ନିଜ ଦାୟିତ୍ୱ ନିର୍ବାହ କରିବା ପାଇଁ ହଜାର ହଜାର କି:ମି: ଯାତ୍ରା ଆରମ୍ଭ କଲେ ଦୁଇ ବିଚାରପତି

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬/୦୪ : କରୋନା ସଂକ୍ରମଣ କାରଣରୁ ରେଳ ସେବା ଏବଂ ବିମାନ ସେବା ବନ୍ଦ ରହିଛି | ରେଳ ସେବା ଏବଂ ବିମାନ ସେବା ବନ୍ଦ ଥିବାରୁ ଦୁଇଜଣ ନ୍ୟାୟାଧିଶ ଦେଶର ବିଭିନ୍ନ ଅଞ୍ଚଳରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶୁଣାଣି ପାଇଁ ସଡକ ପଥ ଦେଇ ଦୁଇ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି | ନିକଟରେ ଏହି ବିଚାରପତିଙ୍କୁ ମୁଖ୍ୟ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି କରାଯାଇଛି | ଦେଶବ୍ୟାପୀ ଲକଡାଉନ ଯୋଗୁଁ ସଡକ ପଥ ଦେଇ ଯାତ୍ରା ଆରମ୍ଭ କରିଛନ୍ତି ଯେପରିକି ମାମଲାର ଶୁଣାଣିରେ ବିଳମ୍ବ ନ ହେଉ |

ସୂଚନାଯୋଗ୍ୟ ଯେ, କୋଲକାତା ଉଚ୍ଚ ନ୍ୟାୟାଳୟ ବିଚାରପତି ଦୀପଙ୍କର ଦତ୍ତାଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦାୟତ୍ୱ ଦିଆଯାଇଛି | ସେ ନିଜ ପୁଅ ସହ କୋଲକାତାରୁ ମୁମ୍ବାଇ ଯାତ୍ରା ଆରମ୍ଭ କରିଛନ୍ତି | ସେ ଏବଂ ତାଙ୍କ ପୁଅ ପାଳି କରି କାର ଚଳାଇଛନ୍ତି | ଇଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଶ୍ୱନାଥ ସମଦ୍ଦରଙ୍କୁ ମେଘାଳୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ପଦୋନ୍ନତି କରାଯାଇଛି | ସେ କାର ଯୋଗେ କୋଲକାତାରୁ ମେଘାଳୟ ଯାଉଛନ୍ତି |

{"id":260319,"sizeSlug":"large"}

ସୂଚନା ଅନୁଯାୟୀ, ଇଲ୍ଲାହାବାଦ ସ୍ଥାନାନ୍ତର କରାଯିବା ପୂର୍ବରୁ ସେ କୋଲକାତା ଉଚ୍ଚ ନ୍ୟାୟାଳୟ ବିଚାରପତି ଥିଲେ | ସେ ଶୁକ୍ରବାର ସନ୍ଧ୍ୟାରେ ନିଜ ପତ୍ନୀଙ୍କ ସହ ଏକ ଅଫିସିଆଲ କାରରେ ସିଲଙ୍ଗ ପାଇଁ ଯାତ୍ରା ଆରମ୍ଭ କରିଥିଲେ | ତାଙ୍କ ସହ ଜଣେ ଡ୍ରାଇଭର ଅଛି | ବିଚାରପତି ସମଦ୍ଦର ଶନିବାର ଅପରାହ୍ନରେ ଇଲ୍ଲାହାବାଦରୁ କୋଲକାତାରେ ପହଞ୍ଚିଥିଲେ | କୋଲକାତା ସ୍ଲଟ ଲେକ ସ୍ଥିତ ନିଜର ଆବାସରେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ସିଲଙ୍ଗ ପାଇଁ ଯାତ୍ରା ଆରମ୍ଭ କରିଥିଲେ | ଆଜି ଅପରାହ୍ନ ସୁଦ୍ଧା ସେ ସିଲଙ୍ଗରେ ପହଞ୍ଚିଯିବା ସମ୍ଭାବନା ରହିଛି |

{"id":260320,"sizeSlug":"large"}

ବିଚାରପତି ଦୀପଙ୍କର ଦତ୍ତା ଶନିବାର ସକାଳୁ କୋଲକାତାରୁ ମୁମ୍ବାଇ ପାଇଁ ଯାତ୍ରା ଆରମ୍ଭ କରିଥିଲେ | ସେ ସୋମବାର ଅପରାହ୍ନ ସୁଦ୍ଧା ମୁମ୍ବାଇରେ ପହଞ୍ଚି ଯିବେ ବୋଲି ଆଶା କରାଯାଉଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଶ୍ୱନାଥ ସମଦ୍ଦରଙ୍କୁ ଗୁରୁବାର ଦିନ ପଦୋନ୍ନତି କରିଥିଲେ |       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.