏବେବି ମାଇଁ ଲର୍ଡ ଓ ୟୋର ଲର୍ଡସିପ୍ ଭଳି ଶବ୍ଦ ବ୍ୟବହାର କରୁଛନ୍ତି। ମୁଖ୍ୟବିଚାରପତି ଜଷ୍ଟିସ୍ ମୂରଲୀଧରନ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠତମ ବିଚାରପତି ହୋଇଥିବା ବେଳେ ଜଷ୍ଟିସ୍ ଆର.ଏସ୍.ଝା ଓ ଜଷ୍ଟିସ୍  ରାଜୀବ ଶର୍ମାଙ୍କୁ ନେଇ ଗଠିତ ହାଇକୋର୍ଟ କଲୋଜିୟମର ବି ଅଂଶବିଶେଷ ଅଛନ୍ତି।

{"id":239108,"sizeSlug":"large"}

ଜଷ୍ଟିସ୍ ମୂରଲୀଧରନ ଦିଲ୍ଲୀ ହାଇକୋର୍ଟ ମୁଖ୍ୟବିଚାରପତି ଥିବା ବେଳେ ୨୬ ଫେବୃଆରୀ ରାତିରେ ତାଙ୍କର ବଦଳି ହୋଇଥିଲା। ହେଟ୍ ସ୍ପିଚ୍ ପ୍ରସଙ୍ଗରେ ନେତାଙ୍କ ବିରୋଧରେ ଏତଲା ରୁଜୁ କରିନଥିବାରୁ ଜଷ୍ଟିସ୍ ମୂରଲୀଧରନ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ। ଏହି ଘଟଣାରେ ରାତାରାତ ବିଚାରପତିଙ୍କ ବଦଳି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.