ପତ୍ନୀ ଯଶୋଦାବେନ ପ୍ରକୃତରେ ମୋଦିଙ୍କଠୁ କ’ଣ ଚାହଁନ୍ତି : ଜାଣନ୍ତୁ

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ ୪/୮: ଏକ ସାକ୍ଷାତକାର ସମୟରେ ଯଶୋଦାବେନ କହିଥିଲେ ଯେ ଗତ ୫୦ବର୍ଷ ହେବ ମୁଁ ନରେନ୍ଦ୍ର ମୋଦିଙ୍କଠୁ ଅଲଗା ରହୁଛି। ତଥାପି ମୁଁ ଏହି କଥାରେ ଖୁସି ଯେ ମୋତେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବୋଲି ଜାଣନ୍ତି। ୧୯୬୮ମସିହାରେ ନରେନ୍ଦ୍ର ମୋଦି ଏବଂ ଯଶୋଦା ବେନଙ୍କ ବିବାହ ହୋଇଥିଲା,କିନ୍ତୁ ଦେଶ ସେବା ଏବଂ ସଙ୍ଘ ପ୍ରଚାର କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କଠୁ ଅଲଗା ହୋଇଯାଇଥିଲେ। ଏହାପରଠୁ ସେମାନେ କେବେ​‌ ଏକ ହୋଇନଥିଲେ।

{"id":140645}

ନରେନ୍ଦ୍ର ମୋଦି ଯେତେବେଳେ ନାମାଙ୍କନ ପତ୍ର ଦାଖଲ କରୁଥିବାବେଳେ ଯଶୋଦାବେନଙ୍କୁ ପତ୍ନୀ ବୋଲି ଲେଖିଥିଲେ ସେତେବେଳେ ଯଶୋଦାବେନ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ବନାସକାଣ୍ଠା ଜିଲ୍ଲାର ରାଜୋଶାନା ଗାଁର ଏକ ପ୍ରାଥମିକ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷିକା ଯଶୋଦାବେନଙ୍କ ଜୀବନ ଆଜି ପୂରାପୂରି ପରିବର୍ତ୍ତନ ହୋଇସାରିଛି। ଏବେ ଯଶୋଦାବେନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୫ଜଣ ପୋଲିସକର୍ମୀ ସବୁବେଳେ ନିୟୋଜିତ ରୁହନ୍ତି।

{"id":140646,"width":556,"height":416}

ଯଶୋଦାବେନଙ୍କ କହିବାନୁସାରେ ସେ ମୋଦିଙ୍କ ସପ୍ତାହରେ ୪ଦିନ ବ୍ରତ କରିଥାଆନ୍ତି। ନରେନ୍ଦ୍ର ମୋଦିଙ୍କ ସହ ରହିବାକୁ ତାଙ୍କୁ ବହୁତ ଇଚ୍ଛା ହୁଏ କିନ୍ତୁ ମିଡିଆ ଏହାକୁ ସବୁବେଳେ ଭୁଲଭାବେ ଦେଖାଇଥାଏ। ମୋଦି ଯଦି ତାଙ୍କୁ ଥରେ ତାଙ୍କୁ ଡାକନ୍ତି ତାହେଲେ ସେ ତାଙ୍କ ପାଖକୁ ସବୁଦିନ ପାଇଁ ଚାଲିଯିବେ। କିନ୍ତୁ ମୋଦି ତାଙ୍କୁ ଡାକିଲେ ସେ ଯିବେ ବୋଲି କହିଥିଲେ କିନ୍ତୁ ମିଡିଆଠୁ ଦୂରରେ ରହିବାକୁ ଚାପ ପ୍ରୟୋଗ କରାଯାଏ। ସେ ଚାପ ପ୍ରୟୋଗକାରୀଙ୍କ ବିଷୟରେ କିଛି କହିନାହାନ୍ତି। ଯଶୋଦାବେନ କୁହନ୍ତି ଯେତେବେଳେ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ବଡ଼ୋଦରା ଭୋଟ ଦେବାବେଳେ ମୋଦି ତାଙ୍କ ନାଁ ଲେଖିଥିଲେ ତାଙ୍କ ଆଖିରେ ଲୁହ ଭରିଆସିଥିଲା। ସେ ଆଶା କରିଥିଲେ ଯେ ମୋଦି ତାଙ୍କୁ ଗ୍ରହଣ କରିନେବେ କିନ୍ତୁ ଏପରି କିଛି ହୋଇନଥିଲା।

{"id":140647,"width":576,"height":436}

ଯେତେବେଳେ ଯଶୋଦାବେନଙ୍କୁ ପଚରାଯାଇଥିଲା ଲୋକସଭା ନିର୍ବାଚନ ସମୟରେ ତାଙ୍କୁ କୈାଣସି ଗୁପ୍ତ ସ୍ଥାନରେ ରଖାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ଗଙ୍ଗାସାଗର ଯାଇଥିଲେ ଏହାପରେ ସେ ଅନ୍ୟ ସ୍ଥାନକୁ ଚାଲିଯାଇଥିଲେ। ଯଶୋଦାବେନ କହିଥିଲେ ଯେ ତାଙ୍କର କେବଳ ଗୋଟିଏ ଦୁଃଖ ଯେ ମୋଦି ତାଙ୍କୁ ନିଜ ପାଖକୁ ଡାକୁନାହାନ୍ତି।

{"id":140648,"width":567,"height":400}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.