ଦଶହରା ପୂର୍ବରୁ ୫କୋଟି କର୍ମଚାରୀଙ୍କ ବଢ଼ିଯିବ ଦରମା : ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ମୋଦି ସରକାର

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ ୨୦/୮: ସରକାରୀ କର୍ମଚାରୀଙ୍କୁ ଦଶହରା ପୂର୍ବରୁ ମୋଦି ସରକାରଙ୍କ ତରଫରୁ ଏକ ବଡ଼ ଉପହାର ମିଳିପାରେ ବୋଲି ଆଲୋଚନା ହେଉଛି। ପର୍ବପର୍ବାଣି ଆରମ୍ଭ ହୋଇଯିବା ପୂର୍ବରୁ ସରକାର ଏହି କର୍ମଚାରୀଙ୍କୁ ଏବର୍ଷ ଜୁଲାଇ-ଡିସେମ୍ବର ପାଇଁ ୫ ପ୍ରତିଶତ ଅଧିକ ଡିଏ ପ୍ରଦାନ କରିପାରନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ବଜେଟରେ ମଧ୍ୟ କେନ୍ଦ୍ର କର୍ମଚାରୀମାନେ ଆଶା କରିଥିଲେ ଯେ ନ୍ୟୂନତମ ବେତନ ଏବଂ ଫିଟମେଣ୍ଟ ଫ୍ୟାକ୍ଟରରେ ବୃଦ୍ଧି ହୋଇପାରେ। ୨୦୧୯ ୟୁନିଅନ ବଜେଟରେ ଏ ବିଷୟରେ କୌଣସି ଘୋଷଣା କରାଯାଇନାହିଁ।

ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ଡିଏ ବଢ଼ି ୧୭ପ୍ରତିଶତ ହୋଇଯିବ। ଏହି କର୍ମଚାରୀମାନେ ଏହି ଲାଭ ଅକ୍ଟୋବର ମାସରୁ ପାଇବେ। ଯଦି ମୋଦି ସରକାର ଏହି ନିଷ୍ପତ୍ତି ନେଉଛନ୍ତି ତେବେ ୨୦୧୬ମସିହାରେ ସପ୍ତମ ବେତନ କମିଶନ ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା ସବୁଠୁ ବେଶୀ ବୃଦ୍ଧି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.