ପ୍ରତିଦିନ ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ : ବୃଦ୍ଧାବସ୍ଥାରେ ମଧ୍ୟ ତରୁଣ ଦେଖାଯିବେ ଆପଣ
14/11/2019 at 11:48 AM

ଅଁଳା ଏକ ଫଳ ପ୍ରଦାନକାରୀ ବୃକ୍ଷ ଅଟେ। ଏହା ପାଖାପାଖି ୨୦ଫୁଟରୁ ୨୫ଫୁଟ ଉଚ୍ଚତା ବିଶିଷ୍ଟ ଗଛ ଅଟେ। ଏହା ଏସିଆ ବ୍ୟତୀତ ୟୁରୋପ ଏବଂ ଆଫ୍ରିକାରେ ମଧ୍ୟ ଦେଖାଯାଇଥାଏ। ହିମାଳୟ ଅଞ୍ଚଳରେ ଭାରତର ଦ୍ବୀପମାନଙ୍କରେ ଅଁଳା ଗଛ ବହୁସଂଖ୍ୟାରେ ଦେଖାଯାଇଥାଏ। ଏହାର ଫୁଲ ଘଣ୍ଟା ପରି ହୋଇଥାଏ। ଏହାର ଫଳ ସାମାନ୍ୟ ରୂପରେ ଛୋଟ ହୋଇଥାଆନ୍ତି। ଏହି ଗଛର ଫଳ ସବୁଜ,ଚିକ୍କଣ ଏବଂ ମାଂସାଳଜାତୀୟ ହୋଇଥାଏ। ଏହି ଫଳର ସ୍ବାଦ କଷା ହୋଇଥାଏ।
ଆମେ ଆଜି ଜାଣିବା ଅଁଳାର ମୋରବ୍ବା ବିଷୟରେ। ଅଁଳାର ମୋରବ୍ବାରେ ଅନେକଗୁଡ଼ିଏ ପୋଷକ ତତ୍ତ୍ବ ରହିଥାଏ। ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ
୧. ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ। ଅଁଳାର ମୋରବ୍ବାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଥଣ୍ଡା,ଜ୍ବର ଏବଂ ସଂକ୍ରମଣରୁ ଆମକୁ ରକ୍ଷା କରିଥାଏ।
୨. ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ ଇ ପ୍ରଚୁର ପରିମାଣରେ ରହିବା ଦ୍ବାରା ଅସମୟରେ ବୃଦ୍ଧାବସ୍ଥାର ଲକ୍ଷଣକୁ ଦୂର କରିବାରେ ସାହାଯ୍ୟ କରିଥାଏ ଭିଟାମିନ୍ ଏ କୋଲୋଜେନ୍ ସୃଷ୍ଟି କରିଥାଏ, ଯାହା ତ୍ବଚାକୁ ମୁଲାୟମ କରିଥାଏ।
୩. ଅଁଳାର ମୋରବ୍ବାରେ ଭିଟାମିନ୍ ସି ରହିଥିବା କାରଣରୁ ଏହା କେଶ ଝଡ଼ିବାକୁ କମ୍ କରିବା ସହ କେଶକୁ ଘନ କରିଥାଏ। ଏହାକୁ ଉଷୁମ କ୍ଷୀର ସହ ସେବନ କଲେ କେଶ ସୁନ୍ଦର ହୋଇଥାଏ।
୪. ଅଁଳାର ମୋରବ୍ବା ରକ୍ତହୀନତାକୁ ଦୂର କରିଥାଏ। ଯେଉଁମାନଙ୍କୁ ରକ୍ତହୀନତା ହୋଇଥାଏ ତାଙ୍କ ପାଇଁ ଅଁଳା ମୋରବ୍ବା ଏକ ବହୁତ ଭଲ ଔଷଧ। ଏହା ଅନେକ ରୋଗ ପାଇଁ ଲାଭଦାୟକ ଅଟେ।
୫. ପେଟ ସମସ୍ୟା ପାଇଁ ଯଦି ଆପଣ ନିୟମିତ ଭାବେ ଅଁଳାର ମୋରବ୍ବା ସେବନ କରିବେ ତେବେ ଏହା ଆପଣଙ୍କର ପେଟ ସମସ୍ୟାକୁ ଦୂର କରିଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ କରିଥାଏ।