ରାଶି ବଦଳାଇଲେ ବୃହସ୍ପତ୍ତି, ୧୩ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିବେ ଧନୁରେ, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ସମୟ

Published By : Prameya-News7 Bureau | November 06, 2019 IST

ବୃହସ୍ପତ୍ତି ରାଶି ପରିବର୍ତ୍ତନ କରିଛନ୍ତି। ସ୍ୱରାଶି ଧନୁରେ ଏବେ ୧୩ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ସମୟରେ ଦେବଗୁରୁ ବକ୍ରି ବି ହେବେ। ବୃହସ୍ପତ୍ତିଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ରହିବ। ତେବେ ଆପଣଙ୍କ ରାଶି ଲାଗି ବୃହସ୍ପତ୍ତିଙ୍କ ଏହି ପରିବର୍ତ୍ତନ କିପରି ରହିବ ଆସନ୍ତୁ ଜାଣିବା।

{"id":179984,"width":578,"height":578}

ମେଷରାଶି ଜାତକଙ୍କ ନବମ ଭାବରେ ଗୁରୁଙ୍କ ଆଗମନ ସମସ୍ତ କ୍ଷୟକ୍ଷତିର ଭରଣା କରିବେ। ଶତ୍ରୁ ପ୍ରସମିତ ହେବା ସହ ପରିସ୍ଥିତି ସ୍ୱଭାବିକ ହେବାକୁ ଲାଗିବ। ଶୁଭ ଖବର ମିଳିବ ସହ ସରକାରଙ୍କ ସହଯୋଗବି ମିଳିବ। ତେବେ ବୃଷ ରାଶି ଜାତକଙ୍କ ଲାଗି ସମୟ ସାମାନ୍ୟ କଠିନ ହୋଇପାରେ। ଅଷ୍ଟମ ଭାବରେ ବୃହସ୍ପତ୍ତିଙ୍କ ଅବସ୍ଥାନ ଆର୍ଥିକ ସ୍ୱାଚ୍ଛନ୍ଦ୍ୟକୁ ପ୍ରଭାବିତ କରିବ। ଧନ ସଞ୍ଚୟ କରିବାକୁ ଉଦ୍ୟମ କରନ୍ତୁ ଓ ଜରୁରି ସମୟରେ ଖର୍ଚ୍ଚରେ ଲଗାନ୍ତୁ। ସେହିପରି ମିଥୁନ ରାଶି ଜାତକଙ୍କ  ସପ୍ତମ ଭାବରେ ଗୁରୁଙ୍କ ଆଗମନ ପରିସ୍ଥିତିକୁ ପ୍ରସମିତ କରିବ। ଜରୁରି କାମ ସୁରୁଖୁରୁରେ ହେବା ସହ ଆୟ ମଧ୍ୟ ସ୍ୱଭାବିକ ରହିବ। ପାରିବାରିକ ପରିସ୍ଥିତି ସନ୍ତୋଷଜନକ ରହିବା ସହ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେବ।

{"id":179985,"width":582,"height":418}

କର୍କଟ ରାଶି ଷଷ୍ଠ ଭାବରେ ବୃହସ୍ପତିଙ୍କ ଆଗମନ ଯୋଗୁ ବେକାରଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ନୂତନ ବସ୍ତ୍ର ଓ ଆଭୂଷଣ ପ୍ରାପ୍ତି ହେବା ସହ ଅନ୍ୟ ଭୌତିକ ସୁଖ ସୁବିଧା ମଧ୍ୟ ପ୍ରାପ୍ତ କରିବେ। ଆସନ୍ତା ଡିସେମ୍ବର ମାସରେ ଜାତକଙ୍କର କୌଣସି ବଡ କାର୍ଯ୍ୟ ସାଧନ ହୋଇପାରେ। ସେହିପରି ସିଂହ ରାଶି ଜାତକଙ୍କ ପଞ୍ଚମ ଗୁରୁ ଲାଭବୃଦ୍ଧିରେ ସହାୟକ ହେବେ। ବ୍ୟବସାୟୀ ଓ ଚାକିରୀଜୀବିଙ୍କ ପଦୋନ୍ନତି ସହ ଆର୍ଥିକ ଲାଭ ମଧ୍ୟ ହେବ। ସମୟ ସବୁ ଦୃଷ୍ଟିରୁ ଲାଭଦାୟକ ହେବ। ତେବେ କନ୍ୟା ରାଶି ଜାତକଙ୍କ ଲାଗି ଚତୁର୍ଥ ଗୁରୁ ଆୟ ହ୍ରାସ କରିବେ। ବ୍ୟବସାୟ କରୁଥିଲେ ଅଧିକ ଅଧ୍ୟାବସାୟ କରିବାକୁ ହେବ। ସଞ୍ଚୟ ହ୍ରାସ ହେବା ସହ ଜମା ପୁଞ୍ଜି ମଧ୍ୟ ବ୍ୟୟ ହୋଇପାରେ।

{"id":179986,"width":579,"height":518}

ତୁଳାରାଶି ଜାତକଙ୍କ ଲାଗି ତୃତୀୟ ବୃହସ୍ପତି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଇବା ସହ ପରିସ୍ଥିତିକୁ ଅନୁକୂଳ କରିବେ। ଆୟ ସ୍ୱଭାବିକ ହେବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଲକ୍ଷ ହାସଲ କରିବାରେ ସହାୟକ ହେବେ। ବିଛାରାଶି ଜାତକଙ୍କ ଲାଗି ଦ୍ୱିତୀୟ ବୃହସ୍ପତ୍ତି ପରିସ୍ଥିତିରେ ସୁଧାର କରିବେ। ଚାକିରୀ ବୃତ୍ତି ଉନ୍ନତିରେ ବି ସହାୟକ ହେବେ ୨୦୨୦ ଜାନୁୟାରୀ ପଠାରୁ ସମୟ ଅନୁକୁଳ ଚାଲିବ। ଧନୁରାଶି ଜାତକଙ୍କ ସ୍ୱରାଶିରେ ବୃହସ୍ପତିଙ୍କ ଆଗମନ ଓ ଅବସ୍ଥାନ ହେତୁ ମିଶ୍ରିତ ଫଳ ଭୋଗ ହେବ। ଧର୍ମକାର୍ଯ୍ୟ ପ୍ରତି ଋଚି ବଢିବା ସହ ପୂର୍ବରୁ କରିଥିବ ଋଣରୁ ମୁକ୍ତି ପାଇବେ।

{"id":179987,"width":582,"height":510}

ମକର ରାଶିର ଦ୍ୱାଦଶ ଭାବରେ ଗୁରୁଙ୍କ ଆଗମନ ଯୋଗୁ ଆୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ସମୟକୁ ସମ୍ଭାଳିକରି ଚଳିବାକୁ ହେବ। ଏଣୁ କୌଣସି ବିବାଦରୁ ଦୂରେଇ ରହିବା ହିଁ ଆପଣଙ୍କ ଲାଗି ଉତ୍ତମ ହେବ। ସବୁ କାମ ବୁଝିବିଚାରି କରନ୍ତୁ। ସମସ୍ତ କାଗଜାତ ଅପଡେଟ ରଖନ୍ତୁ। ସରକାରୀ ଲୋକଙ୍କସହ ବିବାଦକୁ ଯାଆନ୍ତୁ ନାହିଁ। କୁମ୍ଭରାଶି ଜାତକଙ୍କ ଲାଗି ଏକାଦଶ ଭାବରେ ବୃହସ୍ପତିଙ୍କ ଆଗମନ ନୂଆ ଆର୍ଥିକସ୍ଥିତି ନିର୍ମାଣରେ ସହାୟକ ହେବେ। ସଫଳତାର ସମୟ ଉପଗତ ହୋଇଥିବାରୁ ସମସ୍ତ ଲକ୍ଷ ହାସଲ କରିବାରେ ଏବେ ସମର୍ଥ ହେବେ। ସମସ୍ତ ଇଛା ପୂର୍ତ୍ତି ହେବା ସହ ପାରିବାରିକ ପରିସ୍ଥିତିରେ ସୁଧାର ହେବ। ମୀନ ରାଶି ଜାତକଙ୍କ ଲାଗି ୧୦ମ ଗୁରୁ ଚାଲିଆସୁଥିବା ସମସ୍ୟାରୁ ମୁକ୍ତ କରିବେ। ସ୍ୱାସ୍ଥ୍ୟରେ ସୁଧାର ସହ ବିଦେଶ ଯାତ୍ରାର ଯୋଗ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.