Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଜନ୍ମଦିନରେ କୋର୍ଟ ଆସିଲେ, ଶୁଣାଣି କଲେ ଜଷ୍ଟିସ ଚନ୍ଦ୍ରଚୂଡ, କହିଲେ- ‘ଜନ୍ମଦିନ ପାଳନ କରିବାର ଏହା ଶ୍ରେଷ୍ଠ ଅବସର’

12/11/2020 at 4:01 PM

ନୂଆଦିଲ୍ଲୀ, ୧୨|୧୧:  ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମାମଲାର ଶୁଣାଣି କରିବା ତାଙ୍କ ଜୀବନ ଓ ଏହା ତାଙ୍କୁ ଭଲ ଲାଗେ ବୋଲି କହିଛନ୍ତି  । ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଗଠିତ କଣ୍ଡପୀଠରେ ସାମିଲ ଥିଲେ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ ।

ଜଷ୍ଟିସ୍ ଚନ୍ଦ୍ରଚୂଡ ଏହି ପ୍ରତିକ୍ରିୟା ସେତେବେଳେ ଦେଇଥିଲେ ଯେତେବେଳେ ବରିଷ୍ଠ ଓକିଲ ତଥା ଅର୍ଣ୍ଣବଙ୍କ ଅଧିବକ୍ତା ହରିଶ ସାଲଭେ ଜନ୍ମଦିନ ପାଳନ କରିବାର ଏହା ଖରାପ ରାସ୍ତା ବୋଲି କହିଥିଲେ । ତେବେ ଏହାର ପ୍ରତିକ୍ରିୟା ଦେଇ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ, ଏପରି ନୁହେଁ । ଏହା ଜନ୍ମଦିନ ପାଳନର ସବୁଠାରୁ ଭଲ ଉପାୟ । ଏପରିକି ମାମଲାର ଶୁଣାଣି କରିବା ସେ ପସନ୍ଦ କରନ୍ତି ବୋଲି ମଧ୍ୟ କହିଥିଲେ ।

ସୂଚନାଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ ବୁଧବାର ୬୧ ବର୍ଷରେ ପାଦ ଦେଇଥିଲେ । ଏହାସହ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସମସ୍ତ ଓକିଲଙ୍କୁ ଜଷ୍ଟିସ ଚନ୍ଦ୍ରଚୂଡ ଧନ୍ୟବାଦ ଜ୍ଞାପନ କରିଥିଲେ ।ସେ ଆସନ୍ତା ୨୦୨୨ ନଭେମ୍ବର ୨୨ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ । ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୦, ୨୦୨୪ରେ ଶେଷ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ, ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଶ୍ବସ୍ତି ମିଳିଛି । ବୁଧବାର ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ତେବେ ୨୦୧୮ରେ ଇଣ୍ଟରିଅର ଡିଜାଇନର ଅନଭୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ, ସେ ରହୁଥିବା ଘରୁ ଉଠାଇ ନେଇଥିଲା ମୁମ୍ବାଇ ପୋଲିସ ।

   Related Posts