Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ବାସ୍‌ ଗୋଟିଏ ବର୍ଷର ସମୟ ଦରକାର, ଆମେରିକା ଉପରେ ପୁଣି ଆକ୍ରମଣ କରିବାକୁ ସକ୍ଷମ ହୋଇଯିବ ଅଲକାଏଦା: ରିପୋର୍ଟ

15/09/2021 at 8:45 PM

ନୂଆଦିଲ୍ଳୀ ୧୫/୦୯: ୯/୧୧ ଭଳି ଆକ୍ରମଣ କରି ଆମେରିକାକୁ ଦୋହଲାଇ ଦେଇଥିବା ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ପୁଣି ଥ​‌​‌ରେ ମଜଭୁତ ହେଉଛି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଆଗାମୀ ବର୍ଷେ କି ଦୁଇ ବର୍ଷରେ ଅଲକାଏଦା ଏତେ ଶକ୍ତିଶାଳୀ ହୋଇଯିବ ଯେ, ଆମେରିକା ଉପରେ ପୁଣି ଆକ୍ରମଣ କରିପାରିବ। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ଅଲକାଏଦା ନିଜର ଗତିବିଧି ବୃଦ୍ଧି କରିଥିବା ରିପୋର୍ଟରେ ଦାବି ହୋଇଛି। ଚାରି ଦିନ ପୂର୍ବରୁ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜବାହିରିର ଭିଡିଓ ସାମ୍ନାକୁ ଆସିବା ପ​‌ରେ ଏହି ରିପୋର୍ଟ ଚିନ୍ତାର କାରଣ ପାଲଟିଛି।

୯/୧୧କୁ ୨୦ ବର୍ଷ ପୂରିଥିବା ବେଳେ ଜାବାହିରିର ଏହି ଭିଡିଓ ସାମ୍ନାକୁ ଆସିଛି। ଏହା ପୂର୍ବରୁ ସେ ମରିଯାଇଥିବା ନେଇ ଆଶଙ୍କା କରାଯାଇଥିଲା। ଆମେରିକା ସେନା ଆଫାଗନିସ୍ତାନ ଛାଡ଼ିବା ପରେ କାବୁଲ ଉପରେ କବଜା କରିଥିବା ତାଲିବାନ ଏବେ ଅଲକାଏଦା ଶକ୍ତିର କାରଣ ପାଲଟିଛି। କିନ୍ତୁ ତାଲିବାନ ବାରମ୍ବାର କହୁଛି, କୌଣସି ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯାଇପାରିବ ନାହିଁ।

ସେପଟେ ତାଲିବାନର ପ୍ରତିଶ୍ରୁତି ଉପରେ କେହି ବିଶ୍ବାସ କରିପାରୁନାହାନ୍ତି। ଏହାର ମୁଖ୍ୟ କାରଣ ଶାସନକୁ ଫେରିବା ପରେ ତାଲିବାନ ଲୋକଙ୍କ ଉପରେ ଜୁଲୁମ ଜାରି ରଖିଛି। ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏର ଉପନିର୍ଦେଶକ ଅଲକାଏଦାଠୁ ଥିବା ବିପଦକୁ ଠିକ୍‌ ବୋଲି କହିଛନ୍ତି। ଆଫଗାନିସ୍ତାନରେ ଅଲକାଏଦାର ଗତିବିଧି ଜାରି ରହିଛି। ଏହା ପୂର୍ବରୁ ତାଲିବାନ ଉପରେ ଅଲକାଏଦାକୁ ସମର୍ଥନ ଦେବା ନେଇ ଅଭିଯୋଗ ହେଉଥିଲା।

ଅନ୍ୟପଟେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ସମୟରେ ଅଲକାଏଦା ଏବଂ ଆଇଏସଆଇଏସ୍‌ ଭଳି ସଙ୍ଗଠନ ଦ୍ବାରା ସୃଷ୍ଟି ହେବାକୁ ଥିବା ବିପଦ ସମ୍ପର୍କରେ କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।  

   Related Posts