Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବିହାରରେ ଥଣ୍ଡା ପଡିଯାଇଛି ସୁଶାନ୍ତଙ୍କ ଲାଗି ନ୍ୟାୟ ଦାବି, ଏବେ ଦଳୀୟ ପ୍ରସଙ୍ଗରେ ବି ନାହିଁ

22/10/2020 at 7:36 PM

ପାଟନା ୨୨।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଏକଦା ବିହାର ରାଜନୀତି ସରଗରମ ଥିଲା। ଏବେ ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ପାଖେଇ ଆସୁଛି। ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। କିଛି ସମୟ ପୂର୍ବରୁ ଯେଉଁମାନେ ସୁଶାନ୍ତଙ୍କ ଲାଗି ନ୍ୟାୟଦାବି କରୁଥିଲେ ସେମାନେ ନିର୍ବାଚନ ମଞ୍ଚରେ ପ୍ରସଙ୍ଗକୁ ଭୁଲିଯାଇଛନ୍ତି। କହିବାକୁଗଲେ ବିଧାନସଭା ନିର୍ବାଚନ ତାତିରେ ଏବେ ଥଣ୍ଡାପଡିଯାଇଛି ସୁଶାନ୍ତଙ୍କ ଲାଗି ନ୍ୟାୟଦାବି।

ସପ୍ତାହକ ପରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କିଛି ସମୟ ପୂର୍ବରୁ ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ ଦାବି କରିଥିବା ଶାସକ ଏନଡିଏ ଏବେ ପ୍ରସଙ୍ଗରୁ ନିଜକୁ ସୁରକ୍ଷିତ ଦୂରତାରେ ରଖିଛି। ଏପରିକି ସୁଶାନ୍ତଙ୍କ ସମ୍ପର୍କିୟ ଭାଇ ତଥା ଛତାପୁର ବିଜେପି ବିଧାୟକ ନିରଜ କୁମାର ସିଂ ବବଲୁ ମଧ୍ୟ ତାଙ୍କ ଭାଇଙ୍କ ପ୍ରସଙ୍ଗକୁ ଦଳୀୟ ପ୍ରସଙ୍ଗରୁ ଦୂରରେ ରଖିଛନ୍ତି। ନିର୍ବାଚନୀ ସଭାମାନଙ୍କରେ ବି ଏ ନେଇ ସେ ମୁହଁ ଖୋଲୁନାହାନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନିତିସ କୁମାର ନିର୍ବାଚନ ଲାଗି ପ୍ରଥମ ଜନସମାବେଶରେ ଦଳୀୟ ସମର୍ଥକଙ୍କ ସହ ସୁଶାନ୍ତଙ୍କ ପ୍ରସଙ୍ଗ ଉତଥାପନ କରିଥିଲେ। ଯେଉଁଥିରେ ସେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।

ତେବେ ନିତିଶଙ୍କ ପରବର୍ତ୍ତି ରାଲିମାନଙ୍କରେ ଏ ନେଇ ପଦଟିଏ ବି ଚର୍ଚ୍ଚା ହୋଇ ନାହିଁ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଘରୋଇ ଟେଲିଭିଜନ ଚାନେଲକୁ ସାକ୍ଷାତକାରରେ ବିହାରର କିଛି ଭୋଟର ସୁଶାନ୍ତଙ୍କ ପ୍ରସଙ୍ଗରେ ଭୋଟ ଦେବେ ବୋଲି କହିଥିଲେ। ତେବେ ରାଜ୍ୟ ବିଜେପି କଳା ଓ ସଂସ୍କୃତି  ସେଲ ଆବାହକ ପ୍ରବୀଣ ସିଂହ ପ୍ରସଙ୍ଗକୁ ନିର୍ବାଚନରେ ଜୀବିତ ରଖିବା ଲାଗି ୬୦ ହଜାର ପୋଷ୍ଟର ଓ ବ୍ୟାନର ପ୍ରସ୍ତୁତ କରିଥିବାର ଜଣାପଡିଛି। ‘ନା ଭୁଲେ ହେଁ ନା ଭୁଲନେ ଦେଙ୍ଗେ’ ସ୍ଲୋଗାନରେ ତିଆରି ଏହି ସବୁ ବ୍ୟାନର ଓ ପୋଷ୍ଟରକୁ ନିର୍ବାଚନ ବେଳେ ରାଜଧାନୀ ପାଟନାର ଗଳିକନ୍ଦିରେ ଛାଇଦେବାକୁ ନିର୍ବାଚନ ପ୍ରଚାର ରଣନୀତିରେ ବି ଥିଲା।

ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ପାଖେଇ ଆସିଥିବା ବେଳେ ସେସବୁ ବ୍ୟାନର ଓ ପୋଷ୍ଟର ଦଳୀୟ କାର୍ଯ୍ୟାଳୟରେ ଅଦରକାରୀ ପଡିଥିବା ଦେଖାଯାଇଛି। ତେବେ ନିର୍ବାଚନ ସରିଲେ ପ୍ରସଙ୍ଗକୁ ପୁଣି ଉଠାଯିବ ବୋଲି ପ୍ରବୀଣ କହିଛନ୍ତି। କେତେକ ଅନିବାର୍ଯ୍ୟ କାରଣ ଯୋଗୁ ଦଳ ଏବେ ପ୍ରସଙ୍ଗ ଉପରେ ଦୃଷ୍ଟି ନିବଦ୍ଧ କରିପାରୁନଥିବାରୁ ବ୍ୟାନର ପୋଷ୍ଟରର ବ୍ୟବହାର ହୋଇପାରିନଥିବା କହିଛନ୍ତି। ତେବେ କଣ କାରଣ ସେ ନେଇ ସମ୍ପୂର୍ଣ୍ଣ ନିରବ ରହିଛନ୍ତି।

   Related Posts