୭ଦିନ ଯାଏଁ ମହୁରେ ରସୁଣ ବୁଡ଼ାଇ ଖାଆନ୍ତୁ : ତା’ପରେ ଦେଖନ୍ତୁ କମାଲ୍

Published By : Prameya-News7 Bureau | December 01, 2019 IST

ମହୁରେ ଆଣ୍ଟି-ବାୟୋଟିକ୍,ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ଏବଂ ରସୁଣରେ ଏଲିସିନ୍ ଏବଂ ଫାଇବର ଥିବା ଯୋଗୁଁ ଆମକୁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଦୁଇଟିକୁ ଏକାଠି ମିଶାଇଲେ ଆହୁରି ଲାଭଦାୟକ ହୋଇଥାଏ। ମହୁରେ ବୁଡ଼ାଯାଇଥିବା ରସୁଣ ସେବନ କରିବା ଦ୍ବାରା ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରି​‌ବେ।

{"id":192464,"sizeSlug":"large"}

ଏହା ଏକ ପ୍ରକାରର ସୁପର ଫୁଡ ଯାହା ଆଣ୍ଟି ବାୟୋଟିକ୍ ଭଳି କାମ କରିଥାଏ ଏବଂ ଶରୀରକୁ ବିଷମୁକ୍ତ କରି ସବୁ ପ୍ରକାରର ସଂକ୍ରମଣକୁ ନାଶ କରିଥାଏ। ଏହା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଯଦି ଆପଣ ଲଗାତାର ୭ଦିନ ମହୁରେ ରସୁଣ ବୁଡ଼ାଇ ଖାଇବେ ତେବେ କିଛି ଦିନ ମଧ୍ୟରେ ପ୍ରଭାବ ଦେଖାଯିବ।

{"id":192466,"sizeSlug":"large"}

ରସୁଣ ଏବଂ ମହୁର ପେଷ୍ଟ ସେବନ କରିବା ଦ୍ବାରା ହୃଦରୋଗ ପାଇଁ ଲାଭଦାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ହୃଦୟର ଧମନୀରେ ଜମା ଫ୍ୟାଟ୍ ବାହାର ହୋଇଯାଇଥାଏ। ଏଥିପାଇଁ ରକ୍ତ ସଞ୍ଚାରଣ ମଧ୍ୟ ଠିକ୍ ଭାବରେ ହୋଇଥାଏ। ଦୁଇଟିକୁ ମିଶାଇ ଖାଇବା ଦ୍ବାରା କୋଲେଷ୍ଟୋଲ୍ କମ୍ ହୋଇଥାଏ ଏବଂ ଶରୀରରେ ରକ୍ତ ସଞ୍ଚାରଣ ଠିକ୍ ଭାବ​ରେ ହୋଇଥାଏ। ଏଥିରେ ଥିବା ଫସଫରସ୍ ଦାନ୍ତ ମଜବୁତ କରିଥାଏ। ଏହା ଦାନ୍ତ ସହ ସମ୍ବନ୍ଧିତ ଅନେକ ସମସ୍ୟା ଦୂର କରିଥାଏ। ଏହି ପେଷ୍ଟରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ।

{"id":192467,"sizeSlug":"large"}

ଯଦି ଆପଣଙ୍କୁ ବାରମ୍ବାର ଡାଇରିଆ ସମସ୍ୟା ହେଉଛି ତେବେ ଏହି ପେଷ୍ଟ ସେବନ କରିବା ଦ୍ବାରା ଆପଣ ଲାଭ ପାଇବେ। ଏହା ସେବନ କରିବା ଦ୍ବାରା ଆପଣଙ୍କ ପାଚନ କ୍ରିୟା ମଧ୍ୟ ଠିକ ଭାବେ ସମ୍ପାଦିତ ହୋଇଥାଏ। ଏଥିପାଇଁ ଆପଣଙ୍କୁ ପେଟ ସମ୍ବନ୍ଧୀୟ କୌଣସି ପ୍ରକାରର ସଂକ୍ରମଣ ହୋଇନଥାଏ।

{"id":192468,"sizeSlug":"large"}

ଏଗୁଡ଼ିକରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ,ଯାହା ଫଙ୍ଗଲ୍ ଇନଫେକ୍ସନକୁ ଦୂର କରିବାର କାମ କରିଥାଏ। ମହୁ ଏବଂ ରସୁଣ ମିଶାଇ ଖାଇବା ଦ୍ବାରା ଶରୀରର ଓଜନ ବହୁତ କମ୍ ହୋଇଥାଏ। ଏହା ସହିତ ମେଦବହୁଳତାରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ଆପଣଙ୍କୁ ଥଣ୍ଡା-କାଶରୁ ମଧ୍ୟ ମୁକ୍ତି ମିଳିଥାଏ। ୨-୩ଟି ବଡ଼ ରସୁଣ କୋଲାକୁ କୁଟି ଦିଅନ୍ତୁ। ଏହା ପରେ ସେଥିରେ ଶୁଦ୍ଧ ମହୁ ମିଶାନ୍ତୁ। ଏହାକୁ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ ଯାହା ଫଳରେ ରସୁଣରେ ମହୁ ପୂରା ଜମିଯିବ। ଏହା ପରେ ଏହାକୁ ଖାଲି ପେଟରେ ୭ଦିନ ଯାଏଁ ଖାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.