Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ଧନୁ ରାଶିରେ ବୃହସ୍ପତିଙ୍କ ପ୍ରବେଶ : ଏହି ସବୁ ରାଶିର ବ୍ୟକ୍ତିଙ୍କ ପାଇଁ ରହିବ ଅତ୍ୟନ୍ତ ଶୁଭ

2/11/2019 at 3:12 PM

ଦେବଗୁରୁ ବୃହସ୍ପତି ପାଖାପାଖି ୧୨ବର୍ଷ ପରେ ପୁଣି ନଭେମ୍ବର ୫ତାରିଖ ସକାଳେ ୫ଟା ବାଜି ୧୭ମିନିଟରେ ନିଜ ରାଶି ଧନୁରେ ପ୍ରବେଶ କରୁଛନ୍ତି। ବୃହସ୍ପତି ଗୋଟିଏ ଶତାବ୍ଦୀରେ ପାଖାପାଖି ୮ଥର ଧନୁ ରାଶିରେ ଅବସ୍ଥାନ କରନ୍ତି। ଗୁରୁ ଧନୁ ରାଶିରେ ଗୋଚର କରିବା ଯୋଗୁଁ ‘ହଂସ’ ଯୋଗ ହୋଇଥାଏ।

ଧନୁ ଏବଂ ମୀନ ରାଶିର ଅଧିପତି ବୃହସ୍ପତି ପୁନର୍ବସୁ, ବିଶାଖା ଏବଂ ପୂର୍ବାଭାଦ୍ରବ ନକ୍ଷତ୍ରର ମଧ୍ୟ ଅଧିପତି ଅଟନ୍ତି। କର୍କଟ ରାଶି ଏହାର ଉଚ୍ଚ ଏବଂ ମକର ରାଶି ନୀଚ ସଜ୍ଞକ କୁହାଯାଇଛି। ଯେଉଁ ଜାତକଙ୍କ ଜନ୍ମ କୁଣ୍ଡଳୀରେ ଗୁରୁ ଧନୁ ରାଶିରେ ହୋଇ କେନ୍ଦ୍ର କିମ୍ବା ତ୍ରିକୋଣରେ ରହିବେ ସେମାନଙ୍କ ପାଇଁ ହଂସ ଯୋଗ ସର୍ବଶ୍ରେଷ୍ଠ ଫଳଦାୟକ ହେବ। ବୈଦିକ ଜ୍ୟୋତିଷରେ ବୃହସ୍ପତିଙ୍କୁ ସବୁଠୁ ଅଧିକ ଶୁଭ ଏବଂ ଶୀଘ୍ର ଫଳଦାୟକ ଗ୍ରହ ବୋଲି କୁହାଯାଇଛି। ଜନ୍ମକୁଣ୍ଡଳୀରେ ଦ୍ବିତୀୟ,ପଞ୍ଚମ,ନବମ ତଥା ଏକାଦଶ ଭାବର କାରକ ହେଉଛନ୍ତି ବୃହସ୍ପତି। ତେବେ ବୃହସ୍ପତିଙ୍କ ଏହି ଚଳନ ଯୋଗୁଁ କେଉ ରାଶି ପଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ…

୧. ମେଷ ରାଶି : ଆପଣଙ୍କ ଭାଗ୍ୟଭାବରେ ବୃହସ୍ପତିଙ୍କ ଗୋଚର କୌଣସି ବରଦାନରୁ କମ୍ ନୁହେଁ। ଭାଗ୍ୟ ବୃଦ୍ଧି,ବିଦେଶ ଯାତ୍ରାର ଯୋଗ,ତୀର୍ଥ ଯାତ୍ରା ଏବଂ ଦେଶ ଭ୍ରମଣର ଆନନ୍ଦ ମିଳିବ। ଏମାନଙ୍କ ଅମୃତ ଦୃଷ୍ଟି ଆପଣଙ୍କ ଶରୀର,ଶିକ୍ଷା ଏବଂ ଜ୍ଞାନ ଉପରେ ପଡ଼ିବ ଅର୍ଥାତ୍ ସ୍ବାସ୍ଥ୍ୟ ଭଲ ରହିବ। ଶିକ୍ଷା ପ୍ରତିଯୋଗିତାରେ ସଫଳତା ଏବଂ ସନ୍ତାନର ଦାୟିତ୍ବ ପୂରଣ ହେବ।

୨. ବୃଷ : ଆପଣଙ୍କ ଅଷ୍ଟମ ଭାଗରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ସମସ୍ୟା ସୃଷ୍ଟି କରିବ। କିନ୍ତୁ ମାନ ସମ୍ମାନ ଦୃଷ୍ଟିରୁ ଉତ୍ତମ ରହିବ। ଏମାନଙ୍କ ଦୃଷ୍ଟି ବ୍ୟୟଭାବ ଉପରେ ପଡ଼ିବା ଫଳରେ ଖର୍ଚ୍ଚ ଅଧିକ ହେବ। ଘର କିଣିପାରନ୍ତି।

୩. ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତମ ଭାବରେ ବୃହସ୍ପତିରେ ହଂସଯୋଗ ହେବା ମଧ୍ୟ ବରଦାନଠୁ କମ୍ ନୁହେଁ। ବିବାହ ସମ୍ବନ୍ଧୀୟ ଖବର ମଧ୍ୟ ଶୁଭ ରହିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଏବଂ ଚାକିରୀରେ ପଦୋନ୍ନତିର ସୁଯୋଗ ପାଇବେ। ଯଦି ଆପଣ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ଏବଂ ଆପଣଙ୍କର ସମସ୍ତ ଯୋଜନା ସଫଳ ହେବ।

୪.କର୍କଟ ରାଶି : କର୍କଟ ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଶତ୍ରୃ ଭାବରେ ବୃହସ୍ପତିଙ୍କ ରହିବା ମିଶ୍ରିତ ଫଳ ଦେବ। ସ୍ବାସ୍ଥ୍ୟ ଭଲ ରହିବ, କରଜରୁ ମୁକ୍ତି ମିଳିବ କିନ୍ତୁ ଗୁପ୍ତ ଶତ୍ରୃ ବଢ଼ି ପାରନ୍ତି ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ମଧୁର ସମ୍ପର୍କ ସ୍ଥାପନ କରନ୍ତୁ। ଚାକିରୀରେ ପଦୋନ୍ନତି ହୋଇପାରେ। ପାରିବାରିକ ବାତାବରଣ ମଧ୍ୟ ସୁଖଦାୟକ ରହିବ।

୫. ସିଂହ ରାଶି : ଆପଣଙ୍କ ରାଶି ପାଇଁ ମଧ୍ୟ ବୃହସ୍ପତିଙ୍କ ଗୋଚର କୌଣସି ବରଦାନଠୁ କମ୍ ନୁହେଁ। ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ। ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିବ। କୌଣସି ପ୍ରତିଯୋଗିତାରେ ବସିବାକୁ ଚାହୁଁଛନ୍ତି ଯଦି ଏହା ସବୁଠୁ ଉପଯୁକ୍ତ ସମୟ ହେବ। ବିଦେଶ ଯାତ୍ରାର ଯୋଗ ରହିଛି। ତୀର୍ଥ ଯାତ୍ରାର ମଧ୍ୟ ଆନନ୍ଦ ଉଠାଇ ପାରନ୍ତି। ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନୁକୂଳ ରହିବ।

୬. କନ୍ୟା ରାଶି : କନ୍ୟା ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଚତୁର୍ଥ ଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ଘର ଏବଂ ଜାଗା କିଣିବାର ଯୋଗ ରହିଛି। ଏହା ସହିତ ସମାଜରେ ମାନ ପ୍ରତିଷ୍ଠା ହେବ। ସ୍ବାସ୍ଥ୍ୟ ମଧ୍ୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ମନପ୍ରାଣ ଦେଇ କାର୍ଯ୍ୟ କଲେ ସଫଳତା ପାଇବେ।

୭. ତୁଳା ରାଶି : ଆପଣଙ୍କ ପରାକ୍ରମ ଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ କାର୍ଯ୍ୟରେ ଅଳ୍ପ ବାଧା ଉତ୍ପନ୍ନ ହେବା ସହ ଧୀରେ ଧୀରେ କାର୍ଯ୍ୟ ସଫଳ ହେବ। ଚାକିରୀରେ ପଦୋନ୍ନତି ହେବ। କିନ୍ତୁ ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ।

୮.ବିଛା ରାଶି : ଆପଣଙ୍କ ଧନଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ଆକସ୍ମିକଭାବେ ଧନ ପ୍ରାପ୍ତି ହେବ।  ଏହା ସହିତ କୌଣସି ଦାମୀ ବସ୍ତୁ କ୍ରୟ କରିବେ। ହରାଇଥିବା ଧନ ପାଇବେ।

୯. ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ଆଧିପତ୍ୟ ବଢ଼ିବ। ଚାକିରୀରେ ପଦୋନ୍ନତି ଏବଂ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଶିକ୍ଷାରେ ଲାଭ,ବିବାହ ଯୋଗ ଏବଂ ଭାଗ୍ୟ ବୃଦ୍ଧି ହେବ। ବିଦେଶ ଯାତ୍ରାର ଯୋଗ ରହିଛି।

୧୦. ମକର ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ମିଳିବ। ଆପଣ ଅଧିକ ଖର୍ଚ୍ଚ ପାଇଁ ବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନ ପାଇବେ। ଆପଣଙ୍କୁ ସଂଯମ ରହିବାକୁ ପଡ଼ିବ। ଚତୁର୍ଥ ଭାବରେ ଅମୃତ ଦୃଷ୍ଟି ଯୋଗୁଁ ଘର ଏବଂ ଗାଡ଼ି କିଣିବେ ଏବଂ ଆପଣଙ୍କୁ ମାନସିକ ସୁଖ ମିଳିବ।

୧୧. କୁମ୍ଭ ରାଶି : ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ପାଠପଢ଼ାରେ ଆଳସ୍ୟଭାବ ଦୂର କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି।

୧୨. ମୀନ ରାଶି : ଆପଣଙ୍କ କର୍ମଯୋଗରେ ବୃହସ୍ପତିଙ୍କ ଗୋଚର ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହାର ଫଳ ସ୍ବରୂପ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଖୋଲିଯିବ। ଉପରସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ। ଆର୍ଥିକ ସମସ୍ୟା ଦୂର ହେବ। ଦାମୀ ବସ୍ତୁ କ୍ରୟ କରି ପାରନ୍ତି। ମାନସିକ ଚିନ୍ତା ବଢ଼ିପାରେ। ମାଆ ବାପାଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁପ୍ତ ଶତ୍ରୃଙ୍କଠୁ ଦୂରେଇ ରହିବେ।

   Related Posts