Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଜଷ୍ଟିସ୍ କେ ଏସ୍ ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

4/08/2018 at 7:25 AM

ଜଷ୍ଟିସ୍ କେ ଏସ୍ ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି। ସେ ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ ବୋଲି ଶୁକ୍ରବାର ଜଣାପଡ଼ିଛି। ସୁପ୍ରିମକୋର୍ଟର କଲେଜିୟମ୍ ତାଙ୍କ ନିଯୁକ୍ତି ଲାଗି ସୁପାରିସ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ରଞ୍ଜନ ଗୋଗେଇ ଏବଂ ଜଷ୍ଟିସ୍ ଏମ୍ ବି ଲୋକୁରଙ୍କୁ ନେଇ ଗଠିତ କଲେଜିୟମ୍ ପକ୍ଷରୁ ଏହା ଆଜି ଆଇନ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି।
ଅନ୍ୟ ପକ୍ଷରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ବିନୀତ ସରନ୍ଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିସ କରାଯାଇଛି । ତାଙ୍କ ସ୍ଥାନରେ ଜଷ୍ଟିସ୍ ଜାଭେରୀଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ଚୟନ କରିଛନ୍ତି। ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ସମସ୍ତ ଯୋଗ୍ୟତା ଓ ବରିଷ୍ଠତାକୁ ଆକଳନ କରି ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାମ ଚୟନ କରିଛନ୍ତି।

   Related Posts