ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ, ୧୫ରେ ପହଞ୍ଚିଲା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା

Published By : Prameya-News7 Bureau | November 08, 2019 IST

କଟକ ୮।୧୧: ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ ଆଜି ହାଇକୋର୍ଟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ ଜାଭେରୀ ତାଙ୍କୁ ଶପଥପାଠ କରାଇଥିଲେ ।

{"id":180978}

ଗତ ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟ କଲିଜିୟମ ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଥିବା ବିଭୁପ୍ରସାଦ ଏବଂ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନାମ ହାଇକୋର୍ଟ ବିଚାରପତି ଭାବରେ ସୁପାରିଶ କରିଥିଲେ। ଉଭୟଙ୍କ ନାଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ଆସିଥିଲା। ତେବେ ବର୍ତ୍ତମାନ ସ୍ଥିତରେ କେନ୍ଦ୍ର ସରକାର କେବଳ ବିଭୁପ୍ରସାଦ ରାଉତରାୟଙ୍କ ନାଁକୁ ଅନୁମୋଦନ କରିଛନ୍ତି।

{"id":180979}

ବିଭୁ ପ୍ରସାଦ ରାଉତରାୟଙ୍କ ନିଯୁକ୍ତି ପରେ ହାଇକୋର୍ଟ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିଛି। କିନ୍ତୁ ଆସନ୍ତା ୧୨ ତାରିଖରେ  ବିଚାରପତି ଜଷ୍ଟିସ ଏକେ ରଥ ଅବସର ଗ୍ରହଣ କରୁଥିବାରୁ ବିଚାରପତି ସଂଖ୍ୟା ପୂର୍ବପରି ସେହି ୧୪ରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.