୨୯ ତାରିଖରୁ ବୃହସ୍ପତିଙ୍କ ଅତିଚାର : କେଉଁ ରାଶିର କ'ଣ ହେବ ଜାଣନ୍ତୁ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ୱର ୨୬/୩ : ରାଶି ପରିବର୍ତ୍ତନ କରୁଛନ୍ତି ଦେବଗୁରୁ ବୃହଷ୍ପତ୍ତି | ମାର୍ଚ୍ଚ ୨୯ ତାରିଖ, ଶୁକ୍ରବାର ଦିନ ପାଖାପାଖି ୫ ମାସ ପରେ ପୁଣିଥରେ ରାଶି ପରିବର୍ତ୍ତନ କରୁଛନ୍ତି ବୃହଷ୍ପତ୍ତି |ଏହାକୁ ଗୁରୁଙ୍କ ଅତିଚାର ବୋଲି ମଧ୍ୟ କୁହାଯାଏ । ବୃହସ୍ପତି ଶୁକ୍ରବାର ରାତି ୮ଟା ୧୩ ମିନିଟରେ ଧନୁ ରାଶିରେ ପ୍ରବେଶ କରିବେ | ହେଲେ ଏପ୍ରିଲ ୧୦ ତାରିଖରେ ବୃହଷ୍ପତ୍ତି ବକ୍ରୀ ହୋଇ ପୁଣି ବିଛା ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ | ବର୍ଷ ଶେଷକୁ ଅର୍ଥାତ ନଭେମ୍ବର ୪ ତାରିଖରେ ପୁଣିଥରେ ଧନୁ ରାଶିକୁ ଚଳନ କରିବେ ଗୁରୁ | ବୃହଷ୍ପତ୍ତିଙ୍କ ଅତିଚାର ଯୋଗୁଁ ସବୁ ରାଶି ଉପରେ ଏହାର ପ୍ରଭାବ ପଡିବ | ଶିକ୍ଷା, ଧନ ସମ୍ପତ୍ତିରେ ବୃଦ୍ଧି, ବିବାହ ସମ୍ଭାବନା, କ୍ୟାରିଅରରେ ସଫଳତା ଆଦି ବିଭିନ୍ନ କ୍ଷେତ୍ରରେ ଲାଭ ଓ କ୍ଷତିର ସମ୍ମୁଖୀନ ହେବାକୁ ପଡିବ | ସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ କିଛି କିଛି ପରିବର୍ତ୍ତନ ହେବ | ଆସନ୍ତୁ ଜାଣିବା ବୃହଷ୍ପତ୍ତି ଚଳନ ଯୋଗୁଁ କେଉଁ ରାଶିରେ କ'ଣ ଘଟିବ :

{"id":97060}


ମେଷ : ବୃହଷ୍ପତ୍ତି ଚଳନ ଯୋଗୁଁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟରେ ସଫଳତା ମିଳିବ | ପାଠପଢାରେ ଉନ୍ନତି ଘଟିବ | ଧନ ଲାଭ ହେବା ସହ ପରିବାରରେ ଶାନ୍ତି ରହିବ |


ବୃଷ : ବୃହଷ୍ପତ୍ତି ଚଳନ ଯୋଗୁଁ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଖର୍ଚ୍ଚ କମିଯିବ | ମହିଳାମାନଙ୍କ କ୍ଷେତ୍ରରେ ସ୍ୱାମୀ ଏବଂ ସନ୍ତାନଙ୍କ ଠାରୁ ଅସନ୍ତୋଷ ମିଳିବ | ମିଠା ଫଳ ଦାନ କଲେ ସୁଫଳ ମିଳିବ |


ମିଥୁନ : ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଚାକିରୀ, ବ୍ୟବସାୟ କ୍ଷେତ୍ରରେ ସମ୍ମାନ ମିଳିବ | ବ୍ୟବସାୟରେ ଉନ୍ନତି ହେବ | ନୂଆ ନୂଆ ହେଇଥିବା ବନ୍ଧୁ ସାହାଯ୍ୟ କରିବେ | ସନ୍ତାନ ସୁଖ ମିଳିବ | ଗୁଡ ଦାନ କଲେ ସୁଫଳ ମିଳିବ |


କର୍କଟ : ବୃହଷ୍ପତ୍ତି ଚଳନ ଯୋଗୁଁ କର୍କଟ ରାଶିର ବ୍ୟକ୍ତିଙ୍କ ଚିନ୍ତା ବଢ଼ିଯିବ | ସ୍ୱାମୀ ଏବଂ ସନ୍ତାନ ସୁଖ ମିଳିବ ନାହିଁ | ଝଗଡା ଏବଂ ଅଯଥା ଏପଟସେପଟ କାମରୁ ମୁକ୍ତି ମିଳିବ | ଲଡୁ ଦାନ କଲେ ସୁଫଳ ମିଳିବ |


ସିଂହ : ବୃହଷ୍ପତ୍ତି ଚଳନ ଯୋଗୁଁ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଭଲ ସମୟ ଆସିଛି | ପାଠପଢା ଭଲ ହେବ | ଏହାଛଡା ଯେଉଁମାନେ ଚାକିରୀ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଖୁସି ଖବର | ଦାମ୍ପତ୍ୟ ଜୀବନରେ ସୁଖ ମିଳିବ | ହଳଦିଆ ବସ୍ତ୍ର ଦାନ କଲେ ସୁଫଳ ମିଳିବ |


କନ୍ୟା : ବୃହଷ୍ପତ୍ତି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ସଂଘର୍ଷମୟ ହୋଇଯିବ | ବହୁତ ପରିଶ୍ରମ କରିବା ସତ୍ୱେ ଧନ ଲାଭ ହେବନାହିଁ | କରୁଥିବା କାର୍ଯ୍ୟରେ ବାଧା ଉପୁଜିବ |


ତୁଳା : ବୃହଷ୍ପତ୍ତିଙ୍କ ଗ୍ରହ ପରିବର୍ତ୍ତନ ଯୋଗୁଁ ତୁଳା ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ପାଇଁ ଅନେକ କଷ୍ଟ କରିବାକୁ ପଡିବ | ବନ୍ଧୁ କୌଣସି ପ୍ରକାର ସହଯୋଗ କରିବେ ନାହିଁ | ବିବାହରେ ସମସ୍ୟା ଦେଖାଦେବ | ହାତରେ ହଳଦିଆ ସୁତା ବାନ୍ଧିଲେ ଲାଭ ମିଳିବ |


ବିଛା : ବୃହଷ୍ପତ୍ତି ରାଶି ପରିବର୍ତ୍ତନ ଯୋଗୁଁ ବିଛା ରାଶିର ମାନସମ୍ମାନ ବଢିବ | ଚିନ୍ତା କମିଯିବ | କିନ୍ତୁ ଧନ ସମ୍ପତ୍ତି ପାଇଁ କାମ କରିବାକୁ ପଡିବ |


ଧନୁ : ସଂଘର୍ଷ କରିବା ଦ୍ୱାରା କାମରେ ସଫଳତା ମିଳିବ | ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଟିକେ ସମସ୍ୟା ଦେଖାଦେବ | ଚାକିରୀରେ ଉନ୍ନତି ହେବ ନାହିଁ | ଦରମା ବଢିବ ନାହିଁ | ଗୁରୁବାର ଦିନ ହଳଦୀ ଏବଂ କ୍ଷୀର ଦାନ କଲେ ସୁଫଳ ମିଳିବ |


ମକର : ବୃହଷ୍ପତ୍ତି ରାଶି ପରିବର୍ତ୍ତନ ଯୋଗୁଁ ମକର ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢିବ ସହ ଅନେକ କ୍ଷତି ମଧ୍ୟ ସହିବାକୁ ପଡିବ | କୌଣସି ଦୂର ଜାଗାକୁ ଯାତ୍ରା କରିପାରନ୍ତି | ମଥାରେ କେଶର ତିଳକ ଲଗାଇଲେ ସୁଫଳ ମିଳିବ |


କୁମ୍ଭ : ରାଶି ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ ଫଳ ମିଳିବ | ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବାସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ | ବ୍ୟକ୍ତିଗତ ଜୀବନରେ ସୁଖ ଶାନ୍ତି ମିଳିବ | ଅଶ୍ୱସ୍ଥ ଗଛକୁ ନ ଛୁଇଁ ଗଛମୂଳରେ ପ୍ରତିଦିନ ସକାଳୁ ଜଳ ଅର୍ପଣ କଲେ ସୁଫଳ ମିଳିବ |


ମୀନ : ଗ୍ରହ ଚଳନ ଯୋଗୁଁ ମୀନ ରାଶିର ବ୍ୟକ୍ତି ଘର ପରିବର୍ତ୍ତନ କରିପାରନ୍ତି | ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ | ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ | ଦେଖି ଚାହିଁ ଖର୍ଚ୍ଚ କରିବାକୁ ପଡିବ | ଘରେ ଏକ ବୃହଷ୍ପତ୍ତି ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ପୂଜା କଲେ ସୁଫଳ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.