Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ: ୭ ରାଶି ଉପରେ ଅଶୁଭ ପ୍ରଭାବ, ଧାର୍ମିକ ବିବାଦ, ପ୍ରବଳ ବର୍ଷା, କୌଣସି ବଡ ହସ୍ତିଙ୍କ ଦେହାନ୍ତ ଆଶଙ୍କା

14/09/2021 at 6:04 PM

ଭୁବନେଶ୍ୱର ୧୪/୦୯ : ସେପ୍ଟେମ୍ବର ୧୪ ତାରିଖ ଗୁରୁବାର ଦିନ ବୃହସ୍ପତି ରାଶି ପରିବର୍ତ୍ତନ କରିଛନ୍ତି। ବୃହସ୍ପତି କୁମ୍ଭ ରାଶିରୁ ମକର ରାଶିରେ ପ୍ରବେଶ କରିଛନ୍ତି। ବୃହସ୍ପତି ବକ୍ରୀ ଥିବାରୁ ଗୋଟିଏ ରାଶି ପଛକୁ ଆସିଛନ୍ତି। ଏହାପରେ ଅକ୍ଟୋବର ୧୮ ରେ ମକର ରାଶିରେ ସିଧା ଚାଲିବେ। ନଭେମ୍ବର ୨୧ ରେ ମକର ରାଶିରୁ ଆଗକୁ ଯାଇ କୁମ୍ଭ ରାଶିରେ ପ୍ରବେଶ କରିବେ। ୧୨ ରାଶି ଉପରେ ଏହାର ଶୁଭ-ଅଶୁଭ ପ୍ରଭାବ ପଡିବ।

ଜ୍ୟୋତିଷଶାସ୍ତ୍ରରେ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ଧନ ବୃଦ୍ଧି ଓ ଧାର୍ମିକ କାର୍ଯ୍ୟର କାରକ ଗ୍ରହ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଥାଏ ସେହି ବ୍ୟକ୍ତିଙ୍କ ଗୁଣରେ ସତ୍ତବିକା ବିଚାରଧାରା ସଞ୍ଚାର ହୋଇଥାଏ। ବୃହସ୍ପତି ଯୋଗୁଁ ଧାର୍ମିକ ମାମଲାରେ ବଡ ବଡ ପରିବର୍ତ୍ତନ ହୋଇଥାଏ। 

ଜ୍ୟୋତିଷଙ୍କ କହିବାନୁଯାୟୀ, ବୃହସ୍ପତି ବକ୍ରୀ ହୋଇ ଶନିଙ୍କ ରାଶି ମକରରେ ରହିବେ। ଏହି ରାଶିରେ ଶନି ମଧ୍ୟ ବକ୍ରୀ ଅଛନ୍ତି। ଫଳରେ ଏହି ଦୁଇ ଗ୍ରହ ଉପରେ ବର୍ତ୍ତମାନ ରାହୁଙ୍କ ଦୃଷ୍ଟି ରହିବ। ଅକ୍ଟୋବର ଶେଷକୁ ଏହି ଗ୍ରହମାନଙ୍କ ଉପରେ ମଙ୍ଗଳ ଗ୍ରହ ଦୃଷ୍ଟି ପଡିବ। ଗ୍ରହମାନଙ୍କର ଏହି ସ୍ଥିତି ଦେଶ ଦୁନିଆ ପାଇଁ ଅଶୁଭ।

ବୃହସ୍ପତିଙ୍କ ଚାଲ ପରିବର୍ତ୍ତନ ଯୋଗୁଁ ଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଯୋଗ ରହିଛି। ଶିକ୍ଷା ବ୍ୟବସ୍ଥା ନେଇ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସ୍ଥିତି ରହିବ। ଧାର୍ମିକ ବିବାଦ ବଢିପାରେ। କୌଣସି ଧର୍ମ ସ୍ଥାନ ସହ ଜଡିତ ଦୁର୍ଘଟଣାର ମଧ୍ୟ ଆଶଙ୍କା ରହିଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ତାଛଡା କୌଣସି ବଡ ନେତାଙ୍କ ଦେହାନ୍ତ ଖବର ମଧ୍ୟ ମିଳିପାରେ।

ପାଞ୍ଚ ରାଶି ପାଇଁ ଶୁଭ – ଜ୍ୟୋତିଷଙ୍କ କହିବାନୁଯାୟୀ, ବୃହସ୍ପତି ବକ୍ରୀ ହୋଇ ମକର ରାଶିରେ ପ୍ରବେଶ କରିବାରୁ ବୃଷ, କର୍କଟ, ଧନୁ, କନ୍ୟା ଓ ମୀନ ରାଶି ପାଇଁ ଶୁଭ ସମୟ ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ଚାକିରୀ ଓ ବ୍ୟବସାୟରେ ସଫଳତା ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ନୂଆ ଯୋଜନା କରିବେ ଓ ସେଥିରେ କାମ ମଧ୍ୟ ଆରମ୍ଭ କରିବେ। ଭାଗ୍ୟର ସହଯୋଗ ମିଳିବ। ଧନ ଲାଭ ଯୋଗ ରହିଛି। ଅନ୍ୟ ରାଶିର ବ୍ୟକ୍ତି କୌଣସି ବଡ ନିଷ୍ପତ୍ତି ନେଲେ ଭାବି ଚିନ୍ତି ନେବା ଉଚିତ। କାରବାର ଓ ନିବେଶ ବୁଝିବିଚାରି କରିବା ଉଚିତ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ।

ବୃହସ୍ପତିଙ୍କ ପୂଜା ବିଧି – ଗୁରୁ ଗ୍ରହ ବୃହସ୍ପତିଙ୍କ ପୂଜା ସବୁବେଳେ ଶୁକ୍ଳ ପକ୍ଷ ଗୁରୁବାର ଦିନ କରିବା ଉଚିତ। ବର୍ତମାନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚାଲିଛି। ବୃହସ୍ପତିଙ୍କ ପୂଜା ପାଇଁ ଏହା ଶୁଭ ସମୟ। ଗୁରୁବାର ଦିନ ହାତରେ ହଳଦିଆ ଫୁଲ ଧରି ବୃହସ୍ପତିଙ୍କୁ ଆବାହନ କରନ୍ତୁ। ବୃହସ୍ପତିଙ୍କ ମନ୍ତ୍ର, ବୀଜ ମନ୍ତ୍ର, ବୃହସ୍ପତି ଗାୟତ୍ରୀ ଓ ବୃହସ୍ପତି ସ୍ତୋତ୍ର ପାଠ କରନ୍ତୁ। ଏହାଦ୍ୱାରା ଗୁରୁଙ୍କ ଅଶୁଭ ପ୍ରଭାବ ହ୍ରାସ ପାଇବ। ବୃହସ୍ପତିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବାକୁ ଚଣା ଡାଲି, ହଳଦୀ, କଦଳୀ, ହଳଦିଆ ବସ୍ତ୍ର, ଧାର୍ମିକ ପୁସ୍ତକ ଦାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। କଦଳୀ ଗଛ ଚେର କିମ୍ବା ପୋଖରାଜ ରତ୍ନ ଧାରଣ କରନ୍ତୁ। ସାଧୁ ସନ୍ଥ ଓ ବୟସ୍କଙ୍କୁ ସମ୍ମାନ କରନ୍ତୁ। ଏହାଦ୍ୱାରା ଗ୍ରହର ଅଶୁଭ ପ୍ରଭାବ ହ୍ରାସ ପାଇବ।

   Related Posts