ଜଷ୍ଟିସ ଜୋସେଫଙ୍କ ନିଯୁକ୍ତିକୁ ଅନୁମୋଦନ ଦେଉନଥିଲେ ସରକାର, ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଦେଲେ ଇସ୍ତଫା ଧମକ, ତା'ପରେ...

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯/୧୨:  ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ଼୍ଜନ ଗୋଗୋଇ ନିଜର ଆତ୍ମଜୀବନୀ ଜଷ୍ଟିସ୍ ଫର୍ ଜଜ ଉନ୍ମୋଚିତ କରିଛନ୍ତି । ଏଥିରେ ସେ ଅନେକ ଗୁମର ଓ ପୁରୁଣା କଥା ଲେଖିଛନ୍ତି । କିପରି ଭାବେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସରକାରଙ୍କ ସହ ଜଷ୍ଟିସ କେଏମ ଜୋସେଫ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ସେନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ରଞ୍ଜନ ଗୋଗୋଇ ।

୨୦୧୮ରେ କଲେଜିୟମ ଓ କେନ୍ଦ୍ର ସରକାର ଜଷ୍ଟିସ ଜୋସେଫଙ୍କ ନିଯୁକ୍ତି ପାଇଁ ମୁହାଁମୁହିଁ ହୋଇଥିଲେ । ଜଷ୍ଟିସ ଜୋସେଫ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ସେତେବେଳେ ତତ୍କାଳୀନ ସିଜେଆଇ ଜଷ୍ଟିସ ଦୀପକ ମିଶ୍ର ଜଷ୍ଟିସ ଜୋସେଫଙ୍କୁ ନିଯୁକ୍ତ କରିବା ପାଇଁ ସରକାରଙ୍କୁ ଅନେକ ଥର ପ୍ରସ୍ତାବ ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର ଏଦିଗରେ ବିଚାର କରୁନଥିଲେ । କାରଣ କେନ୍ଦ୍ର ସରକାରଙ୍କ ଅଭିଯୋଗ ଥିଲା ଯେ, ଜଷ୍ଟିସ ଜୋସେଫ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ବିରୋଧରେ ରାୟ ଦେଇଥିଲେ ।

ତେବେ ୨୦୧୮ରେ କଲେଜିୟମର ପ୍ରସ୍ତାବ ପରେ ଦୀର୍ଘ ୮ ମାସ ପରେ ସରକାର ଜଷ୍ଟିସ ଜୋସେଫଙ୍କୁ ସୁପ୍ରିମକୋର୍ଟଙ୍କ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।ଏହା କେବଳ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପାଇଁ ସମ୍ଭବ ହୋଇପାରିଥିଲା ।

ଜଷ୍ଟିସ ରଞ୍ଜନ ଗୋଗୋଇ ନିଜ ପୁସ୍ତକରେ ଲେଖିଛନ୍ତି ଯେ, ଜଷ୍ଟିସ ଦୀପକ ମିଶ୍ର ଇସ୍ତଫା ଦେବାକୁ ଧମକ ଦେଇଥିଲେ । ତେଣୁ ଜୋସେଫଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ତେବେ ଜୋସେଫଙ୍କ ନିଯୁକ୍ତି ପରେ ବି ଆଉ କିଛି ବିବାଦ ସାମ୍ନାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.