Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||

କାଲଠୁ ଘୃତି ଯୋଗରେ ରହିବେ ବୃହସ୍ପତି, ଏହି ରାଶିର ବ୍ୟକ୍ତିମାନେ ହେବେ ଲାଭବାନ

12/09/2019 at 7:37 PM

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କାଲିଠାରୁ ବୃହସ୍ପତି ଘୃତି ଯୋଗରେ ରହିବେ। ଯାହାଫଳରେ କିଛି ରାଶିର ବ୍ୟକ୍ତିମାନେ ଲାଭବାନ ହୋଇପାରନ୍ତି।ସେମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଯିବ। ଆସନ୍ତୁ ଜାଣିବା କେଉଁ ରାଶିରେ ବୃହସ୍ପତି ଘୃତି ଯୋଗରେ ରହିବେ।

କର୍କଟ ଓ ସିଂହ ରାଶି- ଶାସ୍ତ୍ର ଅନୁସାରେ କାଲିଠାରୁ ଏହି ଦୁଇଟି ରାଶିରେ ବୃହସ୍ପତି ଘୃତିରେ ଯୋଗରେ ରହିବେ। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ରାଶିର ବ୍ୟକ୍ତିମାନେ ନୂଆକରି କିଛି ଯୋଜନା ଆରମ୍ଭ କରିବେ। କର୍କଟ ଓ ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ପାରିବାରିକ ଓ ବ୍ୟବସାୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଏହା ସହ ଆର୍ଥିକ ସ୍ଥିତି ମଧ୍ୟ ସୃଦୃଢ଼ ହେବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ରହିବ।

ବିଛା ଓ ବୃଷ ରାଶି- କାଲିଠାରୁ ଏହି ରାଶିରେ ବୃହସ୍ପତି ଘୃତି ଯୋଗରେ ରହିବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇ ପାରେ। ବିଛା ଓ ବୃଷ ରାଶି ବ୍ୟକ୍ତିମାନେ ନୂଆ ଯୋଜନା କରିବାକୁ ଚାହୁଁଥିଲେ ସେଥିରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ କରିବେ। ଏହାସହ ଧନପ୍ରାପ୍ତିର ଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ମାନଙ୍କ ସମ୍ମାନ ବୃଦ୍ଧି ପାଇବା ସହ ଦେଖିଥିବା ସ୍ବପ୍ନ ସାକାର ହେବ। ଭଗବାନ ବିଷ୍ଣୁଙ୍କ କୃପା ବିଛା ଓ ବୃଷ ରାଶି ବ୍ୟକ୍ତିଙ୍କ ଉପରେ ରହିବ।

ମକର ଓ ମୀନ ରାଶି- ଶାସ୍ତ୍ର ଅନୁସାରେ କାଲିଠାରୁ ଏହି ଦୁଇଟି ରାଶିରେ ବୃହସ୍ପତି ଘୃତି ଯୋଗରେ ରହିବେ।  ଯାହାଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଦଳି ଯାଇପାରେ । ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରନ୍ତି। ମକର ଓ ମୀନ ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ। ଏହି ରାଶିର ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ପରିବାର ଭିତରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ରହିବ।

   Related Posts