IRCTCରେ ବୁକିଙ୍ଗ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି, ହେଲେ ଏହିସବୁ ପ୍ରସଙ୍ଗର ରେଳବାଇ ଏବେବି ଚୁପ୍

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୫:  କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୟୁଟର ହ୍ୟାଣ୍ଡଲରେ ଧିରେ ଧିରେ ଦେଶରେ ରେଳ ସେବା ସ୍ୱଭାବିକ କରିବା ଲାଗି ସୂଚନା ଦେଇଛନ୍ତି। ସେହି ଅନୁସାରେ ଦିଲ୍ଲୀରୁ ୧୫ଯୋଡା ଟ୍ରେନ ଚଳାଇବା ଲାଗି ସୋମବାର ଅପରାହ୍ମରୁ ଆଇଆରସିଟିସିରେ ବୁକିଂ ଆରମ୍ଭ ହେବ। ଆଉ ମାତ୍ର କିଛି ସମୟ ପରେ ଅନଲାଇନ ବୁକିଂ ଖୋଲିବାକୁ ଯାଉଥିବା ବେଳେ ନା ରେଳମନ୍ତ୍ରାଳୟ ନା କେନ୍ଦ୍ର ରେଳମନ୍ତ୍ରୀ କିଛି ପ୍ରସଙ୍ଗରେ ନିରବତା ଅବଲମ୍ବନ କରିବା ଏବେ ଲୋକଙ୍କୁ ସନ୍ଦେହରେ ପକାଇଛି।

wp:html /wp:html

କ’ଣ କହିଥିଲେ ପିୟୁଷ ଗୋୟଲ
ରବିବାର ରାତି ପ୍ରାୟ ୮ଟା ୩୬ ମିନିଟ୍‌ରେ  ଦେଶରେ ପୁଣି ରେଳ ଚଳାଚଳ ସ୍ୱଭାବିକ କରିବା ନେଇ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଏକ ସୂଚନା ପୋଷ୍ଟ କରିଥିଲେ। ଏଥିରେ ସ୍ୱତନ୍ତ୍ର ଟ୍ରେନମାନଙ୍କରେ ଯାତ୍ରା ଲାଗି ବୁକିଂ ଖୋଲିବାର ସମୟ ମଧ୍ୟ ସୂଚିତ କରିଥିଲେ। ସେହିପରି ରେଳବାଇ ମଧ୍ୟ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ସୂଚନା ପୋଷ୍ଟ କରି ୧୫ଟି ଗୁରୁତ୍ୱପୂର୍ଣ୍ଣ ସହରକୁ ଟ୍ରେନ ଚଳାଇବାକୁ ସୂଚନା ଦେଇଛନ୍ତି। ତେବେ ଏବେବି ରେଳମନ୍ତ୍ରାଳୟଙ୍କ ସୂଚନାକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ରହିଥିବା ବେଳେ ତାହା କିନ୍ତୁ ମୋଚନ ହୋଇପାରୁନି।

{"id":268108,"width":577,"height":330,"sizeSlug":"large"}

କ’ଣ ରହିଛି ପ୍ରଶ୍ନ ?
ଦୀର୍ଘ ୫୦ ଦିନ ପରେ ରେଳମନ୍ତ୍ରାଳୟ ଟ୍ରେନ ଚଳାଇବା ଲାଗି ସୂଚନା ଦେଇ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି। ତେବେ ସବୁସିଟ୍‌ରେ ବୁକିଂ ହେବ କି ନା ସେ ନେଇ ଲୋକେ ସନ୍ଦେହରେ ଥିବା ବେଳେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଟ୍ରେନ ରାସ୍ତାରେ ପଡୁଥିବା ଷ୍ଟେସନରେ ଅଟକିବେ କି ନା, ୧୫ ସହର ମଝିରେ ଥିବା ଷ୍ଟେସନରେ ଓହ୍ଲାଇବା ଲାଗି କ’ଣ କରିବାକୁ ହେବ,ପୂର୍ବ ଭଳି ଆଇଆରସିଟିସି ମୋବାଇଲ ଆପ୍‌ରୁ ଟିକେଟ୍ ବୁକ୍ ହୋଇ ପାରିବ କି ନା, ଦିଲ୍ଲୀରେ ଲକଡାଉନ କଡାକଡି ପାଳନ ହେଉଛି ଏଣୁ ଯେଉଁମାନଙ୍କର ଟିକେଟ୍ ହେବ ସେମାନେ ଷ୍ଟେସନ ପର୍ଯ୍ୟନ୍ତ କିପରି ଯିବେ ସେ ନେଇ ଅନେକ ପ୍ରଶ୍ନ ରହିଥିଲେ ହେଁ କେହି ଲୋକଙ୍କୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରୁନାହାନ୍ତି। ତେବେ ଏଥିରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେସ ଅଙ୍ଗାଡୀ ଏକ ବୟାନ ଆସିଛି। ଆସନ୍ତୁ ଜାଣିବା କଣ କହିଛନ୍ତି ସୁରେଶ ଅଙ୍ଗାଡି।

{"id":268109,"sizeSlug":"large"}

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ
ସୋମବାର ଅପରାହ୍ଣ ୪ଟାରେ ରେଳ ଟିକେଟ୍ ବୁକିଂ ଆରମ୍ଭ ହେବ। ଏହାର ୨ ଘଣ୍ଟା ପୂର୍ବରୁ ରେଳ ରାଷ୍ଟ୍ରୁମନ୍ତ୍ରୀ ଅଙ୍ଗାଡି ଏକ ବୟାନରେ ଚଳାଚଳ ଆରମ୍ଭ କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନରେ ଆଦୌ ଜେନରାଲ ବଗି ରହିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସେହିପରି ସୋସିଆଲ ଡିଷ୍ଟାନସିଂ ନିୟମକୁ ଦୃଷ୍ଟିରେ ରଖି ସବୁ ସିଟ୍ ଲାଗି ମଧ୍ୟ ବୁକିଂ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ଏଥିରୁ ଟ୍ରେନରେ କିଛି ଚିହ୍ନଟ ସିଟ୍‌ରେ ହିଁ ବୁକିଂ କରାଯିବ ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ଯେଉଁ ସବୁ ଗନ୍ତବ୍ୟରେ ଟ୍ରେନ ଚଳାଚଳ କରିବ ଏଥିରେ ନୂଆଦିଲ୍ଲୀ-ଦିବ୍ରୁଗୃଡ, ନୂଆଦିଲ୍ଲୀ-ଅଗରତଲା, ନୂଆଦିଲ୍ଲୀ-ପାଟନା, ନୂଆଦିଲ୍ଲୀ-ବିଳାଶପୁର, ନୂଆଦିଲ୍ଲୀ-ରାଞ୍ଚୀ, ନୂଆଦିଲ୍ଲୀ-ଭୁବନେଶ୍ୱର,ନୂଆଦିଲ୍ଲୀ-ସିକନ୍ଦରାବାଦ, ନୂଆଦିଲ୍ଲୀ-ବେଙ୍ଗାଲୁରୁ, ନୂଆଦିଲ୍ଲୀ-ଚେନ୍ନାଇ, ନୂଆଦିଲ୍ଲୀ-ତିରୁଅନନ୍ତପୁରମ, ନୂଆଦିଲ୍ଲୀ-ମଡଗାଓଁ, ନୂଆଦିଲ୍ଲୀ-ମୁମ୍ବାଇ ସେଣ୍ଚ୍ରାଲ, ନୂଆଦିଲ୍ଲୀ-ଅହମ୍ମଦାବାଦ ଓ ନୂଆଦିଲ୍ଲୀ-ଜମ୍ମୁତୱି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.