Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୧୨ ବର୍ଷପରେ ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି, ୯ ରାଶି ଜାତକ ହେବେ ମାଲାମାଲ, ୩ ରାଶିଙ୍କ ଲାଗି ସଙ୍କଟର ସମୟ

4/11/2019 at 4:40 PM

ଅନୁନ୍ୟ ୧୨ ବର୍ଷରେ ଥରେ ଶନି ଓ ବୃହଷ୍ପତି ଗୋଟିଏ ରାଶିରେ ଭେଟ ହୋଇଥାନ୍ତି। ଏହି ଜ୍ୟୋତିଷୀୟ ନିୟମ ପୁଣିଥରେ ଚଳିତବର୍ଷ ବୃହଷ୍ପତ୍ତିଙ୍କ ସ୍ୱରାଶି ଧନୁରେ ହିଁ ହେବାକୁ ଯାଉଛି। ଶନିଙ୍କ ସହ କେତୁ ଏବେ ଧନୁରାଶିରେ ଅବସ୍ଥାନ କରୁଛନ୍ତି। ସେଠାକୁ ଗୁରୁଙ୍କ ଆଗମନ ଯୋଗୁ ଧନୁରାଶିରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ। ଏବେ ଧନୁରାଶି ଉପରେ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଓ ରାହୁଙ୍କର ପୂର୍ଣ୍ଣଦୃଷ୍ଟି ରହିବ। ତେବେ ତୁଳାରାଶିକୁ ମଙ୍ଗଳଙ୍କ ଗମନ ସହ ଏହି ଦୃଷ୍ଟି ସମାପ୍ତ ହେବ।  ସେହିପରି ଧନୁରାଶିକୁ ଗୁରୁଙ୍କ ଆଗମନ ଯୋଗୁ ଅନେକ ଆକଷ୍ମିକ ଯୋଗ ସୃଷ୍ଟି ହେବ ଯାହା ୨୦୨୦ ମସିହାରେ ଶନିଙ୍କ ମକର ରାଶିକୁଗମନ ପର୍ଯ୍ୟନ୍ତ ଜାରି ରହିବ। 

ଶନି ନ୍ୟାୟ ଦେବତା ଓ ଗୁରୁ ଲେଖନ, ପଠନ, ପ୍ରକାଶନ ସମେତ ଧର୍ମ ଓ ଆଧ୍ୟାତ୍ମ୍ୟର ଦେବତା। ସେମାନଙ୍କ ସଂଯୋଗ ଏବେ ଧର୍ମ ଓ ଆଧ୍ୟାତ୍ମ୍ୟ ଜଗତ ଲାଗି ବିପରୀତ ପରିସ୍ଥିତି ସୃଷ୍ଟି କରିପାରେ। ତେବେ ବ୍ୟବସାୟୀଙ୍କ ଲାଗି ଏହି ଯୋଗ ଏକ ସୁବର୍ଣ୍ଣ ସୁଯୋଗ ସାବ୍ୟସ୍ତ ହେବ। ଗୁରୁଙ୍କ ଉପସ୍ଥିତି ଯୋଗୁ ଧନୁ ରାଶିରେ ଶନି ଓ କେତୁଙ୍କ ଅଶୁଭତ୍ୱ ମଧ୍ୟ ହ୍ରାସ ହେବ। ତେବେ କେଉଁ ରାଶିଙ୍କ ଲାଗି ଗ୍ରହମାନଙ୍କର ସଂଯୋଗ ଲାଭଦାୟୀ ହେବ ଓ କେଉଁ ରାଶିଙ୍କ ଲାଗି ସଙ୍କଟର ସମୟ ଆସନ୍ତୁ ଜାଣିବା।

ମେଷ ରାଶିଲୋକଙ୍କ ଭାଗ୍ୟ ଭାବ ଅର୍ଥାତ ନବମ ସ୍ଥାନରେ ବୃହଷ୍ପତିଙ୍କୁ ନେଇ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ। ଏଣୁ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଏବେ ପୁରଣ ହେବ। ବିଦେଶ ଯାତ୍ରା ଅଥବା ବିଦେଶରେ ଥିବା ସମ୍ପର୍କିୟଙ୍କ ସହଯୋଗ ଲାଭ ହେବ। ବିଦ୍ୟାର୍ଥୀ ଓ ବ୍ୟବସାୟୀଙ୍କ ଲାଗି ସଂଯୋଗ ଲାଭଦାୟୀ ହେବ। ତେବେ ବୃଷ ରାଶି ଲୋକଙ୍କ ଅଷ୍ଟମ ଭାବ ଧନୁ ରାଶିରେ ସୃଷ୍ଟି ହେଉଥିବା ସଂଯୋଗ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ଏହା ଛଡା ଲୋକଙ୍କ ଷଡଯନ୍ତ୍ରରୁ ନିଜକୁ ରକ୍ଷା କରିବା ଆବଶ୍ୟକ। କୋର୍ଟ କଚେରୀ ମାମଲା କୋର୍ଟ ବାହାରେ ସମାଧାନ କରିଦେଲେ ଭଲ।

ମିଥୁନ ରାଶିର ସପ୍ତମଭାବରେ ତ୍ରିଗ୍ରହୀ ଯୋଗ ଦାମ୍ପତ୍ୟ ଜୀବନ ଲାଗି କଠିନ ସମୟ ହୋଇପାରେ। ତେବେ ବିବାହ ସମ୍ପର୍କିତ କଥାବାର୍ତ୍ତାରେ ସଫଳ ହେବ। ବାଣିଜ୍ୟ ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବ। ଚାକିରୀ କରୁଥିଲେ ପଦୋନ୍ନତି ସାଙ୍ଗକୁ ସ୍ଥାନ ପରିବର୍ତ୍ତନର ଯୋଗ ସୃଷ୍ଟି ହେବ। ଇଛା କଲେ ସୁଯୋଗର ଲାଭ ଉଠାଇପାରନ୍ତି। ସେହିପରି କର୍କଟରାଶି ଜାତକଙ୍କ ନିମନ୍ତେ ଶତ୍ରୁଭାବରେ ତ୍ରିଗ୍ରହୀ ଯୋଗ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। କୋର୍ଟ କଚେରୀ ମାମଲାର ଫଳାଫଳ ଆପଣଙ୍କ ସପକ୍ଷରେ ଯିବ। ମାତାପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଗୁପ୍ତ ଶତ୍ରୁଙ୍କ ଷଡଯନ୍ତ୍ରରୁ ନିଜକୁ ରକ୍ଷା କରନ୍ତୁ।

ସିଂହରାଶି ଜାତକଙ୍କ ଲାଗି ମୂଳ ତ୍ରିକୋଣରେ ତ୍ରିଗ୍ରହୀ ଯୋଗ ଶିକ୍ଷାକ୍ଷେତ୍ରରେ ସର୍ବୋତ୍ତମ ସଫଳତା ପ୍ରଦାନ କରିବ। ତେବେ ପ୍ରେମ ସମ୍ପର୍କରେ ନିରାଶା ଯୋଗ ରହିଛି। ଯେ କୌଣସି ପ୍ରତିଯୋଗୀତାରେ ଭାଗ ନିଅନ୍ତୁ ନିଶ୍ଚିତ ସଫଳ ହେବେ। ଭାଗ୍ୟୋନ୍ନତି ସାଙ୍ଗକୁ ବିଦେଶ ଯାତ୍ରାର ଯୋଗ ସୃଷ୍ଟି ହୋଇଛି। ଗୃହରେ ମାଙ୍ଗଳିକ କାର୍ଯ୍ୟ ହେତୁ ବ୍ୟୟ ଯୋଗ ରହିଛି। କନ୍ୟାରାଶିର ଚତୁର୍ଥ ଭାବରେ ତ୍ରିଗ୍ରହୀ ଯୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟା କାରକ ହୋଇପାରେ। ତେବେ ଘର,ବାହନ କ୍ରୟ ଓ ଚାକିରୀ ବୃତ୍ତିରେ ଉନ୍ନତିର ସମୟ। ଯାତ୍ରାରେ ଚୋରୀର ସମ୍ମୁଖୀନ ହୋଇପାରନ୍ତି।

ତୁଳାରାଶିର ପରାକ୍ରମଭାବରେ ତ୍ରିଗ୍ରହୀ ଯୋଗ ଓ ଅନ୍ୟ ଗ୍ରହଙ୍କ ଦୃଷ୍ଟି ଯୋଗୁ ଶାହସ ଓ ପରାକ୍ରମରେ ବୃଦ୍ଧି ହେବ। ଆପଣ ନେଇଥିବା ନିଷ୍ପତ୍ତି ଓ କରିଥିବା କାମ ଉଚ୍ଚ ପ୍ରଶଂସନୀୟ ହେବ। ପରିବାରରେ ସୌହାର୍ଦ୍ଦ୍ୟ ରକ୍ଷା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ବୃଦ୍ଧି କରନ୍ତୁ। ତେବେ ବିଛାରାଶିର ଧନଭାବରେ ଏହି ସଂଯୋଗ ମିଶ୍ରଫଳଦାୟି ହେବ।  ଆକଶ୍ମିକଧନପ୍ରାପ୍ତି ଓ ସ୍ଥାନ ପରିବର୍ତ୍ତନର ଯୋଗ ସୃଷ୍ଟି ହୋଇଛି। ବାକଚାତୁରୀରେ କଠିନରୁ କଠିନ ସମସ୍ୟାକୁ ନିୟନ୍ତ୍ରଣରେ କରିପାରିବେ। ଏହା ସତ୍ତ୍ୱେ କିଛି ମାନସିକ ଅଶାନ୍ତି ମଧ୍ୟ ରହିବ।

ଧନୁରାଶି ଜାତକଙ୍କ ଲାଗି ସ୍ୱରାଶିରେ ତ୍ରିଗ୍ରହୀ ଯୋଗ ଅଶୁଭତ୍ୱ ହ୍ରାସ କରିବ। କୌଣସି ବାଞ୍ଛିତ କାର୍ଯ୍ୟ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସେ ସମ୍ପର୍କରେ କାହାକୁ ସୂଚନା ଦିଅନ୍ତୁ ନାହିଁ। ଯାତ୍ରା ଓ ଦେଶଭ୍ରମଣର ପୂର୍ଣ୍ଣ ସୁଖ ପ୍ରାପ୍ତି ହେବ। ଯଦି ସରକାରୀ କାର୍ଯ୍ୟ ବାକି ରହିଯାଇଛି ତେବେ ତୁରନ୍ତ ସାରି ଦିଅନ୍ତୁ। ନୂଆ କଣ୍ଟ୍ରାକ୍ଟ ମିଳିପାରେ। ତେବେ ମକର ରାଶିର ବ୍ୟୟ ଭାବରେ ସୃଷ୍ଟି ହେବାକୁ ଯାଉଥିବା ସଂଯୋଗ ଅପବ୍ୟୟର କାରଣ ହେବ। ଏଣୁ ଆର୍ଥିକ ଅଭାବର ସମ୍ମୁଖୀନ ହେବା ସହ କଷ୍ଟକର ଯାତ୍ରା କରିବାକୁ ପଡିପାରେ। ତେବେ ନଭେମ୍ବର ୧୦ ତାରିଖ ବେଳକୁ ପରିସ୍ଥିତିରେ ସୁଧାର ଆସିବା ନିଶ୍ଟିତ।

କୁମ୍ଭରାଶି ଜାତକଙ୍କ ଲାଗି ଲାଭଭାବରେ ସୃଷ୍ଟି ହୋଇଥିବା ଯୋଗ ଯୋଗୁ ଦେଇଥିବା ଧନ ଫେରସ୍ତ ପାଇବେ। ଯଦି ନୂଆ ବାଣିଜ୍ୟ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସମୟ ଅନୁକୂଳ। ପରିବାରର ଗୁରୁ ଗୁରୁଜନଙ୍କ ସହ ସମ୍ପର୍କ ମଧୁର ହେବ। ବିବାହ ସମ୍ପର୍କିତ ବାର୍ତ୍ତା ସଫଳ ହେବ। ସନ୍ତାନ ପ୍ରାପ୍ତି ଅଥବା କ୍ଷୟର ଯୋଗ ରହିଛି। ମୀନ ରାଶିର ୧୦ମ ଭାବରେ ତିନ ଗ୍ରହଙ୍କ ଯୋଗ ଅପ୍ରତ୍ୟାସିତ ପରିଣାମ ପ୍ରଦାନ କରିବ। କାର୍ଯ୍ୟକ୍ଷେତ୍ରରେ ବିସ୍ତାର ସହ ପଦ ଓ ଗୌରବ ବୃଦ୍ଧିକାରକ ହେବ। ସାମାଜିକ ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ସାଙ୍ଗକୁ ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ।

   Related Posts